Two Odias get Kendra Sahitya Akademi Award 2023.

କେନ୍ଦ୍ର ସାହିତ୍ୟ ଅକାଦେମିର ଛଅ ଦିନିଆ ବାର୍ଷିକ ସାହିତ୍ୟୋତ୍ସବ – ୨୦୨୪ ଅବସରରେ ସାହିତ୍ୟ ଅକାଦେମି ପୁରସ୍କାର-୨୦୨୩ ବିତରଣ କରାଯାଇଛି। ରବୀନ୍ଦ୍ର ଭବନ ପ୍ରେକ୍ଷାଳୟରେ ଏହି ସମାରୋହ ଆୟୋଜିତ ହୋଇଯାଇଛି । ଏହି ସମାରୋହରେ ଅକାଦେମି ସଭାପତି ମାଧବ କୌଶିକ ଦେଶର ୨୪ଟି ଭାଷାରେ ପୁରସ୍କୃତ ଲେଖକଙ୍କୁ ପୁଷ୍ପଗୁଚ୍ଛ, ଅଙ୍ଗବସ୍ତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ଏକ ଲକ୍ଷ ଟଙ୍କାର ଅର୍ଥରାଶି ସହ ତାମ୍ରଫଳକ ମଧ୍ୟ ପ୍ରଦାନ କରାଯାଇଥିଲା। ଏଥିରେ ଓଡ଼ିଆ ଭାଷାରେ କବି ଆଶୁତୋଷ ପରିଡ଼ା ଓ ସଂସ୍କୃତ ଭାଷାରେ ବିଶିଷ୍ଟ ବିଦ୍ବାନ ଅରୁଣ ରଂଜନ ମିଶ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ଶ୍ରୀ ପରିଡ଼ାଙ୍କୁ ତାଙ୍କ ସ୍ବରଚିତ କବିତା ସଙ୍କଳନ ‘ଅପ୍ରସ୍ତୁତ ମୃତ୍ୟୁ’ ପାଇଁ ଓ ଶ୍ରୀ ମିଶ୍ରଙ୍କୁ ତାଙ୍କର ତୃତୀୟ ସଂସ୍କୃତ କବିତା ପୁସ୍ତକ ‘ମେଘଗାନମ୍’ ପାଇଁ ପୁରସ୍କାର ଦିଆଯାଇଥିଲା। ପୁରସ୍କାର ବିତରଣ ସମାରୋହରେ ମୁଖ୍ୟଅତିଥି ଭାବେ ବିଖ୍ୟାତ ଓଡ଼ିଆ ଔପନ୍ୟାସିକା ଡ. ପ୍ରତିଭା ରାୟ ଯୋଗଦେଇଥିଲେ।

Spread the love