Education Minister Dharmendra Pradhan and EAM Dr. S. Jaishankar jointly launches Study in India Portal for international students

ଭାରତରେ ବିଦେଶୀ ବିଦ୍ୟାର୍ଥୀଙ୍କ ପାଠପଢ଼ା ପାଇଁ ଆରମ୍ଭ ହେଲା ‘ଷ୍ଟଡି ଇନ୍ ଇଣ୍ଡିଆ’ ପୋର୍ଟାଲ । ଭାରତରେ ପଢ଼ିବାକୁ ଚାହୁଥିବା ବିଦେଶୀ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କରଙ୍କ କରକମଳରେ ‘ଷ୍ଟଡି ଇନ୍ ଇଣ୍ଡିଆ’(ଏସଆଇଆଇ) ପୋର୍ଟାଲର ଶୁଭାରମ୍ଭ ହୋଇଯାଇଛି । ଉନ୍ମୋଚିତ ପୋର୍ଟାଲ ଭାରତରେ ପଢିବାକୁ ଆଗ୍ରହୀ ବିଦେଶୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଯାତ୍ରାକୁ ସହଜ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଶିକ୍ଷା ମନ୍ତ୍ରଣାଳୟ, ବୈଦେଶିକ ମନ୍ତ୍ରଣାଳୟ ଏବଂ ଗୃହ ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ଏହି ପୋର୍ଟାଲ ପ୍ରସ୍ତୁତ ହୋଇଛି । ଷ୍ଟଡି ଇନ୍ ଇଣ୍ଡିଆ ପୋର୍ଟାଲ ଭାରତରେ ପାଠ ପଢ଼ୁଥିବା ବିଦେଶୀ ଛାତ୍ରଛାତ୍ରୀଙ୍କୁ ସୁବିଧା ପ୍ରଦାନ କରିବ। ଛାତ୍ରଛାତ୍ରୀଙ୍କ ପଞ୍ଜିକରଣ ଓ ଭିସା ଆବେଦନ ସହ ଗୋଟିଏ ପ୍ଲାଟଫର୍ମରେ ସବୁ ସମସ୍ୟାର ସମାଧାନ ହେବ । ଏହି ପୋର୍ଟାଲରେ ବିଦେଶରୁ ଆସି ଭାରତରେ ଅଧ୍ୟୟନ କରିଥିବା ପୁରାତନ ଛାତ୍ରଛାତ୍ରୀଙ୍କ ଡାଟା ବ୍ୟାଙ୍କ୍ ରହିବ, ଯାହା ମାଧ୍ୟମରେ ଭାରତକୁ ଆସୁଥିବା ବିଦେଶୀ ଛାତ୍ରଛାତ୍ରୀମାନେ ପୁରାତନ ଛାତ୍ରଛାତ୍ରୀଙ୍କ ସହ ଯୋଗସୂତ୍ର ରକ୍ଷା କରିପାରିବେ। ଏହି ଓ୍ୱେବସାଇଟ୍ ଛାତ୍ରଛାତ୍ରୀଙ୍କୁ ଭାରତର ଉଚ୍ଚ ଶିକ୍ଷାନୁଷ୍ଠାନରେ ଥିବା ବିଭିନ୍ନ ପାଠ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିବ ।

Spread the love