Silver cladding of 3 entry doors of Puri Jagannath Temple soon

ରୁପା ଛାଉଣି ହେବ ଶ୍ରୀମନ୍ଦିରର ଶ୍ରୀମନ୍ଦିରର ଆଉ ୩ ଦ୍ବାର ହସ୍ତୀ(ପଶ୍ଚିମ), ବ୍ୟାଘ୍ର(ଉତ୍ତର) ଓ ଅଶ୍ବ(ଦକ୍ଷିଣ) ଦ୍ବାର। ସିଂହଦ୍ବାର ଭଳି ତିନି ଦ୍ବାରରେ କାରୁକାର୍ଯ୍ୟପୂର୍ଣ୍ଣ ରୁପା ଲାଗିବ। ରଥଯାତ୍ରା ପୂର୍ବରୁ ରୁପାରେ ଝଲସିବ ତିନି ଦ୍ବାର। ନୂଆ ବର୍ମା ଶାଗୁଆନ କାଠରେ ଏହି ଦ୍ବାର ନିର୍ମାଣ କରାଯିବ। ସୂଚନା ଅନୁସାରେ, ସିଂହଦ୍ବାରରେ ପ୍ରାୟ ୫ଶହ କେଜି ରୁପା ଲାଗିଥିଲା। ସେହିଭଳି ଉତ୍ତର, ଦକ୍ଷିଣ ଓ ପଶ୍ଚିମ ଦ୍ବାରରେ ୫ଶହ କେଜି ଲେଖାଏଁ, ପ୍ରାୟ ୧୫ ଶହ କେଜି ରୁପା ଲାଗିବ। ରିଲାଏନ୍ସ କମ୍ପାନି ଏହି କାଠ ଓ ରୁପା ଦାନସୂତ୍ରରେ ଦେବ। କଂପାନି ତରଫରୁ ସ୍ବତନ୍ତ୍ର କାରିଗର ଆସି ଏହି ନିର୍ମାଣ କାର୍ଯ୍ୟ କରିବେ। କେବଳ ରୁପା ଉପରେ କେଉଁ କାରୁକାର୍ଯ୍ୟ ରହିବ, ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେବେ। ସୂଚନାଯୋଗ୍ୟ, ୨୦୨୨ ମସିହା ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିରର ବେହେରଣ ଦ୍ବାର, ଜୟ-ବିଜୟ ଦ୍ବାର, ଭୋଗମଣ୍ଡପ ପଶ୍ଚିମପାର୍ଶ୍ବ ଦ୍ବାର, ସାତପାହାଚ ଦ୍ବାର, ଆଦି ନୃସିଂହ ମନ୍ଦିର, ମା’ ବିମଳା ମନ୍ଦିର ଓ ମହାଲକ୍ଷ୍ମୀ ମନ୍ଦିର ଦ୍ବାର ନୂ୍ଆ ବର୍ମା ଟିକ୍‌ରେ ନିର୍ମାଣ କରାଯିବା ସହ ଏଥିରେ ରୁପା ଚାଦର ଆଚ୍ଛାଦିତ ହୋଇଥିଲା। ଏ ବାବଦରେ ପ୍ରାୟ ୨୩୫୦ କେଜି ରୁପା ଲାଗିଥିଲା। ୨୦୨୩ ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ସିଂହଦ୍ବାର ରୁପା ଆଚ୍ଛାଦିତ କରାଯାଇଥିଲା। ଏଥିରେ ପ୍ରାୟ ୫ଶହ କେଜି ରୁପା ଲାଗିଥିଲା।

Spread the love