Open air gym will be instal on Golden beach to attract tourist

ସ୍ବର୍ଣ୍ଣାଭ ବେଳାଭୂମିରେ ଉପଲବ୍ଧ ହେବ ମୁକ୍ତାକାଶ ଜିମ୍‌। ‌ଖୋଲା ଆକାଶ ତଳେ ବେଳାଭୂମିର ମଜା ନେବା ସହ ‌ବ୍ୟାୟାମ ଉପଭୋଗ କରି‌ବେ ପର୍ଯ୍ୟଟକ। ସ୍ବର୍ଣ୍ଣାଭ ବେଳାଭୂମି ତୃତୀୟ ଥର ପାଇଁ ବ୍ଲୁ ଫ୍ଲାଗ୍‌ ବିଚ୍‌ର ମାନ୍ୟତା ପାଇଥିବା ବେଳେ ଭିତ୍ତିଭୂମିରେ ଯୋଡ଼ି ହୋଇଛି ଏହି ମୁକ୍ତାକାଶ ବ୍ୟାୟାମଶାଳା। ଏଥିସହ ପିଲାମାନଙ୍କ ମନୋରଂଜନ ପାଇଁ କିଛି ଚିଲ୍‌ଡ୍ରେନ ପାର୍କ ବା ଶିଶୁ ଉଦ୍ୟାନରେ ମଧ୍ୟ ଆଉ କିଛି ସରଞ୍ଜାମ ସାମିଲ୍‌ କରାଯାଇଛି। ବିଚ୍‌ ପରିଚାଳନା କମିଟି (ବିଏମ୍‌ସି) ଓ ପୁରୀ ପୌରପାଳିକା ପକ୍ଷରୁ ଏହି ଭିତ୍ତିଭୂମିର ବନ୍ଦୋବସ୍ତ କରାଯାଇଛି। ଖୁବଶୀଘ୍ର ଏହା ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ। କିଡ୍‌ସ ପ୍ଲେ ଗ୍ରାଉଣ୍ଡ୍‌ ପରିସର‌ରେ ଏହି ଜିମ୍‌ ସ୍ଥାପନ ହୋଇଛି। ଏହା ମଧ୍ୟରେ ସର୍ଫବୋର୍ଡ, ଏୟାର ୱାକର, ଡୁଆଲ ଚେଷ୍ଟ ପ୍ରେସ, ବେଞ୍ଚ ପ୍ରେସ, ‌ସିଟ-ଅପ, ପୁଲ ଚେୟାର ଓ ଲେଗ୍‌ ଷ୍ଟ୍ରେଚର ଆଦି ଉପଲବ୍ଧ ହେବ। ନିକଟରେ ସ୍ବର୍ଣ୍ଣାଭ ବେଳାଭୂମିକୁ ଲଗାତାର ତୃତୀୟ ବର୍ଷ ପାଇଁ ବ୍ଲୁ ଫ୍ଲାଗ ବିଚ୍‌ ମାନ୍ୟତା ମିଳିଛି। ପର୍ଯ୍ୟଟକଙ୍କ ପାଇଁ ହିତକର ସମୁଦ୍ର ସ୍ନାନ ଉପଯୋଗୀ ବ୍ୟବସ୍ଥା ଏବଂ ଉନ୍ନତ ଭିତ୍ତିଭୂମି ଗୋଲ୍‌ଡେନ ବିଚ୍‌ ପାଇଁ ପୁଣି ଏହି ସଫଳତା ଆଣି ଦେଇଛି। ସମଗ୍ର ଦେଶରେ ସ୍ନାନ ଅନୁକୂଳ ସମୁଦ୍ର ଭାବେ ପୁରୀ ବେଳାଭୂମିକୁ ଉଦାହରଣ ଭାବେ ଉପସ୍ଥାପନ କରାଯାଇଛି। ଡେନ୍‌ମାର୍କ ଫାଉଣ୍ଡେସନ ଫର ଏନ୍‌ଭିରୋନମେଣ୍ଟାଲ ଏଜୁକେସନ ପକ୍ଷରୁ ପୁନର୍ବାର ସ୍ବର୍ଣ୍ଣାଭ ବେଳାଭୂମିକୁ ୩୩ଟି ମାନଦଣ୍ଡ ଆଧାରରେ ବ୍ଲୁ ଫ୍ଲାଗ୍‌ ବିଚ୍‌ ମାନ୍ୟତା ପ୍ରଦାନ କରାଯାଇଛି।

Spread the love