Rourkela's ultrarunner Sumit Singh's name inscribed in the International Book of World Records.

ରାଉରକେଲାର ଅଲ୍‌ଟ୍ରା ରନର୍‌ ସୁମିତ ସିଂହ ଆଣିଛନ୍ତି ଗୌରବ। ଗତ ମେ’ ମାସରେ ଲଗାତାର ସର୍ବାଧିକ ୩୩ଟି ଫୁଲ୍‌ ମାରାଥନ୍‌ ଦୌଡ଼ିଥିବା ସୁମିତଙ୍କ ନାଁ ଏବେ ‘ଇଣ୍ଟର୍‌ନ୍ୟାସନାଲ ବୁକ୍‌ ଅଫ୍‌ ୱାର୍ଲଡ ରେକର୍ଡସ’ ରେ ଲିପିବଦ୍ଧ ହୋଇଛି। ସୂଚନାଯୋଗ୍ୟ, ଲଗାତାର ସର୍ବାଧିକ ସଂଖ୍ୟକ ମାରାଥନ ଦୌଡ଼ି ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ ରେକର୍ଡସରେ ନାଁ କରିବାକୁ ସୁମିତ ପ୍ରୟାସ କରିଥିଲେ। ଏପ୍ରିଲ ୨୫ ତାରିଖରୁ ମେ’ ୨୪ ପର୍ଯ୍ୟନ୍ତ ପ୍ରତିଦିନ ସ୍ଥାନୀୟ ଉଦିତନଗର ପଡ଼ିଆରେ ମାରାଥନ ଦୌଡ଼ିଥିଲେ। ଏହା ସନ୍ଧ୍ୟା ୬ଟାରୁ ରାତି ୧୧ଟା ଚାଲୁଥିଲା। ପ୍ରତ୍ୟେକ ଦିନ ମାରାଥନ (୪୨.୨ କିଲୋମିଟର ବିଶିଷ୍ଟ) ଦୌଡ଼ିଥିବାବେଳେ ଲଗାତାର ୩୦ ଦିନରେ ୩୩ଟି ମାରାଥନ୍‌ ଦୌଡ଼ିଥିଲେ। ଅର୍ଥାତ୍‌ ସେ ମୋଟ୍‌ ୧୩୯୨.୬ କିଲୋମିଟର ଅତିକ୍ରମ କରିଥିଲେ। ତେବେ ସୁମିତଙ୍କ ସମସ୍ତ ମାରାଥନ୍‌ର ଭିଡିଓ ଫୁଟେଜ୍‌ ଏକ ସଂସ୍ଥା ‘ଇଣ୍ଟରନ୍ୟାସନାଲ ବୁକ୍‌ ଅଫ୍‌ ରେକର୍ଡସର ହସ୍ତଗତ ହୋଇଥିଲା। ଏହାର ବ୍ୟାପକ ସମୀକ୍ଷା ପରେ ସଂସ୍ଥା ପକ୍ଷରୁ ରେକର୍ଡ ହାସଲ କରିଥିବା ନେଇ ବିଧିବଦ୍ଧ ସ୍ବୀକୃତି ପତ୍ର ପ୍ରଦାନ କରାଯାଇଛି।

Spread the love