Various types of spices will be cultivated through the 'Spice Mission' in Kandhamal.

ହଳଦୀ ଚାଷର ସଫଳତାକୁ ଲକ୍ଷ୍ୟ କରି ଚଳିତ ୨୦୨୩-୨୪ କୃଷିବର୍ଷରୁ କନ୍ଧମାଳରେ ନୂତନ କରି ଲାଗୁ ହେବାକୁ ଯାଉଛି ‘ସ୍ପାଇସ୍‌ ମିସନ୍’। ଏହା ମାଧ୍ୟମରେ ଜିଲ୍ଲାର ଚାଷୀ ଭଳିକି ଭଳି ମସଲା ଜାତୀୟ ଫସଲ ଉତ୍ପାଦନ କରିବେ। ଏହି ମିସନ୍ ମାଧ୍ୟମରେ କନ୍ଧମାଳରେ ହଳଦୀ ସମେତ ଅଦା, ଧନିଆ, ‌ଗୋଲମରିଚ, ଲଙ୍କା ଓ ଡାଲଚିନି ଆଦି ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି। କନ୍ଧମାଳ ଜିଲ୍ଲାରେ ୨୭୦୦ ହେକ୍ଟର୍ ଜମିରେ ହଳଦୀ ଚାଷ କରାଯିବା ସହିତ ୨୩୦ ହେକ୍ଟର୍ ଜମିରେ ଲଙ୍କା, ୧୫୨ ହେକ୍ଟର୍ ଜମିରେ ଧନିଆ, ୧୫୦ ହେକ୍ଟର୍ ଜମିରେ ଗୋଲମରିଚ, ୩୫୦ ହେକ୍ଟର୍ ଜମିରେ ଅଦା ଏବଂ ୫୦ ହେକ୍ଟର୍ ଜମିରେ ଡାଲଚିନି ଚାଷ କରାଯିବାର କୃଷି ଖସଡ଼ା ପ୍ରସ୍ତୁତ କରାଯାଇଛି। ଏହି ମିସନ୍ ଜରିଆରେ ଚାଷୀଙ୍କୁ ରିହାତି ଦରରେ ବିହନ ଓ ସାର ଯୋଗାଇ ଦିଆଯିବା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ପରୀକ୍ଷାମୂଳକ ଭାବେ ଲାଗୁ କରାଯାଉଥିବା ସ୍ପାଇସ୍ ମିସନ୍ ସଫଳତା ହାସଲ କଲେ ଜିଲ୍ଲାରେ ମସଲା ଚାଷର ପରିମାଣକୁ ବୃଦ୍ଧି କରାଯିବ। ମସଲା ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ଏବଂ ଚାଷୀର ଆୟ ଦୁଇ ଗୁଣ କରିବା ଏହି ମିସନ୍‌ର ଉଦ୍ଦେଶ୍ୟ। ବିଶେଷକରି କନ୍ଧମାଳର ମାଳଭୂମିରେ ଭଲ ମସଲା ଚାଷ ହୋଇ ପାରିବ ବୋଲି ଜଣାପଡ଼ିବା ପରେ କନ୍ଧମାଳକୁ ପାଇଲଟ୍‌ ଜିଲ୍ଲା ଭାବେ ବଛାଯାଇଛି।

ଏହି ମିସନ୍ କାର୍ଯ୍ୟକାରୀ ହେଲେ କନ୍ଧମାଳର ଆଦିବାସୀ ଚାଷୀ ଉପକୃତ ହୋଇପାରିବେ। ଅନ୍ୟପଟେ ପୂର୍ବରୁ ହଳଦୀ ଚାଷରେ କନ୍ଧମାଳର ସୁନାମ ରହିଛି। ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟରେ ଅଦାର ଚାହିଦା ମେଣ୍ଟାଇବାକୁ ହେଲେ କନ୍ଧମାଳରେ ଅଦାଚାଷକୁ ଗୁରୁତ୍ବାରୋପ କରାଯାଉଛି। ସେହିଭଳି ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଜରିଆରେ ମଧ୍ୟ ଚାଷୀଙ୍କୁ ଅଦା ବିହନ ଯୋଗାଇ ଦିଆଯାଉଛି। ଦାରିଙ୍ଗିବାଡ଼ି, କ.ନୂଆଗାଁ, ବାଲିଗୁଡ଼ା, ଘୁ.ଉଦୟଗିରି, ରାଇକିଆ, କୋଟଗଡ଼ଓ ତୁମୁଡ଼ିବନ୍ଧ ଆଦି ବ୍ଲକ୍‌ରେ ଅଧିକ ପରିମାଣରେ ମସଲା ଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ବିଶେଷକରି ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ମସଲା ଚାଷ କରାଯିବା ସହିତ କିଣାବିକା କରାଯିବ। ଏହାଦ୍ବାରା କନ୍ଧମାଳର ଚାଷୀ ଉପକୃତ ହୋଇପାରିବେ।

Spread the love