ଓଡ଼ିଶାର ବୃହତ୍ତମ ଜିଲ୍ଲା ତଥା ଭଞ୍ଜ କଳାର ମାଟି ମୟୂରଭଞ୍ଜ । ଏକଦା ସ୍ବତନ୍ତ୍ର ଗଡ଼ଜାତ ରାଜ୍ୟ ଭାବେ ଖ୍ୟାତି ଅର୍ଜନ କରିଥିବା ଏହି ଜିଲ୍ଲା ଆଜି ସାରା ଦୁନିଆରେ ଶ୍ରେଷ୍ଠ ସ୍ଥାନ ରୂପେ ପରିଚୟ ହାସଲ କରିଛି । ଗତ ମାର୍ଚ୍ଚ ମାସରେ ବିଶ୍ବର ପ୍ରତିଷ୍ଠିତ ଟାଇମ୍ ମାଗାଜିନ୍ ପ୍ରକାଶିତ କରିଥିବା ୨୦୨୩ର ଶ୍ରେଷ୍ଠ ସ୍ଥାନ ମଧ୍ୟରୁ ଭାରତର ଲଦାଖ ଓ ମୟୂରଭଞ୍ଜ ସ୍ଥାନିତ ହୋଇଛି, ଯେଉଁଥିପାଇଁ ସମଗ୍ର ଦେଶ ସହ ଓଡ଼ିଶାବାସୀଙ୍କ ପାଇଁ ଏହା ଗର୍ବର ବିଷୟ ପାଲଟିଛି । ଆଜିର ଏହି ବ୍ଲଗରେ ଆସନ୍ତୁ ଜାଣିବା କାହିଁକି ଶ୍ରେଷ୍ଠ ମୟୂରଭଞ୍ଜ?
ମୟୂରଭଞ୍ଜର ପ୍ରାକୃତିକ ପରିବେଶ, କଳାସଂସ୍କୃତି ଓ ପରମ୍ପରା ସର୍ବଦା ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପ୍ରଶଂସା ସାଉଁଟିଛି । ହେଲେ ନିକଟ ଅତୀତରେ ଟାଇମ୍ ପ୍ରତିକା ପକ୍ଷରୁ ପ୍ରକାଶିତ “ୱାର୍ଲ୍ଡସ୍ ଗ୍ରେଟେଷ୍ଟ ପ୍ଲେସେସ୍ ୨୦୨୩” ତାଲିକାରେ ସ୍ଥାନ ପାଇଛି ଆମ ରାଜ୍ୟର ମୟୂରଭଞ୍ଜ ଜିଲ୍ଲା । ଏହା ସାରା ବିଶ୍ବର ୫୦ଟି ଶ୍ରେଷ୍ଠ ସ୍ଥାନ ମଧ୍ୟରେ ରହିଛି । ଏଠାର ମନଲୋଭା ପ୍ରାକୃତିକ ପରିବେଶ ମଧ୍ୟରେ କଳା ବାଘ, ଇତିହାସର ମୂକସାକ୍ଷୀ ବେଲଗଡ଼ିଆ ରାଜାପ୍ରାସାଦରେ ରାତ୍ରିଯାପନ ଓ ପାରମ୍ପରିକ ଛଉ ନୃତ୍ୟର ସୁନ୍ଦର କଳାକୌଶଳକୁ ଦେଖିବାର ସୌଭାଗ୍ୟ କେବଳ ମୟୂରଭଞ୍ଜରେ ହିଁ ମିଳିପାରିବ, ଯାହା ସମସ୍ତଙ୍କଠୁ ଶ୍ରେଷ୍ଠ କରିଛି ।
ଶିମିଳିପାଳ ଅଭୟାରଣ୍ୟ
ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଶିମିଳିପାଳ ଅଭୟାରଣ୍ୟ । ଘଞ୍ଚ ଶାଳବଣ, ବିଭିନ୍ନ ଜୀବଜନ୍ତୁ, ଅନେକ ପ୍ରଜାତିର ଉଦ୍ଭିଦ ଓ ଛୋଟ ବଡ଼ ବହୁ ଜଳପ୍ରପାତ ଏବଂ ମନୋଲାଭ ପରିବେଶ ପ୍ରକୃତିପ୍ରେମୀକୁ ସର୍ବଦା ଆକୃଷ୍ଟ କରିଥାଏ । ଏହାସହ ଆଦିବାସୀ ଜନଜାତି, ଜୀବଜନ୍ତୁ, ବୃକ୍ଷଲତା ପାଇଁ ସାରା ବିଶ୍ବରେ ଏକ ସୁନ୍ଦର ଏବଂ ସ୍ବତନ୍ତ୍ର ପର୍ଯ୍ୟଟନସ୍ଥଳୀ ଭାବେ ମାନ୍ୟତା ପାଇଛି । ଖାସ୍ କରି ଏଠାରେ କଳା ବାଘ ଦେଖିବାକୁ ମିଳିଥାଏ, ଯାହା ଅନ୍ୟ କେଉଁଠି ଦେଖିବାକୁ ମିଳେ ନାହିଁ ବୋଲି ଟାଇମ୍ ମାଗାଜିନ ଉଲ୍ଲେଖ କରିଛି । ବିରଳ କଳା ବାଘ ବ୍ୟତୀତ ଏସୀୟ ହାତୀ, ସମ୍ବର, ହରିଣ, କୁଟୁରା, ଭାଲୁ, ଉଡ଼ନ୍ତା ଗୁଣ୍ଡୁଚି ମୂଷା, ମୟୂର, କୁମ୍ଭୀର ପରି ଶହ ଶହ ପ୍ରଜାତିର ପ୍ରାଣୀ ଏବଂ କୀଟପତଙ୍ଗ ଏହି ଅଭୟାରଣ୍ୟର ଶୋଭା ବଢ଼ାଇଥାନ୍ତି । ଖୈରିବୁରୁ ଓ ମେଘାସନୀ ପରି ସୁଉଚ୍ଚ ପର୍ବତ ସହ ବରେହିପାଣି, ଯୋରନ୍ଦା ଜଳପ୍ରପାତର ସୁନ୍ଦର ଦୃଶ୍ୟକୁ ଉପଭୋଗ କରିବା ପାଇଁ ବର୍ଷସାରା ପର୍ଯ୍ୟଟକଙ୍କ ଭିଡ଼ ଜମେ ।
ବେଲଗଡ଼ିଆ ରାଜାପ୍ରାସାଦ
ଗୌରବମୟ ଇତିହାସର ମୂକସାକ୍ଷୀ ଭାବେ ଦଣ୍ଡାୟମାନ ବେଲଗଡ଼ିଆ ରାଜାପ୍ରାସାଦ ମୟୂରଭଞ୍ଜକୁ ଜିଲ୍ଲାକୁ ସ୍ବତନ୍ତ୍ର କରିଛି । ମୟୂରଭଞ୍ଜର ତତ୍କାଳୀନ ମହାରାଣୀ ସୁମିତ୍ରା ଭଞ୍ଜଦେଓ 1800 ଶତାବ୍ଦୀରେ ଏହାର ନିର୍ମାଣ କରିଥିଲେ । ଭିକ୍ଟୋରିଆନ ଆର୍କିଟେକ୍ଟର୍ ଶୈଳୀରେ ନିର୍ମିତ ହୋଇଥିବାରୁ ଏହି ରାଜାପ୍ରାସାଦ ଦେଖିବାକୁ ବେଶ୍ ଆକର୍ଷଣୀୟ । ଏବେ ଭଞ୍ଜ ରାଜ ପରିବାରର 48ତମ ବଂଶ ବସବାସ କରୁଥିବା ବେଳେ ପ୍ରାସାଦର ୧୧ଟି ପ୍ରକୋଷ୍ଠକୁ ପର୍ଯ୍ୟଟକଙ୍କ ନିମନ୍ତେ ଏକ ବୁଟିକ୍ ହୋମ୍-ଷ୍ଟେ ଭାବେ ଖୋଲାଯାଇଛି । ଶିମିଳିପାଳ ଓ ବାରିପଦା ଫରେଷ୍ଟ ରିଜର୍ଭ ମଧ୍ୟରେ ଅବସ୍ଥିତ ଏହି ରାଜପ୍ରାସାଦ ଆଗନ୍ତୁକଙ୍କୁ ରାଜକୀୟ ଚଳଣର ଅନୁଭୂତି ପ୍ରଦାନ କରୁଛି । ଏଠାରେ ପର୍ଯ୍ୟଟକଙ୍କ ପାଇଁ ରାତ୍ରି ଯାପନ ସହ ଭୋଜନର ବ୍ୟବସ୍ଥା କରାଯାଉଛି ।
ଛଉ ନୃତ୍ୟ
ଓଡ଼ିଶାର ପ୍ରସିଦ୍ଧ ଲୋକନୃତ୍ୟ ମଧ୍ୟରେ ଛଉ ନୃତ୍ୟ ସ୍ବତନ୍ତ୍ର ଯାହା ବୀରତ୍ବର ଗାଥାକୁ ବହନ କରିଥାଏ। ବିଶେଷକରି ମୟୂରଭଞ୍ଜରେ ଏହା ଅଧିକ ଲୋକପ୍ରିୟ କାରଣ ଏଠାରୁ ହିଁ ଏହାର ଉତ୍ପତ୍ତି ବୋଲି କୁହାଯାଏ । ଛଉ ଏକ ସାମାରିକ ନୃତ୍ୟ । ଏଥିରେ ଉଭୟ ନାଟ୍ୟ ଓ ନୃତ୍ୟର ସମାବେଶ ଦେଖିବାକୁ ମିଳିଥାଏ । ଛଉ ଶବ୍ଦ ‘ଛାଉଣୀ’ରୁ ଆସିଛି, ଯାହାର ଅର୍ଥ ସେନା ଛାଉଣୀ । କହିବାକୁ ଗଲେ ଏହି ନୃତ୍ୟ ରାଜାରାଜୁଡ଼ା ସମୟରୁ ଆସିଛି। ଏହି ନୃତ୍ୟରେ ଢୋଲ, ଢାକ, ଧୁମୁଷା, ଯୋଡ଼ି ନାଗରା ଶାହାନାଇ ମହୁରୀ ବାଦ୍ୟ ବ୍ୟବହୃତ ହୋଇଥାଏ । ମୟୂରଭଞ୍ଜ ଛଉର କଳାକାରମାନେ ସାଧାରଣତଃ ପାଇକ ଗୋଷ୍ଠୀର । ଅନ୍ୟ ଛଉ କଳାକାର ମୁଖା ପିନ୍ଧି ନୃତ୍ୟ କରୁଥିବା ବେଳେ ମୟୂରଭଞ୍ଜ ଛଉରେ ବିନା ମୁଖାରେ ନୃତ୍ୟଶିଳ୍ପୀମାନେ ବିଭିନ୍ନ ପୌରାଣିକ ତଥା ସାମାଜିକ ବିଷୟବସ୍ତୁକୁ ନେଇ ନୃତ୍ୟ ପରିବେଷଣ କରିଥାନ୍ତି । ଯେଉଁଥିପାଇଁ ଏହା ବିଶ୍ବ ପ୍ରସିଦ୍ଧ ହୋଇପାରିଛି । ତେବେ ୨୦୧୦ ମସିହାରେ ଛଉକୁ ୟୁନେସ୍କୋ ପକ୍ଷରୁ ମାନ୍ୟତା ମିଳିସାରିଛି।
ହସ୍ତତନ୍ତ ଓ ହସ୍ତଶିଳ୍ପ
ମୟୂରଭଞ୍ଜ ମାଟିର ମହକ ବାରି ହୁଏ ଏହାର ଅନେକ ଲୋକ ସାହିତ୍ୟ, ଲୋକ କଳା, ଲୋକନୃତ୍ୟ, ଲୋକ ସଙ୍ଗୀତ ଏବଂ ହସ୍ତତନ୍ତ ଓ ହସ୍ତଶିଳ୍ପରୁ । ସେଥିମଧ୍ୟରୁ ସବାଇ ଘାସ ଓ ଢୋକ୍ରାରୁ ନିର୍ମିତ ସୁନ୍ଦର ସୁନ୍ଦର ହସ୍ତଶିଳ୍ପ ସାମଗ୍ରୀ ପାଇଁ ମୟୂରଭଞ୍ଜ ଅନ୍ତର୍ଜାତୀୟସ୍ତରରେ ପରିଚିତ। ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ଏହି ସମସ୍ତ ହସ୍ତଶିଳ୍ପ ଦେଖିବାକୁ ଯେତିକି ଆକର୍ଷଣୀୟ ଚାହିଦା ମଧ୍ୟ କିଛି କମ୍ ନୁହେଁ । ଏହି ସବୁ ହସ୍ତ ସାମଗ୍ରୀ ସୁଲଭ ଦରରେ ମିଳିଥିବାରୁ ଘର ସାଜସଜ୍ଜା ସହ ଘରକରଣାରେ ନିତିଦିନିଆ ବ୍ୟବହାର କରାଯାଏ ।
ମୟୂରଭଞ୍ଜର କଳା, ସଂସ୍କୃତି ଓ ଐତିହ୍ୟ ଟାଇମ୍ ମାଗାଜିନରେ ସ୍ଥାନିତ ହୋଇଥିବା ବେଳେ ଉସ୍କି, ଦେବକୁଣ୍ଡ, ଭୀମକୁଣ୍ଡ, କୁଚେଇ, ସୀତାକୁଣ୍ଡ ପରି ଅନେକ ଛୋଟ ବଡ଼ ଜଳପ୍ରପାତ ଏବଂ ଖିଚିଂ, ରସିକରାୟ, ଓ ବାରିପଦାର ଜଗନ୍ନାଥ ମନ୍ଦିର ପରି ପ୍ରାୟ ୧୯ରୁ ଅଧିକ ପର୍ଯ୍ୟଟନସ୍ଥଳୀ ସର୍ବଦା ଦେଶବିଦେଶର ଭ୍ରମଣପ୍ରେମୀଙ୍କୁ ଆକୃଷ୍ଟ କରିଥାଏ । କେବଳ ସେତିକି ନୁହେଁ ବାରିପଦାର ମୁଢି ମାଂସର ଏକ ସ୍ବତନ୍ତ୍ର ଖ୍ୟାତି ରହିଛି, କାରଣ ଏହାର ସ୍ବାଦ ନିଆରା । ଦେଶବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ବାରିପଦା ମୁଢି ମାଂସକୁ ଖାଇବାକୁ ଭଲ ପାଆନ୍ତି । ତେଣୁ ଏହାର ଆଦର ଯେତିକି ଚାହିଦା ମଧ୍ୟ ସେତିକି । ଯିଏ ଥରେ ଖାଇଛି, ମୁଢି ମାଂସର ମଜାକୁ କେବେ ବି ଭୁଲିନି । ତେବେ ଉତ୍ତର ଓଡ଼ିଶାର ସାଂସ୍କୃତିକ କେନ୍ଦ୍ର ମୟୂରଭଞ୍ଜ ତାର ପ୍ରାକୃତିକ ପରିବେଶ ଓ ନିଆରା କଳାସଂସ୍କୃତି ପାଇଁ କେବଳ ପ୍ରସିଦ୍ଧ ନୁହେଁ, ଏହି ଜିଲ୍ଲାକୁ ସମସ୍ତଙ୍କଠୁ ଭିନ୍ନ ଏବଂ ଶ୍ରେଷ୍ଠ କରିଛି ଏହାର ଆଦିବାସୀ ପରମ୍ପରା ଏବଂ ସ୍ବର୍ଣ୍ଣିମ ଇତିହାସ ।