Sahitya Akademi will give 'Sarala Sahitya Puraskar'

‘ସାରଳା ସାହିତ୍ୟ ପୁରସ୍କାର’ ପ୍ରଦାନ କରିବ ଓଡ଼ିଶା ସାହିତ୍ୟ ଏକାଡେମି। ୧୦ ଲକ୍ଷ ଟଙ୍କା ଅର୍ଥରାଶି ବିଶିଷ୍ଟ ଏହି ପୁରସ୍କାର ଖୁବ୍‌ଶୀଘ୍ର ଯୋଡ଼ି ହେବ ସାହିତ୍ୟ ଏକାଡେମି ପୁରସ୍କାର ତାଲିକାରେ। ଓଡ଼ିଶା ସାହିତ୍ୟ ଏକାଡେମିର ସର୍ବୋଚ୍ଚ ସମ୍ମାନ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ଓଡ଼ିଶାର ସର୍ବୋଚ୍ଚ ସମ୍ମାନ ହେବ। କିନ୍ତୁ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ଭାଷାକୁ ପହଞ୍ଚାଇଥିବା ସାରସ୍ବତ ସାଧକଙ୍କୁ ‘ସାରଳା ସାହିତ୍ୟ ପୁରସ୍କାର’ ଦିଆଯିବ।

ଏହି ପୁରସ୍କାରକୁ ଏକାଡେମି ପୁରସ୍କାର ତାଲିକାରେ ଯୋଡ଼ିବାକୁ ସାହିତ୍ୟ ଏକାଡେମି ପକ୍ଷରୁ ସଂସ୍କୃତି ବିଭାଗକୁ ପ୍ରସ୍ତାବ ଦିଆଯାଇଛି। ଏହା ସହିତ ଯୁବ ସାହିତ୍ୟ ପୁରସ୍କାର, ଭକ୍ତି ସାହିତ୍ୟ ପୁରସ୍କାର ଓ ପ୍ରକାଶକ ପୁରସ୍କାର ଦେବାକୁ ମଧ୍ୟ ଏକାଡେମି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ୧୧ଟି ବର୍ଗରେ ସାହିତ୍ୟର ବିଭିନ୍ନ କ୍ଷେତ୍ରରେ ଲେଖନୀ ଚାଳନା କରୁଥିବା ଯୁବ ସାହିତ୍ୟିକମାନଙ୍କୁ ‘ଯୁବ ପୁରସ୍କାର’ ଦିଆଯିବ ଏବଂ ଏଥିପାଇଁ ୫୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରସ୍ତାବିତ ହୋଇଛି। ଆଧ୍ୟାତ୍ମିକ ସାହିତ୍ୟରେ ଲେଖନୀ ଚାଳନା କରୁଥିବା ସାହିତ୍ୟିକମାନଙ୍କୁ ‘ଭକ୍ତି ସାହିତ୍ୟ ପୁରସ୍କାର’ ଦିଆଯିବ। ଏଥିପାଇଁ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିବ। ଲେଖାକୁ ସୁନ୍ଦର ଭାବେରେ ପାଠକ ଆଗରେ ପରସି ଦେଉଥିବା ପ୍ରକାଶକମାନଙ୍କୁ ମଧ୍ୟ ଏହି ପୁରସ୍କାର ତାଲିକାରେ ସାମିଲ କରାଯାଇଛି। ଏଥିପାଇଁ ଏକାଡେମି ନେଇଆସୁଛି ‘ପ୍ରକାଶକ ପୁରସ୍କାର’ ଏବଂ ଏହାର ପୁରସ୍କାର ରାଶି ରହିବ ୨ ଲକ୍ଷ ଟଙ୍କା । ଏଥିସହ ଏକାଡେମି ପକ୍ଷରୁ ‘ସାରଳା ସାହିତ୍ୟ ପତ୍ରିକା’ ପ୍ରକାଶନ ଦିଗରେ ଉଦ୍ୟମ ଜାରି ରହିଛି।

Spread the love