Bhubaneswar- Jamshedpur- Kolkata air service inaugurated

ଭୁବନେଶ୍ୱର-‌କୋଲକାତା-ଜାମସେଦପୁର ବିମାନ ସେବାର ଶୁଭାରମ୍ଭ ହୋଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଅବସରପ୍ରାପ୍ତ ଜେନେରାଲ ବିଜୟ କୁମାର ସିଂହ ପ୍ରମୁଖ ଆଜି ପୂର୍ବାହ୍ଣରେ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡଖଣ୍ଡର ତିନିଟି ସହରକୁ ସଂଯୋଗ କରୁଥିବା ଏହି ବିମାନ ସେବା ଉଦ୍‌ଘାଟନ କରିଛନ୍ତି। ଇଣ୍ଡିଆ-ୱାନ୍‌ ଏୟାର୍‌ ଏହି ରୁଟ୍‌ରେ ବିମାନ ଉଡ଼ାଣ ଆରମ୍ଭ କରିଛି। ଆରସିଏସ୍‌-ଉଡାନ୍‌ ଯୋଜନା ଅନ୍ତର୍ଗତ ଏହି ବିମାନ ସେବା ଫେବ୍ରୁଆରି ପହିଲାରୁ ଦୈନିକ ଉଡ଼ାଣ କରିବ। ସକାଳୁ ଭୁବନେଶ୍ବରରୁ ଉଡ଼ାଣ ଆରମ୍ଭ କରି ଜାମସେଦପୁର ଦେଇ କୋଲକାତାରେ ପୂର୍ବାହ୍ନରେ ପହଞ୍ଚିବ। ପୂର୍ବାହ୍ନରେ କୋଲକାତାରୁ ଜାମ‌ସେଦପୁର ଦେଇ ଅପରାହ୍ଣରେ ଭୁବନେଶ୍ବରରେ ପହଞ୍ଚିବ ବୋଲି ବିମାନ ସୂଚୀରେ ଉଲ୍ଲେଖ ହୋଇଛି। ବିମାନ ସେବା ଉଦ୍‌ଘାଟନ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ସିନ୍ଧିଆ କହିଲେ, ଦେଶର ତିନିଟି ଭିନ୍ନଭିନ୍ନ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ସହରକୁ ବିମାନ ନେଟ୍‌ୱର୍କ ଦ୍ୱାରା ଯୋଡ଼ି ହେଉଥିବାରୁ ଏହା ଏକ ଶୁଭ ମୁହୂର୍ତ୍ତ। ଦେଶର କୋଣଅନୁକୋଣକୁ ବିମାନ ସେବା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଏଥିରେ ପ୍ରତିଫଳିତ ହେଉଛି। ପୂର୍ବରୁ ଗୋଟିଏ ପରେ ଗୋଟିଏ ଏୟାରଲାଇନ୍ସ ବନ୍ଦ ହେଉଥିଲା। ମାତ୍ର ଏବେ ଉଡାନ୍‌ ଯୋଜନା ତିନିଟି ନୂଆ ଆଞ୍ଚଳିକ ଏୟାରଲାଇନ୍ସକୁ ଜନ୍ମ ଦେଇଛି। ୨୦୧୪ ପୂର୍ବରୁ ଦେଶରେ ମାତ୍ର ୭୪ଟି ବିମାନବନ୍ଦର କାର୍ଯ୍ୟକ୍ଷମ ଥିଲା। ଏବେ ଜାମସେଦପୁରରେ ବାଣିଜ୍ୟିକ ଉଡ଼ାଣ ଆରମ୍ଭ ହେବା ପରେ ଏହା ୧୪୭କୁ ବୃଦ୍ଧି ପାଇଛି। ଆସନ୍ତା ଫେବ୍ରୁଆରିରେ କର୍ଣ୍ଣାଟକର ଶିବମୋଗା ବିମାନବନ୍ଦରରୁ ବାଣିଜ୍ୟିକ ଉଡାଣ ଆରମ୍ଭ ହେବା ପରେ ଏହି ସଂଖ୍ୟା ୧୪୮ ଛୁଇଁବ।

Spread the love