Sahitya Puraskar - 2022 announced by Tapasya Foundation.

ତପସ୍ୟା ଫାଉଣ୍ଡେସନ ପକ୍ଷରୁ ୨୦୨୨ ମସିହା ପାଇଁ ଘୋଷଣା କରାଯାଇଛି ଓଡ଼ିଆ ସାହିତ୍ୟ ପୁରସ୍କାର । ବର୍ଷୀୟାନ ସାହିତ୍ୟିକ ଦେବ୍ରାଜ ଲେଙ୍କାଙ୍କୁ ‘ତପସ୍ୟା ଶାଶ୍ୱତ ପୁରସ୍କାର-୨୦୨୨’, ନିଗମାନନ୍ଦ ଷଡ଼ଙ୍ଗୀ ଓ ରଞ୍ଜନା ପାଢୀଙ୍କୁ ଯୁଗ୍ମ ଭାବେ ‘ତପସ୍ୟା ସୃଜନ ପୁରସ୍କାର-୨୦୨୨’, ଏବଂ ତରୁଣ ଲେଖକ ଯୀଶୁକ୍ରିଷ୍ଣ ଦାସଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର-୨୦୨୨’ରେ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଛି। ପୁରସ୍କାର ଚୟନ କମିଟି ସୁପାରିସ ଆଧାରରେ ଏହି ପ୍ରତିଭାମାନଙ୍କ ନାମ ଚୂଡ଼ାନ୍ତ କରାଯାଇଛି। ଏହା ବ୍ୟତୀତ ଏଥର ନୂତନ ଭାବେ ଏକ ଫେଲୋସିପ ପ୍ରବର୍ତ୍ତନ କରାଯାଇଛି। ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ରଙ୍କୁ ଏହି ଫେଲୋସିପ ପ୍ରଦାନ କରାଯିବ। ବର୍ଷୀୟାନ ସାହିତ୍ୟିକ ଦେବ୍ରାଜ ଲେଙ୍କାଙ୍କୁ ଜୀବନବ୍ୟାପୀ ସାଧନା ନିମନ୍ତେ, ନିଗମାନନ୍ଦ ଷଡ଼ଙ୍ଗୀ ଓ ରଞ୍ଜନା ପାଢୀଙ୍କୁ ସେମାନଙ୍କ ପୁସ୍ତକ ” ଗାଁ ଛାଡ଼ିବୁ ନାହିଁ ” ପାଇଁ ଯୁଗ୍ମ ଭାବେ ପୁରସ୍କୃତ କରାଯିବା ବେଳେ ଯୀଶୁକ୍ରିଷ୍ଣଙ୍କୁ ପୁସ୍ତକ ପ୍ରକାଶିତ ହୋଇନଥିବା ୩୦ ବର୍ଷରୁ କମ୍‌ ବୟସର ଲେଖକ ବର୍ଗରେ ପୁରସ୍କୃତ କରାଯିବ। ଖୁବଶୀଘ୍ର ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ପୁରସ୍କୃତ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏହି ସାହିତ୍ୟିକମାନଙ୍କୁ ପୁରସ୍କାର ବାବଦରେ ଯଥାକ୍ରମେ ୫୦ ହଜାର, ୩୦ ହଜାର ଏବଂ ୨୦ ହଜାର ଟଙ୍କା, ମାନ ଫଳକ ଏବଂ ଉପାୟନ ପ୍ରଦାନ କରାଯିବ।

Spread the love