ଚନ୍ଦ୍ରଯାନ-୩ ଓ ଆଦିତ୍ୟ ଏଲ୍-୧ର ସଫଳତା ପରେ ଏବେ ଇସ୍ରୋର ସବୁଠୁ ବଡ଼ ପ୍ରକଳ୍ପ ହେଉଛି ଗଗନଯାନ । ତେବେ ଏହି ଗଗନଯାନ ପ୍ରୋଜେକ୍ଟ ପାଇଁ ଓଡ଼ିଶାର ଅବଦାନ ଅନେକ ଗୁରୁତ୍ୱପୂର୍ଣ୍ଣ । ରାଜଧାନୀ ଭୁବନେଶ୍ବରରେ ଥିବା ସେଣ୍ଟ୍ରାଲ୍ ଟୁଲ୍ ରୁମ୍ ଆଣ୍ଡ୍ ଟ୍ରେନିଂ ସେଣ୍ଟର (ସିଟିଟିସି)ରେ ଗଗନଯାନ ପାଇଁ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ନିର୍ମାଣ ଚାଲିଛି । ଏହି ଯନ୍ତ୍ରାଂଶ ନିର୍ମାଣ କାମରେ ଲାଗିଛନ୍ତି ଭୁବନେଶ୍ୱର ସିଟିଟିସିର ୧୨୦ ଜଣ କର୍ମଚାରୀ । ଏହି ସିଟିଟିସିରେ ନିର୍ମାଣ ହେଉଛି ପାଖାପାଖି ୧୨୫୦୦ ଛୋଟରୁ ବଡ଼ ଯନ୍ତ୍ରାଂଶ । ଚଳିତ ମାସ ୨୩ ତାରିଖ ସୁଦ୍ଧା ସମସ୍ତ ଯନ୍ତ୍ରାଂଶ ନିର୍ମାଣ ଶେଷ କରି ଇସ୍ରୋକୁ ପଠାଇବା ପାଇଁ ଡେଡଲାଇନ ଥିବାବେଳେ ପ୍ରାୟ ସମସ୍ତ ଯନ୍ତ୍ରାଂଶ ନିର୍ମାଣ କାମ ଶେଷ ହୋଇଥିବା କହିଛନ୍ତି ସିଟିଟିସି ଜେନେରାଲ ମ୍ୟାନେଜର । ତେବେ ୨୦୧୪ ଓ ୨୦୧୮ ମସିହାରେ ଗଗନଯାନର କ୍ରିଉ ମଡେଲ ଟେଷ୍ଟିଂ ସଫଳତାର ସହ ହୋଇସାରିଛି । ତିନିଜଣ ଏୟାରଫୋର୍ସ ପାଇଲଟ ଗଗନଯାନରେ ଯାଇ ତିନି ଦିନ ରହି ସୁରକ୍ଷିତ ଭାବେ ଫେରିବେ । ସେମାନଙ୍କ ଟ୍ରେନିଂ ଚାଲିବା ସହ ଗଗନଯାନ ପ୍ରୋଜେକ୍ଟ ସଫଳ ହେବା ନେଇ ସମସ୍ତେ ବେଶ ଆଶାବାଦୀ ଅଛନ୍ତି ।