Personnel awarded DGP Disc Medal on the occasion of Independence Day for gallantry and outstanding service in rescue operations

ସାହସିକତା ଏବଂ ଉଦ୍ଧାର କାର୍ଯ୍ୟରେ ଉଲ୍ଲେଖନୀୟ ସେବା ପାଇଁ ସ୍ବାଧୀନତା ଦିବସ ଅବସରରେ ଅଗ୍ନିଶମ ଓ ଜରୁରୀକାଳୀନ ସେବା କର୍ମଚାରୀ, ହୋମଗାର୍ଡ ଓ ସିଭିଲ୍ ଡିଫେନ୍ସ ବାହିନୀର ସ୍ବେଚ୍ଛାସେବୀଙ୍କୁ ଡିଜିପି ଡିସ୍କ ପଦକ ପ୍ରଦାନ କରାଯାଇଛି। ବରମୁଣ୍ଡାସ୍ଥିତ ଓଡ଼ିଶା ଫାୟାର ଡିଜାଷ୍ଟର ରେସପନ୍ସ ଏକାଡେମି (ଓଫଡ୍ରା) ଠାରେ ଆୟୋଜିତ ହୋଇଯାଇଛି ଏହି ସ୍ବତନ୍ତ୍ର ଉତ୍ସବ। ୨୯ ଜଣ ଅଗ୍ନିଶମ କର୍ମଚାରୀ, ୧୩ ଜଣ ହୋମଗାର୍ଡ ଓ ୫ ଜଣ ସିଭିଲ ଡିଫେନ୍ସ ସ୍ବେଚ୍ଛାସେବୀଙ୍କୁ ପଦକ ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି। ଏହି ପଦକ ପ୍ରଦାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଗ୍ନି ଦୁର୍ଘଟଣାର ସଫଳ ମୁକାବିଲା ଏବଂ ବିଭିନ୍ନ ପ୍ରକାରର ବିପର୍ଯ୍ୟୟର ଉଦ୍ଧାର କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପ୍ରଦାନ କରିଥିବା କର୍ମଚାରୀ ମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ପ୍ରଶଂସିତ କରିବା। ପଦକ ଏବଂ ପ୍ରଶଂସା ପତ୍ର ପ୍ରଥମେ ୧୯୭୫ ମସିହାରେ ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା ବାହିନୀର ସ୍ୱେଚ୍ଛାସେବୀମାନଙ୍କୁ ପ୍ରଦାନ କରାଯାଇଥିଲା। ଏହାପରେ ୨୦୦୨ ମସିହାରେ ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀମାନଙ୍କୁ ଏହି ପଦକ ପ୍ରଦାନ କରାଯାଉଛି।

Spread the love