Bhubaneswar's Nandankanan Zoo celebrates its 64th foundation day today

୬୪ ବର୍ଷରେ ପଦାର୍ପଣ କଲା ନନ୍ଦନକାନନ । ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଆଜି ୬୪ତମ ପ୍ରତିଷ୍ଠା ଦିବସ । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୧୯୬୦ ମସିହାରେ ଏହା ପ୍ରତିଷ୍ଠା କରାଯାଇଥିଲା । ନନ୍ଦନକାନନର ଅର୍ଥ ସ୍ୱର୍ଗର ବଗିଚା । ଏହା ମଧ୍ୟ ଏସିଆର ସବୁଠୁ ବଡ଼ ଚିଡ଼ିଆଖାନା ଓ ପୃଥିବୀର ସବୁଠୁ ବଡ଼ ବିରଳ ଧଳାବାଘ ପ୍ରଜନନ କେନ୍ଦ୍ର । ଏହା ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ । ଜୀବଜନ୍ତୁ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନ । ଆଜି ପ୍ରତିଷ୍ଠା ଦିବସରେ ୭୦ରୁ ଊର୍ଦ୍ଧ୍ବ ପ୍ରଜାତିର ବାଉଁଶ ଉଦ୍ୟାନ ସାଙ୍ଗକୁ ୬୦ ପ୍ରକାର କଇଁ, ୧୫୦ ପ୍ରକାର ଜଳ ଭିତର ଉଦ୍ଭିଦ ଓ କଙ୍ଗାରୁ ଘର ଆଦି ଉଦ୍‌ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ତେବେ ବର୍ତ୍ତମାନ ଏହି ପ୍ରାଣୀ ଉଦ୍ୟାନର ନବକଳେବର ଯୋଜନା ଚାଲିଛି । ନନ୍ଦନକାନନରେ ପରିଦର୍ଶକମାନଙ୍କ ପାଇଁ ଅତିରିକ୍ତ ଉନ୍ନତ ସୁବିଧା, ଆଧୁନିକ ଫ୍ରଣ୍ଟେଜ ଓ ଲ୍ୟାଣ୍ଡସ୍କେପିଂ, ଟନେଲ ଆକ୍ୱାରିୟମ୍‌, ୱାଟର୍‌ ବାର୍ଡ ଆଭିଆରୀ ଦେଶ ବିଦେଶରୁ ନୂତନ ପ୍ରାଣୀ, ଏମର୍ସିଭ ଏନ୍‌‌କ୍ଲୋଜର ଓ ପିଲାମାନଙ୍କ ପାଇଁ ପ୍ରକୃତି ଶିକ୍ଷାର ଏକ ସ୍ୱତନ୍ତ୍ର ହବ୍‌‌ ଭାବରେ ବିକାଶ କରିବା ପାଇଁ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି।

ଏହି କ୍ରମରେ ନୂଆବର୍ଷରେ ଦୁବାଇରୁ ଚିତା ଆଣିବା ସହ ଆଉ ଏକ ଜିରାଫ ଆଣିବା ପାଇଁ ମଧ୍ୟ ବନ ବିଭାଗ ଲକ୍ଷ୍ୟ ରଖିଛି। ଏଥିପାଇଁ ପ୍ରାୟ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଖୁବ୍‌ଶୀଘ୍ର ନୂଆ ଅତିଥି ନନ୍ଦନକାନରେ ପହଞ୍ଚିବେ ବୋଲି ଆଶା କରାଯାଉଛି। ରୂପାନ୍ତର କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟ ୨୦୨୩ରୁ ୨୦୨୫ ଓ ଦ୍ୱିତୀୟ ପର୍ଯ୍ୟାୟ ୨୦୨୫ ରୁ ୨୦୨୮ ମଧ୍ୟରେ କାର୍ଯ୍ୟକାରୀ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ପ୍ରଥମ ପର୍ଯ୍ୟାୟରେ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ୍‌ର ବିକାଶ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଚୂଡ଼ଙ୍ଗ ଜଙ୍ଗଲ ଅଞ୍ଚଳର ବିକାଶ କରାଯିବ। ଏଥିରେ ରାତ୍ରି ସଫାରୀ ଓ ସଫାରୀ କମ୍ପ୍ଲେକ୍ସର ବିକାଶ କରାଯିବ। ନନ୍ଦନକାନନକୁ ପିଲାମାନଙ୍କ ପାଇଁ ପ୍ରକୃତି ଶିକ୍ଷା ଉପରେ ଏକ ଆକର୍ଷଣୀୟ ହବ୍‌‌ ଭାବରେ ବିକାଶ କରିବା ପାଇଁ ମଧ୍ୟ ଯୋଜନା ରହିଛି। ଏଥିରେ ଆକ୍ଟିଭିଟି ଭିତ୍ତିକ ପ୍ରାଣୀ ଉଦ୍ୟାନ, ପ୍ରକୃତି ଶିକ୍ଷା ସହିତ କେତେକ ସ୍ୱତନ୍ତ୍ର ସ୍କୁଲରେ ‘ନନ୍ଦନକାନନ କ୍ଲବ’ ଓ ‘ଜୁ ଆମ୍ୱାସାଡର’ ଆଦି କାର୍ଯ୍ୟକ୍ରମ ରହିଛି।

Spread the love