President Droupadi Murmu and Governor Ganeshi Lal seek the blessings of Maa Cuttack Chandi's suna besha.

ମା’ କଟକ ଚଣ୍ଡୀଙ୍କ ସୁନାବେଶ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ରାଷ୍ଟ୍ରପତି ମା’ କଟକ ଚଣ୍ଡୀଙ୍କ ମନ୍ଦିରକୁ ସିଂହଦ୍ବାର ଦେଇ ପ୍ରବେଶ କରିବା ପୂର୍ବରୁ ଯେଭଳି ଦୁଇ ହାତ ଟେକି ସଂପୂର୍ଣ୍ଣ ସମର୍ପଣ ଭାବ ନେଇ ମା’ଙ୍କୁ ସ୍ମରଣ କରିଥିଲେ ତାହା ସମସ୍ତଙ୍କ ମନକୁ ଛୁଇଁ ଯାଇଥିଲା। ମନ୍ଦିର ଭିତରେ ପ୍ରାୟ ୧୫ ମିନିଟ୍‌ କାଳ ସେ ପୂଜାର୍ଚ୍ଚନା କରିଥିଲେ । ରାଷ୍ଟ୍ରପତିଙ୍କ ମନ୍ଦିର ଭିତରେ ଦର୍ଶନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇ ପୂଜକ ପ୍ରତିନିଧି ମନୋଜ ପଣ୍ଡା କହିଛନ୍ତି ଯେ ରାଷ୍ଟ୍ରପତି ହେଉଛନ୍ତି ଦେଶର ପ୍ରଥମ ନାଗରିକ, ମା’ ସମାନ, ଶକ୍ତି ସ୍ବରୂପା। ମା’ ଆଜି ମା’ଙ୍କୁ ଭେଟିବାକୁ ଆସିଥିଲେ। ସେଥିପାଇଁ ସ୍ବତନ୍ତ୍ର ଭାବେ ସୁନାବେଶରେ ମା’ କଟକ ଚଣ୍ଡୀଙ୍କୁ ସଜା ଯାଇଥିଲା। ରାଷ୍ଟ୍ରପତିଙ୍କ ଗୋତ୍ରରେ ପୂଜାର୍ଚ୍ଚନା କରାଯାଇଥିଲା। ରାଷ୍ଟ୍ରପତି ଓ ରାଜ୍ୟପାଳ ଦୀପ ଜାଳି ଥିଲେ। ମନ୍ଦିର ଟ୍ରଷ୍ଟ୍ ପକ୍ଷରୁ ରାଷ୍ଟ୍ରପତିଙ୍କୁ ମା’ଙ୍କ ପାଟଶାଢୀ ଓ ରାଜ୍ୟପାଳଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ଏହା ସହ ମନ୍ଦିରର ଇତିହାସ ଓ ସ୍ବତନ୍ତ୍ର ନୀତିକାନ୍ତି ସଂପର୍କରେ ସେମାନେ ଅତ୍ୟନ୍ତ ଆଗ୍ରହର ସହ ଶୁଣିଥିଲେ।

Spread the love