Bhadrak Dhamnagar girl wins gold and silver medals in wheelchair fencing competition in Haryana

ହରିଆଣାରେ ଚମକିଲେ ଓଡ଼ିଆ ଝିଅ । ନିଜର ଦୁର୍ବଳତାକୁ ନିଜର ଅସ୍ତ୍ର ବନାଇ ହରିଆଣାର କର୍ନାଲଠାରେ ୧୫ତମ ଜାତୀୟ ହ୍ବିଲ୍ ଚେୟାର ଫେନସିଂ ଚାମ୍ପିୟନସିପରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଛନ୍ତି ଭଦ୍ରକ ଜିଲ୍ଲା ଦଳାଙ୍ଗ ପଞ୍ଚାୟତ ରାମେଶ୍ବରପୁର ଗ୍ରାମର ଝିଅ ମଧୁସ୍ମିତା ସାହୁ । ମଧୁସ୍ମିତା ଫଏଲ୍ ଇଭେଣ୍ଟରେ ସ୍ବର୍ଣ୍ଣ ଜିତି ଥିବାବେଳେ ଇପିଇଇ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି।

ଜନ୍ମ ପରେ ପରେ ପୋଲିଓରେ ଆକ୍ରାନ୍ତ ହୋଇଥିବା ମଧୁସ୍ମିତାଙ୍କର ଛୋଟ ବେଳୁ ଖେଳ ପ୍ରତି ବେଶ ଆଗ୍ରହ ରହିଥିଲା । ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିଲେ ବି ସେ କେବେବି ନିଜ ଲକ୍ଷ୍ୟ ପଥରୁ ହଟିନଥିଲେ। ଖେଳ ପ୍ରତି ଆଗ୍ରହ ରଖିଥିବା ମଧୁସ୍ମିତା ନିଜ ପରିବାର ଓ କିଛି ସଂଗଠନର ସହଯୋଗରେ ଭୁବନେଶ୍ବରର ଚିନ୍ତାମଣିଶ୍ବର ଅଞ୍ଚଳରେ ରହି ହ୍ବିଲ୍ ଚେୟାର ଫେନସିଂ କ୍ରୀଡ଼ାର ପ୍ରଶିକ୍ଷଣ ନେଇଥିଲେ। ଏହିଠାରେ ତାଲିମ ନେବା ପରେ ମଧୁସ୍ମିତା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବ୍ରୋଞ୍ଜ ପଦକ ହାସଲ କରିଥିଲେ। ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ ପରେ ସେ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଆସନ୍ତା ସେପ୍ଟେମ୍ବର ମାସରେ ଥାଇଲାଣ୍ଡରେ ହେବାକୁ ଥିବା ଅନ୍ତର୍ଜାତୀୟ ହ୍ବିଲ ଚେୟାର ଫେନସିଂ ଚାମ୍ପିଅନସିପରେ ଦେଶର ପ୍ରତିନିଧିତ୍ବ କରିବା ଲାଗି ସେ ମନୋନୀତ ହୋଇଥିବା ସୂଚନା ମିଳିଛି । ଏବେ ଝିଅଙ୍କ ଏହି ସଫଳତାରେ ବାପା ଭାଗବତ ଓ ମାଆ ହେମଲତା ବେଶ ଖୁସି ଅଛନ୍ତି ।

Spread the love