Six Odias invited to New Delhi's Red Fort as special guests for the Independence Day Ceremony.

ସ୍ୱାଧୀନତା ଦିବସରେ ଲାଲକିଲ୍ଲାରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେବେ ୬ ଓଡ଼ିଆ । ଆସନ୍ତା ୧୫ ତାରିଖରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ସ୍ବାଧୀନତା ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ଦେଶର କୋଣଅନୁକୋଣରୁ ପ୍ରାୟ ୧,୮୦୦ ସ୍ଵତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ଚଳିତ ବର୍ଷ ଦେଶ ସ୍ଵାଧୀନତାର ୭୬ ବର୍ଷ ପୂରଣ ହେଉଛି। ତେଣୁ ଏଥରର ସ୍ଵାଧୀନତା ଦିବସ ସମାରୋହକୁ ସ୍ମରଣୀୟ କରିବା ପାଇଁ ଭାଇବ୍ରେଣ୍ଟ ଗ୍ରାମ ଯୋଜନାର ସରପଞ୍ଚ, ଶିକ୍ଷକ, ନର୍ସ, ମତ୍ସ୍ୟଜୀବୀ, ଚାଷୀ, ନୂଆଦିଲ୍ଲୀର ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପର କାମ କରିଥିବା ଶ୍ରମଯୋଗୀ, ଖଦୀ ଶ୍ରମିକ, ଜାତୀୟ ପୁରସ୍କାର ବିଜେତା ଶିକ୍ଷକ, ସୀମା ସଡ଼କ ସଂଗଠନର ଶ୍ରମିକ, ବିଭିନ୍ନ ସରକାରୀ ଯୋଜନାର ହିତାଧ୍ୟାକାରୀ, ତଥା ଅମୃତ ସରୋବର ପ୍ରକଳ୍ପ ଏବଂ ହର ଘର ଜିଲ ପ୍ରକଳ୍ପରେ ସହାୟତା କରିଥିବା ଲୋକମାନଙ୍କୁ ନିମନ୍ତ୍ରଣ କରାଯାଇଛି ।

ଓଡ଼ିଶାର ଦୁଇ ଜଣ ମତ୍ସ୍ୟଜୀବୀଙ୍କୁ ଚଳିତ ବର୍ଷ ସ୍ଵାଧୀନତା ଦିବସ ସମାରୋହରେ ଅଂଶଗ୍ରହଣ କରିବା ଲାଗି ନିମନ୍ତ୍ରଣ ମିଳିଛି। ଗଞ୍ଜାମ ଜିଲ୍ଲା ଛତ୍ରପୁରର କୋଣ୍ଡୋ ଆଲାୟା ଏବଂ କେ ସରସ୍ବତୀଙ୍କୁ ନିମନ୍ତ୍ରଣ କରାଯାଇଛି। ଏହାବ୍ୟତୀତ ଅମୃତ ସରବୋର ଯୋଜନାରେ ସହଯୋଗ କରିଥିବା ହିତାଧୀକାରୀ ବଲାଙ୍ଗିର ଜିଲ୍ଲାର ଯାଜ୍ଞସେନୀ ପଟେଲ, ଗଞ୍ଜାମର ସାବିତ୍ରୀ ଦାସ, କୋରାପୁଟର ଅକ୍ଷୟ କୁମାର ଜୟପୁଲାଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ନିମନ୍ତ୍ରଣ କରାଯାଇଛି। ଓଡ଼ିଶାରୁ ନିମନ୍ତ୍ରିତ ହୋଇଥିବା ଆଉ ଜଣେ ସ୍ବତନ୍ତ୍ର ଅତିଥି ହେଲେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସୁନାବେଡାର ଯୁବ ଚାଷୀ ଯୁବରାଜ ଛତ୍ରିଆ। ତେବେ ଜାତୀୟସ୍ତରର ସ୍ଵାଧୀନତା ଦିବସ ସମାରୋହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ମିଳିଥିବାରୁ ସମସ୍ତେ ବେଶ ଖୁସି ଅଛନ୍ତି।

Spread the love