ଅନୁକୂଳର ତିଥି ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା ବା ଅକ୍ଷି ତୃତୀୟା। ଚଷା ପୁଅର ପର୍ବ। କୃଷି ପ୍ରଧାନ ରାଜ୍ୟ ଆମ ଓଡ଼ିଶାରେ ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ଦିନଟି ପାଇଁ ଥାଏ ଅନେକ ପ୍ରତୀକ୍ଷା। ଗାଁର କୃଷକଟିଏ କୃଷିକର୍ମର ଅୟମାରମ୍ଭ କରିଥାଏ ଏହି ଦିନ। ଅକ୍ଷୟ ତୃତୀୟାର ଶୁଭ ବେଳାରେ ଅଖି ମୁଠା ବୁଣି ଚାଷ କାମ ଆରମ୍ଭ କଲେ ଭଲ ଫସଲ ଏବଂ ଅନ୍ୟ ଯେକୌଣସି କାର୍ଯ୍ୟକୁ ଅନୁକୂଳ କଲେ ଶୁଭ  ହୁଏ ବୋଲି ବିଶ୍ବାସ ରହିଛି। 

ଚାଷ କାର୍ଯ୍ୟର ଅମୃତ ବେଳା

ଓଡ଼ିଶାରେ ଚାଷ କାମ ସହିତ ଜଡ଼ିତ ଅନେକ ପର୍ବପର୍ବାଣୀ ପାଳନ ହେଉଛି। ଏପରିକି ଶୁଭ ବେଳାରେ ଚାଷ ଆରମ୍ଭଠାରୁ ଭଲ ଫସଲ ଅମଳ ପାଇଁ ବିଭିନ୍ନ ପୂଜାର୍ଚ୍ଚନା ବି କରାଯାଏ । ଆମ ଓଡ଼ିଶାର ଅନ୍ୟତମ ପାରମ୍ପରିକ ପର୍ବ ହେଉଛି ଅକ୍ଷୟ ତୃତୀୟା ବା ଅଖି ତୃତୀୟା । ଏହି ଦିନ ଚଷା ଭାଇ ଗାଈ ବଳଦ ସହ ହଳ, ଲଙ୍ଗଳ ଆଦି କୃଷି ଉପକରଣଗୁଡ଼ିକୁ ଧୋଇ ଫୁଲ, ସିନ୍ଦୁର ଓ ଚନ୍ଦନ ଲଗାଇ ସଜେଇ ଦିଏ। ଏହାପରେ ହଳଦୀ, ଚନ୍ଦନ, ସିନ୍ଦୁର ବୋଳା ବିହନପୂର୍ଣ୍ଣ ଗଉଣୀ ଓ ଟୋକେଇ ମୁଣ୍ଡରେ ରଖି ଚଷା ଭାଇ ଶୁଭ ଲଗ୍ନ ଦେଖି କ୍ଷେତକୁ ଯାଆନ୍ତି । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗ ଲାଗି କରି ଏହି ନୈବେଦ୍ୟକୁ ଧାନ କିଆରୀର ଈଶାଣ କୋଣରେ ପୋତି ହଳ କରନ୍ତି ଓ ବିହନ ବୁଣନ୍ତି । ଧରିତ୍ରୀ ମା’କୁ ପ୍ରଣାମ କରି ଭଲ ଫସଲ ଫଳାଇବାକୁ ଆଶୀର୍ବାଦ ଭିକ୍ଷା କରନ୍ତି ।

ମେଷ ସଂକ୍ରାନ୍ତି ପରେ ଓ ମିଥୁନ ସଂକ୍ରାନ୍ତି ପୂର୍ବରୁ ପଡ଼ୁଥିବା ଅକ୍ଷୟ ତୃତୀୟକୁ ବିହନ ବୁଣିବାର ଉପଯୁକ୍ତ ତିଥି ଭାବେ ଗ୍ରହଣ କରାଯାଏ । ମେ’ ମାସ ଶେଷ ସପ୍ତାହ ବା ଜୁନ୍ ମାସ ପ୍ରଥମ ସପ୍ତାହରେ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଥାଏ । ତେଣୁ ବର୍ଷା ହେବା ପୂର୍ବରୁ ବିଲରେ ବିହନ ବୁଣା କାମ ଶେଷ କରିବାକୁ ପଡ଼େ। କୃଷକମାନେ ବିହନ ବୁଣିବା ପରେ ହଳ କରି ଘୋଡ଼ାଇ ଦିଅନ୍ତି । ଖରା ତାତି ଓ ବର୍ଷା ଜଳ ପାଇ ବିହନ ଅଙ୍କୁରୋପଣ ହୋଇଥାଏ ।

ଶୁଭ ଦିନ

ଓଡ଼ିଆମାନେ ଅକ୍ଷୟ ତୃତୀୟାକୁ ବର୍ଷର ସବୁଠାରୁ ବଡ଼ ଶୁଭ ବା ପବିତ୍ର ଦିନ ଭାବେ ଗ୍ରହଣ କରନ୍ତି । ଏହି ଦିନ କୌଣସି ଶୁଭ କାର୍ଯ୍ୟର ଅନୁକୂଳ କଲେ ଏହା ଅକ୍ଷୟ ରହିଥାଏ ବୋଲି ଲୋକ ବିଶ୍ୱାସ ରହିଛି । କୃଷି କାର୍ଯ୍ୟ ଅନୁକୂଳଠାରୁ ଆରମ୍ଭ କରି ଗୃହ ନିର୍ମାଣ, ଗୃହପ୍ରବେଶ, ନିର୍ବନ୍ଧ, ବିବାହ, ନୂଆ ଗହଣା କିଣିବା, ଅନ୍ନପ୍ରାସନ ଓ ନୂଆ ବ୍ୟବସାୟ ଆରମ୍ଭ କରିବା ଭଳି ଅନେକ ଶୁଭ କର୍ମ ଏହି ଦିନ ଆରମ୍ଭ କରାଯାଏ ।  ଏହି ଦିନ ଦାନ, ତପ, ଶ୍ରାଦ୍ଧ ଆଦି କଲେ ପୂଣ୍ୟ ମିଳିଥାଏ । ଅକ୍ଷୟ ତୃତୀୟାରେ ଦାନ ଦେଇ ଯେଉଁ ପୂଣ୍ୟ ଅର୍ଜନ କରାଯାଏ, ତାହା କେବେ କ୍ଷୟ ହୁଏ ନାହିଁ ବୋଲି ବିଶ୍ୱାସ ରହିଛି । 

ପୌରାଣିକ ଆଖ୍ୟାନ

ପୌରାଣିକ ଦୃଷ୍ଟିରୁ ବି ଏହି ଦିନଟି ବେଶ୍ ମହତ୍ତ୍ୱପୂର୍ଣ୍ଣ । ବୈଶାଖ ଶୁକ୍ଳ ତୃତୀୟାରେ ଦେବୀ ଅନ୍ନପୂର୍ଣ୍ଣା ଜନ୍ମ ହୋଇଥିବା କେତେକ ପୁରାଣରେ ବର୍ଣ୍ଣିତ ରହିଛି । ସେହିପରି ବ୍ୟାସଦେବ ଓ ଶ୍ରୀ ଗଣେଶ ଅକ୍ଷୟ ତୃତୀୟାଠାରୁ ମହାଭାରତ ରଚନା ଆରମ୍ଭ କରିଥିବା କୁହାଯାଏ । ଦେବ ଦେବ ମହାଦେବଙ୍କୁ ପ୍ରାର୍ଥନା କରି କୁବେର ଏହି ଦିନ ଧନର ଦେବତା ଭାବେ ଅଧିକାର ପାଇଥିଲେ । ଧର୍ମରାଜ ଯୁଧିଷ୍ଠିରଙ୍କୁ ଅକ୍ଷୟ ତୃତୀୟାରେ ଅକ୍ଷୟ ପାତ୍ର ପ୍ରାପ୍ତ ହୋଇଥିଲା ବୋଲି ଏହି ଦିନକୁ ନେଇ ଆଉ ଏକ ଧାର୍ମିକ ଭାବନା ରହିଛି । ଏହି ଦିନ ଭଗବାନ ବିଷ୍ଣୁ ପର୍ଶୁରାମ ଅବତାର ମଧ୍ୟ ନେଇଥିଲେ । ଏପରି ଅନେକ ଧାର୍ମିକ ଭାବନା ଓ ବିଶ୍ୱାସ ଅକ୍ଷୟ ତୃତୀୟା ସହିତ ଯୋଡ଼ି ହୋଇ ରହିଛି ।

ରଥ ଅନୁକୂଳ କାର୍ଯ୍ୟ ଓ ଚନ୍ଦନ ଯାତ୍ରା

 ବୈଶାଖ ଶୁକ୍ଳ ତୃତୀୟାରୁ ଶ୍ରୀଜୀଉମାନଙ୍କର ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ଶ୍ରୀଜୀଉମାନଙ୍କର ତିନି ରଥ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ ପାଇଁ ଉଦ୍ଦିଷ୍ଟ ଧଉରା କାଠ ଗଣ୍ଡିରେ ମହାକାଳୀ ମନ୍ତ୍ରରେ ପୂଜିତ କୁରାଢ଼ି ସ୍ପର୍ଶ କରି ରଥ ନିର୍ମାଣ କାମ ଅନୁକୂଳ ହୋଇଥାଏ । ଏହିଦିନଠାରୁ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା ଆରମ୍ଭ ହୁଏ । ଅକ୍ଷୟ ତୃତୀୟାଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନ ଯାତ୍ରା ଓ ପରବର୍ତ୍ତୀ ୨୧ ଦିନ ଶ୍ରୀମନ୍ଦିରରେ ଭିତର ଚନ୍ଦନ ଯାତ୍ରା ପାଳିତ ହୋଇଥାଏ ।

ସମୟ ବଦଳିଛି। ହଳ, ଲଙ୍ଗଳ ବଦଳରେ କ୍ଷେତରେ ଦେଖିବାକୁ ମିଳୁଛି ମେସିନ୍ ଯନ୍ତ୍ରପାତି। କିନ୍ତୁ ଏବେ ବି ଆମ ରାଜ୍ୟରେ କୃଷି ପରମ୍ପରା ବଞ୍ଚି ରହିଛି। କେବଳ କୃଷି କାର୍ଯ୍ୟ ନୁହେଁ ଶୁଭ ବେଳା ପାଇଁ ଆମେ ଓଡ଼ିଆ ଅକ୍ଷୟ ତୃତୀୟାକୁ ଅପେକ୍ଷା କରିଥାନ୍ତି। ତେଣୁ ବିଭିନ୍ନ ଦୃଷ୍ଟିକୋଣରୁ ଅକ୍ଷି ତୃତୀୟା ଦିନଟିର ତାତ୍ପର୍ଯ୍ୟ ବେଶ୍ ମହତ୍ତ୍ବପୂର୍ଣ୍ଣ। 

Spread the love