School students will be associated with Nandankanan as 'zoo ambassadors' to create awareness for wildlife conservation

ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ଭବିଷ୍ୟତ ଲକ୍ଷ୍ୟ ହାସଲ କରିବାକୁ ପ୍ରାଣୀ ଉଦ୍ୟାନ ‘ନନ୍ଦନକାନନ’ ପକ୍ଷରୁ ଏକ ଶିକ୍ଷା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବିଦ୍ୟାଳୟସ୍ତରରେ ବନ୍ୟଜନ୍ତୁଙ୍କ ଉପରେ ସଚେତନତା ସୃଷ୍ଟି କରିବାକୁ ପ୍ରତି ବିଦ୍ୟାଳୟର ୭ମ, ୮ମ ଓ ୯ମ ଶ୍ରେଣୀର ଜଣେ ଲେଖାଏ ଛାତ୍ର/ଛାତ୍ରୀଙ୍କୁ ‘ଜୁ ଆମ୍ବାସାଡର’ ଭାବେ ଚୟନ କରାଯିବ। ବିଦ୍ୟାଳୟଗୁଡ଼ିକ ଆଗ୍ରହୀ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରସ୍ତୁତ କରିବା ସହ ନନ୍ଦନକାନନ ୱେବସାଇଟ୍ https://www.nandankanan.org/Zoo-Ambassador-Programme.php ମାଧ୍ୟମରେ ଅନଲାଇନ୍ ଆବେଦନ କରିପାରିବେ। ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟଗୁଡ଼ିକୁ ଅଧ୍ୟୟନ ସାମଗ୍ରୀ ପଠାଯିବ। ଡିସେମ୍ବର ଦ୍ୱିତୀୟ ସପ୍ତାହରେ ସମସ୍ତ ବିଦ୍ୟାଳୟରେ ଏକ ପରୀକ୍ଷା କରାଯିବ ଏବଂ ପରୀକ୍ଷା ଶେଷ ହେବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଉତ୍ତର ଖାତାଗୁଡ଼ିକୁ ତୁରନ୍ତ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିବେ। ପରୀକ୍ଷାରେ ଶୀର୍ଷରେ ଥିବା ଛାତ୍ର/ଛାତ୍ରୀଙ୍କୁ ବିଦ୍ୟାଳୟ ପକ୍ଷରୁ ନନ୍ଦନକାନନର ‘ଜୁ ଆମ୍ବାସଡାର’ ଭାବେ ଚୟନ କରାଯିବ। ପ୍ରତି ବିଦ୍ୟାଳୟରୁ କେବଳ ଜଣେ ଯୋଗ୍ୟ ବିବେଚିତ ହେବେ ଏବଂ ତାଙ୍କ କାର୍ଯ୍ୟକାଳ ଗୋଟିଏ ବର୍ଷ ଅର୍ଥାତ୍‌ ୨୦୨୪ ଜାନୁଆରି ୧ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ରହିବ।

ସାଧାରଣତଃ ବନ୍ୟଜନ୍ତୁ ସଂରକ୍ଷଣ ବିଶେଷଭାବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସମ୍ପର୍କିତ ତଥ୍ୟ ଓ ଖବର ‘ଜୁ ଆମ୍ବାସଡାର’ମାନଙ୍କୁ ନିୟମିତ ପ୍ରଦାନ କରାଯିବ। ସେମାନଙ୍କୁ ଏକ ସାର୍ଟିଫିକେଟ୍ ସହ ବ୍ୟାଜ୍ ଦିଆଯିବ। ‘ଜୁ ଆମ୍ବାସଡାର’ ନିଜ ପରିବାର ଦୁଇଜଣ ସଦସ୍ୟଙ୍କ ସହ ବର୍ଷକ ମଧ୍ୟରେ ଦୁଇ ଥର ମାଗଣାରେ ପ୍ରାଣୀ ଉଦ୍ୟାନ ପରିଦର୍ଶନ କରିପାରିବେ। ଏହାବ୍ୟତୀତ ନିଜ କାର୍ଯ୍ୟକାଳ ସମୟରେ ମାଗଣାରେ ନନ୍ଦନକାନନ ବୁଲିପାରିବେ। ନନ୍ଦନକାନନ ପକ୍ଷରୁ ଅଫ୍‌ଲାଇନ୍‌ ଓ ଅନ୍‌ଲାଇନ୍‌ରେ ହେଉଥିବା ଦିବସ ପାଳନରେ ସମ୍ପୃକ୍ତ ଛାତ୍ର/ଛାତ୍ରୀ ଅଂଶଗ୍ରହଣ କରିପାରିବେ। ନନ୍ଦନକାନନ ପକ୍ଷରୁ ସେମାନେ ନିଜ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିବେ। ତାଙ୍କ କାର୍ଯ୍ୟକାଳ ସଫଳତାର ସହ ଶେଷ ହେବା ପରେ ଏକ ପ୍ରମାଣପତ୍ର ପାଇବେ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Spread the love