ଓଡ଼ିଶା ମାଟିରେ ଅନେକ ପ୍ରକାର ଚାରୁଶିଳ୍ପକଳା କେଉଁ ଆବହମାନ କାଳରୁ ଜୀବନ ଜୀବିକା ସହ ତାଳ ମିଳାଇ ବିଶ୍ବ ବଜାରରେ ଉତ୍କଳୀୟ କଳା ନୈପୁଣ୍ୟତାକୁ ବଜାୟ ରଖିଛି। ସେଥିମଧ୍ୟରୁ କଟକର ପ୍ରସିଦ୍ଧ ରୁପା ତାରକସି କାରୁକାର୍ଯ୍ୟ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଗତ ବର୍ଷ ଓଡ଼ିଶାର ଛଅଟି ଉତ୍ପାଦକୁ ଭାରତ ସରକାର ଭୌଗୋଳିକ ସୂଚକ ଚିହ୍ନରେ ପଞ୍ଜିକୃତ କରିଥିବା ବେଳେ ଚଳିତ ବର୍ଷ ମାର୍ଚ୍ଚ ମାସରେ ରୁପା ତାରକସି ଏହି ମାନ୍ୟତାରେ ସାମିଲ ହୋଇଛି, ଯାହା ସମସ୍ତ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ। ଆସନ୍ତୁ ସେହି ସୂକ୍ଷ୍ମ କାରୁକାର୍ଯ୍ୟ ଭରା ରୁପା ତାରକସି ସମ୍ପର୍କରେ ଜାଣିବା।
ସହସ୍ର ଶତାବ୍ଦୀର ସହର ହେଉଛି କଟକ। ଏଠାକାର କଳା, ସଂସ୍କୃତି ଓ ପରମ୍ପରା ହିଁ ଲୋକଙ୍କ ମାନ ଓ ସ୍ବାଭିମାନ । ଆଉ ଏହାର ଉତ୍କୃଷ୍ଟ ତାରକସି କାର୍ଯ୍ୟ ପାଇଁ କଟକ ଆଜି ବିଶ୍ବ ମାନଚିତ୍ରରେ ସ୍ଥାନିତ। ଜିଆଇ ମାନ୍ୟତା ପ୍ରାପ୍ତ ଓଡ଼ିଶାର 26ଟି ଅନନ୍ୟ ହସ୍ତଶିଳ୍ପ ଓ କଳାସମ୍ପଦ ମଧ୍ୟରେ ଚଳିତ ବର୍ଷ ସ୍ଥାନିତ ହୋଇଛି ରୁପା ତାରକସି । କୁହାଯାଏ ଯେ ପାର୍ସି, ମୋଗଲ, ଇଣ୍ଡୋନେସିଆ ଦ୍ବାରା ପ୍ରଭାବିତ ହୋଇ ଏହି ତାରକସିର ପ୍ରଚଳନ ଆରମ୍ଭ ହୋଇଥିଲା। ଘର ସାଜସଜ୍ଜାରୁ ଆରମ୍ଭ କରି ମା’ ଦୁର୍ଗାଙ୍କ ମେଢ ପାଇଁ ଏହି ତାରକସି କାମ ସବୁଠି ଚମକି ଥାଏ।
ଆଗରୁ କଟକର ବାଉନ ବଜାର ତେପନ ଗଳିକନ୍ଦିରେ ତାରକସି କାରିଗରୀ ଦେଖିବାକୁ ମିଳିଥିଲା, ହେଲେ ଏବେ କେବଳ ହାତଗଣତି ପରିବାର ଏହି କାରିଗରୀକୁ ଆଜି ବଞ୍ଚାଇ ରଖିଛନ୍ତି। ରିପୋର୍ଟ ଅନୁଯାୟୀ ନବେ ଦଶକରେ କଟକ ସହରରେ ପ୍ରାୟ ତିନି ହଜାରରୁ ଅଧିକ କାରିଗର ଥିଲେ ଏବଂ 2020ର ସର୍ଭେ ଅନୁଯାୟୀ 600 ପରିବାର ଏହି ତାରକସି କାମ କରୁଥିଲେ। ବିଶେଷ କରି ବକ୍ସିବଜାର, ଚାନ୍ଦିନୀଚୌକ, ନୟାସଡକ, ନୂଆପଡା, ମଙ୍ଗଳାବାଗ, ବଢେଇସାହି, କନିକାଛକ ଆଦି ତିରିଶରୁ ଅଧିକ ସ୍ଥାନରେ ଏହି କାମ ହେଉଥିବା ବେଳେ ଚାନ୍ଦିନୀଚୌକଠାରୁ ନୟାସଡକ ପର୍ଯ୍ୟନ୍ତ ତାରକସିର ଅନେକ ରିଟେଲ୍ ଶୋ’ରୁମ୍ ରହିଛି।
ଶିଳ୍ପୀମାନେ ମୁଖ୍ୟତଃ ରୁପାର ସୂକ୍ଷ୍ମ ତାରରେ ଅଳଙ୍କାର ଓ ସୁନ୍ଦର ସୁନ୍ଦର ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି। ପ୍ରଥମେ ଚାନ୍ଦିକୁ ତରଳାଇ, ଏଥିରୁ ତାର ପ୍ରସ୍ତୁତ କରି ତାହାକୁ ବିଭିନ୍ନ ରୂପ ଦେଇଥାନ୍ତି ଏବଂ ନିଖୁଣ ତାରକସି କାର୍ଯ୍ୟରେ ଚାନ୍ଦିର ତାରଗୁଡ଼ିକୁ ଯୋଡ଼ିବା ପାଇଁ କାଇଁଚ ଅଠା ସେମାନେ ବ୍ୟବହାର କରିଥାନ୍ତି। ଏଥିରୁ ସେମାନେ କୋଣାର୍କ ଚକ, ଶ୍ରୀଜିଉଙ୍କ ଚତୁର୍ଦ୍ଧା ମୂର୍ତ୍ତି ଓ ତିନି ରଥ ଏବଂ ରଥାରୁଢ ଶ୍ରୀକୃଷ୍ଣଙ୍କ ସହ ଅର୍ଜୁନଙ୍କ ରୂପକୁ ସୁନ୍ଦର ପ୍ରତିକୃତି ଦେଇଥାନ୍ତି, ଯାହା ବିଶ୍ବ ଦରବାରରେ ବେଶ ପ୍ରଶଂସିତ ହୋଇପାରିଛି।
ରାଜ୍ୟର ସୂକ୍ଷ୍ମତମ ଚାରୁକଳା ଭାବେ ପରିଚିତ ତାରକସି କାମକୁ କେବଳ ଏକ ସୌଖୀନ ସାମଗ୍ରୀ ଭାବେ ନୁହେଁ ବିଶେଷ କରି ଏଥିରେ ପ୍ରସ୍ତୁତ ହୋଇଥାଏ ଓଡ଼ିଶା ନୃତ୍ୟଶିଳ୍ପୀଙ୍କ ନିମନ୍ତେ ଆଭୂଷଣ । କମରପଟି, ବାଜୁବନ୍ଧ, ଝୁମୁକା, ବାଲା ଆଦି ତିଆରି ହୁଏ ଏହି ତାରକସିରୁ । ସେହିପରି କଟକ ଚାନ୍ଦିମେଢ ପାଇଁ ପ୍ରସିଦ୍ଧ। ଏହି ଚାନ୍ଦିମେଢରେ ମା’ ଦୁର୍ଗାଙ୍କ ମୁକୁଟଠାରୁ ଆରମ୍ଭ କରି ଆଭୂଷଣ ତାରକସିରେ ତିଆରି ହୁଏ, ଯାହା ଦେଖିବାକୁ ବହୁତ ସୁନ୍ଦର ଲାଗେ। ଆଉ ବର୍ତ୍ତମାନ ଧୀରେଧୀରେ ଚାନ୍ଦିମେଢର ଚାହିଦା ବଢିବାକୁ ଲାଗିଲାଣି। ତେଣୁ ତାରକସି ଶିଳ୍ପୀଙ୍କ ଦଶହରା ସମୟରେ କାମ ବଢିଯାଇଥାଏ ଏବଂ ଅର୍ଥ ଉପାର୍ଜନର ବାଟ ଖୋଲେ।
କଟକର ସୁନା ଓ ରୁପା ତାରକସି ଶିଳ୍ପକୁ ପୁନରୁଦ୍ଧାର ଓ ସମ୍ପ୍ରସାରଣ କରିବାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଭୂମିକା ଅନେକ ରହିଛି । ସେ 1897ରେ କଟକ ଓ ଆଖପାଖ ଅଞ୍ଚଳର 150 ଜଣ ତାରକସି ଶିଳ୍ପୀଙ୍କୁ କଟକସ୍ଥିତ ନିଜ ବାସଭବନ ପରିସରରେ ଓଡ଼ିଆ ଆର୍ଟ ୱେୟାର୍ସ ନାମକ କର୍ମଶାଳାରେ ରଖି ସେମାନଙ୍କ ଦ୍ବାରା ତାରକସିର ଉନ୍ନତ ଉତ୍ପାଦମାନ ତିଆରି କରୁଥିଲେ ଏବଂ ବିଭିନ୍ନ ହସ୍ତଶିଳ୍ପ ପ୍ରଦର୍ଶନୀରେ ଭାଗ ନେବାକୁ ସେମାନଙ୍କୁ ପ୍ରୋତ୍ସାହିତ କରୁଥିଲେ। ସେତେବେଳେ ଏହି ଶିଳ୍ପୀମାନେ ଆର୍ଥିକ ଦୃଷ୍ଟିରୁ ସବଳ ଥିଲେ ଏବଂ ତାଙ୍କର ଏହି ନିଖୁଣ କାମ ବିଶ୍ବ ଦରବାରରେ ବେଶ୍ ପ୍ରଂଶସିତ ହୋଇପାରୁଥିଲେ। ସେହିପରି ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ମଧୁପାଟଣାରେ କଳିଙ୍ଗ ଫିଲିଗ୍ରୀ ପ୍ରତିଷ୍ଠା ହୋଇଥିଲା । ଏହାଦ୍ବାରା ବହୁ କାରିଗର ଉପକୃତ ହୋଇପାରିଥିଲେ।
ପ୍ରାୟ ପାଞ୍ଚଶହ ବର୍ଷର ସୂକ୍ଷ୍ମ କାରିଗରୀ ତାରକସି ଦେଶ ବିଦେଶରେ ପ୍ରସିଦ୍ଧ ଲାଭ କରିଛି। କିନ୍ତୁ ଏହା ଧୀରେ ଧୀରେ ହଜିବାକୁ ବସିଲାଣି। ଏହାର ମୂଳ କାରଣ ହେଉଛି କାରିଗରମାନେ ଏଥିରୁ କୌଣସି ବିଶେଷ ସୁବିଧା କିମ୍ବା ନିଜର ଆର୍ଥିକ ଗୁଜୁରାଣ ମେଣ୍ଟାଇପାରୁନଥିବାରୁ କୂଳ ବେଉସାରୁ ମୁହଁ ଫେରାଇବାକୁ ବାଧ୍ୟ ହେଉଛନ୍ତି। ଏବେ ମାତ୍ର କିଛି ହାତ ଗଣତି ପରିବାର ରୁପା ତାରକସି କାମ ଉପରେ ନିର୍ଭର କରୁଛନ୍ତି। ତେବେ ନିକଟରେ ଏହାକୁ ମିଳିଥିବା ଜିଆଇ ମାନ୍ୟତା ନିଶ୍ଚିତ ଭାବେ ତାରକସି ଶିଳ୍ପୀଙ୍କ ଭାଗ୍ୟ ବଦଳାଇବ ବୋଲି ଆଶା କରାଯାଉଛି।