Union Ministers Dharmendra Pradhan and Nirmala Sitharaman launch Kuwi and Desia books in Bhubaneswar

ଭୁବନେଶ୍ୱରରେ ‘କୁଇ’ ଓ ‘ଦେଶିଆ’ ଭାଷାରେ ବର୍ଣ୍ଣମାଳା ପୁସ୍ତକ ଲୋକାର୍ପିତ କଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ବର୍ଣ୍ଣମାଳା ଆଧାରିତ ‘କୁଇ’ ଓ ‘ଦେଶିଆ’ ଭାଷା ପୁସ୍ତକ ୧୦୦ରୁ କମ୍‌ ଦିନ ମଧ୍ୟରେ ପ୍ରସ୍ତୁତ ହେଇଛି। ଏହି ପୁସ୍ତକ ଜନଜାତି ପିଲାଙ୍କ ମଧ୍ୟରେ ଭାଷା ପାର୍ଥକ୍ୟକୁ ଦୂର କରିବ। ଛବିଳ ମଧୁ ବର୍ଣ୍ଣବୋଧ ସ୍ୱରୂପ ଦୁଇଟି ଜନଜାତି ଭାଷା ପୁସ୍ତକ ଦ୍ୱାରା ଅବିଭକ୍ତ କୋରାପୁଟ ଜିଲ୍ଲାର ଜନଜାତି ସମ୍ପ୍ରଦାୟର ପିଲାମାନେ ‘କୁଇ’ ଓ ‘ଦେଶିଆ’ ଭାଷାର ଧ୍ୱନି, ବର୍ଣ୍ଣ, ଶବ୍ଦ ବ୍ୟବହାର ସହ ଓଡ଼ିଆ ଭାଷାର ବର୍ଣ୍ଣ ପ୍ରକରଣ ଶିଖିପାରିବେ। କଥନ ସହ ପଠନ ଓ ଲିଖନରେ ମଧ୍ୟ ଦକ୍ଷତା ଅର୍ଜନ କରିବେ।କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଏନସିଇଆରଟି ମିଳିତ ଭାବେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଥିବା ସ୍କୁଲ ବିଶେଷ ଭାବେ ଜନଜାତି ପିଲାମାନେ ପଢୁଥିବା ବିଦ୍ୟାଳୟରେ ଥିବା ଶିକ୍ଷକଙ୍କ ପାଇଁ ଏକ ଓରିଏନ୍‌ଣ୍ଟେସନ କାର୍ଯ୍ୟକ୍ରମ କରନ୍ତୁ। ‘କୁଇ’ ଓ ‘ଦେଶିଆ’ ଭାଷା ପୁସ୍ତକ ଭଳି ଅନ୍ୟାନ୍ୟ ଜନଜାତି ଭାଷାରେ ବର୍ଣ୍ଣମାଳା ପୁସ୍ତକ ପ୍ରକାଶ କରିବା ପାଇଁ ରାଜ୍ୟ ସରକାରଙ୍କ ଏସ୍‌ସିଇଆରଟି ଓ ଏନସିଇଆରଟି ମିଶି ପ୍ରଚେଷ୍ଟା କରିବା ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଯେତେବେଳେ ଜଣେ ନିଜ ମାତୃଭାଷାରେ ଶିଖେ, କଥା ହୁଏ ଓ ଚିନ୍ତା କରେ, ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ୟ ସେହି ଭାଷାକୁ ବ୍ୟବହାର କରିବା ନେଇ ସ୍ପଷ୍ଟ ମତ ରଖେ। ମାତ୍ର ଯଦି ପିଲାଙ୍କୁ ପଢ଼ିବା କିମ୍ବା କହିବାଠାରୁ ଭିନ୍ନ ଭାଷା ଶିଖାଯାଏ ତେବେ ସେମାନେ ଦ୍ୱନ୍ଦରେ ପଡ଼ନ୍ତି। ଏହାର ବୈଜ୍ଞାନିକ ପ୍ରମାଣ ରହିଛି ବୋଲି ନିର୍ମଳା ସୀତାରମଣ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ପିଲାମାନେ ଯେଉଁ ଭାଷାରେ ଶିକ୍ଷା ଗ୍ରହଣ କରନ୍ତୁ ପଛେ, ମାତୃଭାଷାରେ ଶିକ୍ଷାଦାନ ଜରୁରୀ ଅଟେ। ସ୍ଥାନୀୟ ଭାଷା ଓ ଉପଭାଷାରେ ପାଠ୍ୟପୁସ୍ତକ ପ୍ରସ୍ତୁତି ଦ୍ୱାରା ଏକ ଭାରତ, ଶ୍ରେଷ୍ଠ ଭାରତ କଳ୍ପନା ସମୃଦ୍ଧ ହେବ। ଏକ୍ଷେତ୍ରରେ ଜାତୀୟ ଶିକ୍ଷା ନୀତି-୨୦୨୦ ଦେଶର ଶିକ୍ଷା ବ୍ୟବସ୍ଥାକୁ ଉଚ୍ଚସ୍ତରକୁ ନେଇଯିବ ବୋଲି ସେ କହିଛନ୍ତି।

Spread the love