Baragarh kuchipalis famous yugar jatra is completed

ଈଶ୍ବର ବିଶ୍ବାସ ସାଙ୍ଗକୁ ଜୀବେଦୟା ଏବଂ ମାନବିକତାର ଜୟଗାନ କରି ଧର୍ମୀୟ ସଦ୍‌ଭାବନା, ହିନ୍ଦୁ-ମୁସଲିମ ଭାଇଚାରା ଓ ସାଂସ୍କୃତିକ ଚେତନାର ବାର୍ତ୍ତା ପ୍ରେରଣ କରୁଥିବା କୁଚିପାଲି ପ୍ରସିଦ୍ଧ ଜୁଗାର ଯାତ୍ରା ସଂପନ୍ନ ହୋଇଛି । ପଶୁବଳୀ ବଦଳରେ ହେଉଥିବା ଜୁଗାର ଯାତ୍ରା କେବଳ ଧମାର୍ନ୍ଧ ଲୋକଙ୍କ ପାଇଁ ନୁହେଁ, ବରଂ ଏହା ହିନ୍ଦୁ-ମୁସଲିମ ସଂପ୍ରଦାୟ ମଧ୍ୟରେ ସଦ୍‌ଭାବ ଓ ଏକତାର ବାର୍ତା ବହନ କରି ଆସୁଛି । ଚଳିତ ବର୍ଷ ବିଭିନ୍ନ ଅଂଚଳରୁ ଆସିଥିବା ଶ୍ରଦ୍ଧାଳୁ ଭକ୍ତଙ୍କ ୧୦୦୦ରୁ ଊର୍ଦ୍ଧ୍ବ ମାନସିକ ଜୁଗାର ଏକତ୍ରିତ ହୋଇ ଅପରାହ୍ନରେ ଏକ ଶୋଭାଯାତ୍ରା ଗ୍ରାମ ପରିକ୍ରମା ପରେ ମାଁ କାଳୀଙ୍କ ପାଖରେ ଭୋଗ ଲାଗିଥିଲା । ଓଡ଼ିଶାର ବିଭିନ୍ନ ଜିଲ୍ଲା ସାଙ୍ଗକୁ ବେଙ୍ଗାଲୁରୁ, ପଂଜାବ, ଛତିଶଗଡ଼ ଆଦି ରାଜ୍ୟରୁ ଆସିଥିବା ଭକ୍ତଙ୍କ ମାନସିକ ଜୁଗାର ମାଁଙ୍କଠାରେ ଭୋଗ ଲାଗିଥିଲା । ୨୧ ଖଣ୍ତି ଧାନର ଖଇରେ ପ୍ରସ୍ତୁତ ଭକ୍ତି ଜୁଗାର ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ହୋଇଥିଲା । ସଂଧ୍ୟା ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ଗାଁରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା । ଏହି ଅବସରରେ ପାରମ୍ପରିକ କଳଙ୍ଗୀନାଚ, ନମଃ ଗୁରୁ, ଘଂଟ ବାଦ୍ୟ, ଦୁଲଦୁଲି, ଗୈାରବାଡି ସମେତ ବହୁ ଲୁପ୍ତପ୍ରାୟ ଲୋକନୃତ୍ୟ ଦଳ ନିଜର କଳା ପ୍ରଦର୍ଶନ କରିଥିଲେ ।

Spread the love