Niladribhushan and Archana were felicitated at the 42nd annual function of the Sarala Sahitya Sansada

ଅନୁଷ୍ଠିତ ହୋଇଯାଇଛି ସାରଳା ସାହିତ୍ୟ ସଂସଦର ୪୨ତମ ବାର୍ଷିକ ଉତ୍ସବ। ଏହି ଉତ୍ସବରେ ସାରଳା ସାହିତ୍ୟ ସଂସଦ ପକ୍ଷରୁ ଅବସରପ୍ରାପ୍ତ ମୁଖ୍ୟ ସଚିବ ସହଦେବ ସାହୁଙ୍କୁ ପ୍ରଜ୍ଞାରତ୍ନ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ୨୦୨୨ ବର୍ଷ ପାଇଁ ପ୍ରଫେସର ଡକ୍ଟର ନୀଳାଦ୍ରି ଭୂଷଣ ହରିଚନ୍ଦନ ଓ ୨୦୨୩ ବର୍ଷ ପାଇଁ କଥାଶିଳ୍ପୀ ଡକ୍ଟର ଅର୍ଚ୍ଚନା ନାୟକଙ୍କୁ ସାରଳା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ସାରଳା ସମ୍ମାନରେ ସମ୍ବର୍ଦ୍ଧିତ ହୋଇଥିବା ପ୍ରତିଭାବାନ ବ୍ୟକ୍ତିଙ୍କୁ ସଂସଦ ପକ୍ଷରୁ ମାନପତ୍ର ସହ ୧ ଲକ୍ଷ ଟଙ୍କା ଲେଖାଏଁ ଚେକ୍‌ ପ୍ରଦାନ କରାଯାଇଥିଲା।

ଉତ୍ସବରେ ହାଇକୋର୍ଟର ବିଚାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ ରଂଜନ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ଦିଗରେ ସାରଳା ସାହିତ୍ୟ ସଂସଦର ଭୂମିକା ପ୍ରଶଂସନୀୟ ବୋଲି ମତ ପ୍ରକାଶ କରିଥିଲେ।

ସଂସଦର ପ୍ରତି‌ଷ୍ଠାତା ସଭାପତି ଡକ୍ଟର ପ୍ରଭାକର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ବିଜୁ ପଟ୍ଟନାୟକଛକସ୍ଥିତ ସାରଳା ଭବନ‌ରେ ଆୟୋଜିତ ଏହି ସମାରୋହରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ‘ସମ୍ବାଦର ସଂପାଦକ(ଫିଚର) ଗୌରହରି ଦାସ ବିଶିଷ୍ଟ ଲେଖିକା ଅମ୍ରିତା ପ୍ରୀତମଙ୍କ ଉକ୍ତିକୁ ଆଧାର କରି କହିଥିଲେ ଯେ ଲେଖକ ଓ ସାହିତ୍ୟ ମଣିଷ ଭିତରେ ଦେବତ୍ବର ଅନ୍ବେଷଣ କରନ୍ତି। ବର୍ଷ ବର୍ଷ ଧରି ସାହିତ୍ୟ ରଚନା କରି ଏହି କାମ କରି ଆସୁଥିବା ସାହିତ୍ୟିକ ମାନେ ଆମର ପୂଜନୀୟ। ସମ୍ମାନିତ ଅତିଥି ଭାବେ ଜ୍ଞାନପୀଠ ବିଜୟିନୀ ବିଶିଷ୍ଟ ସାହିତ୍ୟିକା ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟ ଯୋଗଦେଇ କହିଥିଲେ, ସାହିତ୍ୟକୁ କେବଳ ଲେଖି‌ଲେ ଏହା ବେଶି ଦିନ ବଞ୍ଚି ରୁହେନାହିଁ। ଏହାକୁ ନିତିଦିନ ଜୀବନରେ ବ୍ୟବହାର କଲେ ଏହା ଯୁଗ ଯୁଗ ଧରି ବଞ୍ଚି ରହିଥାଏ।

Spread the love