Odisha shines in Bahrain's 52nd National Day celebrations

ବାହାରିନରେ ଚମକିଲା ଓଡ଼ିଶା। ବାହାରିନର ୫୨ତମ ଜାତୀୟ ଦିବସର ବିଶାଳ ଉତ୍ସବରେ ବାହାରିନ ସରକାରଙ୍କ ଦ୍ୱାରା ଜାତୀୟ ଷ୍ଟାଡିୟମରେ ଏକ ଅନ୍ତର୍ଜାତୀୟ ପ୍ରଦର୍ଶନୀ ଓ ସାଂସ୍କୃତିକ ବିଚିତ୍ରା ଆୟୋଜିତ ହୋଇଥିଲା। ଏଥିରେ ବାହାରିନ ସରକାରଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ ହୋଇ ବାହାରିନ ଓଡ଼ିଆ ସମାଜ ଅଂଶଗ୍ରହଣ କରିଥିଲେ ଏବଂ ଓଡ଼ିଶାର କଳା, ସଂସ୍କୃତି, ହସ୍ତତନ୍ତ ଏବଂ ପର୍ଯ୍ୟଟନ ସୁବିଧାର ଏକ ମନୋଜ୍ଞ ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା।ଏହି ବିଶାଳ ପ୍ରଦର୍ଶନୀକୁ ବାହାରିନର ମାନ୍ୟବର ସାମାଜିକ ବିକାଶ ମନ୍ତ୍ରୀ ଓସାମା ବିନ ଅହମଦ ଖଲିଫl ଅଲ ଅସଫୁର ଉଦ୍‌ଘାଟନ କରିବା ପରେ ସର୍ବପ୍ରଥମେ ଓଡ଼ିଶା ମଣ୍ଡପ ପରିଦର୍ଶନରେ ଆସିଥିଲେ। ଏହି ମଣ୍ଡପରେ ଓଡ଼ିଶାର ଆଦିବାସୀ ଉତ୍ପାଦ ସମେତ ପର୍ଯ୍ୟଟନ ସୁବିଧା, ଓଡ଼ିଶାର ପାରମ୍ପରିକ ବସ୍ତ୍ର ଏବଂ ବିଭିନ୍ନ ଓଡ଼ିଆ ହସ୍ତଶିଳ୍ପ ଓ ହସ୍ତତନ୍ତ ପ୍ରଦର୍ଶନ କରାଯାଇଥିଲା।

ଭାରତୀୟ ରାଷ୍ଟ୍ରଦୂତ ଶ୍ରୀ ଜାକୋବ ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପ୍ରହରାଜଙ୍କୁ ବାହାରିନରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ବାଣିଜ୍ୟ ପ୍ରଦର୍ଶନ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ତେବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପସ୍ଥିତି ପାଇଁ ଓଡ଼ିଶା ମଣ୍ଡପ ଅଧିକ ଆକର୍ଷଣୀୟ ଲାଗୁଥିଲା। ଡକ୍ଟର ପ୍ରହରାଜ ମନ୍ତ୍ରୀ ତଥା ସମସ୍ତ ରାଷ୍ଟ୍ରଦୂତଙ୍କୁ ସମ୍ବଲପୁରୀ ଅଙ୍ଗବସ୍ତ୍ର ଏବଂ ‘ବାହାରିନ ଉତ୍କଳିକା’ ସ୍ମରଣିକା ସହିତ ସମ୍ବର୍ଦ୍ଧିତ କରିଥିଲେ। ଏହି ପ୍ରଦର୍ଶନୀରେ ଶହ ଶହ ସଂଗଠନ ଏବଂ ୧୫ଟି ଦେଶ ଅଂଶଗ୍ରହଣ କରିଥିଲେ। ବାହାରିନ ଓଡ଼ିଆ ସମାଜର ପ୍ରଦର୍ଶନୀ ମଣ୍ଡପର ସୁନ୍ଦର ସାଜସଜ୍ଜାକୁ ସମସ୍ତ ଅତିଥି ପ୍ରଶଂସା କରିଥିଲେ। ସମସ୍ତ ଅତିଥି ଓଡ଼ିଶାର ହସ୍ତତନ୍ତ ପ୍ରଦର୍ଶନୀରେ ଅତ୍ୟନ୍ତ ଖୁସି ହୋଇଥିଲେ। ପ୍ରଦର୍ଶନୀ ପରେ ଓଡ଼ିଶା ପରିଦର୍ଶନ କରିବା ଏବଂ ଦ୍ୱିପାକ୍ଷିକ ବାଣିଜ୍ୟ ତଥା ହସ୍ତଶିଳ୍ପ କ୍ରୟ ପାଇଁ ଅନେକେ ଅନୁସନ୍ଧାନ ମଧ୍ୟ କରିଥିଲେ।

Spread the love