ଓଡ଼ିଶାରେ ଶାରଦୀୟ ଦୁର୍ଗାପୂଜା

“ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା

ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋଃ ନମଃ ।”

ଓଡ଼ିଶାର ବାରମାସରେ ତେର ପର୍ବ ମଧ୍ୟରେ ଦଶହରା ତଥା ଦୁର୍ଗାପୂଜା ଏକ ପ୍ରମୁଖ ପର୍ବ । ଶରତ ଋତୁର ଆଶ୍ବିନ ମାସରେ ସର୍ବମଙ୍ଗଳ କାମନା କରି ଧରାପୃଷ୍ଟକୁ ଓହ୍ଲାଇଥାନ୍ତି ଜଗତଜନନୀ ମା’ ଦୁର୍ଗା ଏବଂ ନିଜର ସମସ୍ତ ସନ୍ତାନକୁ ଦେଇଥାନ୍ତି ସତ୍ୟ ଉପରେ ଅସତ୍ୟ, ଅନ୍ୟାୟ ଉପରେ ନ୍ୟାୟ ଏବଂ ପାପ ଉପରେ ପୁଣ୍ୟର ବିଜୟର ବାର୍ତ୍ତା । ଆଶ୍ବିନ ଶୁକ୍ଲପକ୍ଷ ପ୍ରତିପଦାଠାରୁ ଦଶମୀ ପର୍ଯ୍ୟନ୍ତ ଶାରଦୀୟ ଦଶହରାରେ ଉତ୍ସବମୁଖର ହୋଇପଡ଼େ ସମଗ୍ର ଭାରତବର୍ଷ । ଆଉ ଏହି ପାର୍ବଣ ପସରାରେ ମଧ୍ୟ ଓଡ଼ିଶା ନିଜ ସାଂସ୍କୃତିକ ଓ ପାରମ୍ପରାକୁ ବଜାୟ ରଖି ଆଦିଶକ୍ତିଙ୍କ ଆରାଧନା କରିଚାଲେ । ଓଡ଼ିଶାର ବିଭିନ୍ନ ପୂଜାପୀଠମାନଙ୍କରେ ଆଶ୍ବିନ ଶୁକ୍ଲ ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ମୃଣ୍ମୟୀ ଦେବୀଙ୍କଠାରେ ଷୋଡ଼ଶ ଉପଚାର, ବିଲ୍ବବରଣ, ନବପତ୍ରିକା ଓ କୁମାରୀ ପୂଜା ଆଦି ବିଶେଷ ପୂଜାନୁଷ୍ଠାନ କରାଯାଏ ।  

ସାଧାରଣତଃ ଚୈତ୍ର ଶୁକ୍ଲପକ୍ଷ ପ୍ରତିପଦାଠାରୁ ନବମୀ ପର୍ଯ୍ୟନ୍ତ ବାସନ୍ତିକ ଦୁର୍ଗାପୂଜା ପାଳନ କରାଯାଏ। ହେଲେ ଆଶ୍ବିନ ମାସର ଦୁର୍ଗାପୂଜା ଶାରଦୀୟ ଦଶହରା ଭାବେ ଜଣାଶୁଣା । ଏହି ସମୟରେ ଓଡ଼ିଶାର ବିଭିନ୍ନ ଦେବୀମନ୍ଦିରରେ ଶକ୍ତି ଉପାସନା କରାଯିବାର ପରମ୍ପରା ରହିଛି । ସ୍ବତନ୍ତ୍ର ବିଧିବିଧାନ ଓ ରୀତିନୀତି ଅନୁଯାୟୀ ଦେବୀମାନଙ୍କୁ ପୂଜାର୍ଚ୍ଚନା କରାଯାଏ। ଏହାସହ ବିଭିନ୍ନ ସ୍ଥାନରେ ମା’ଙ୍କର ମୃଣ୍ମୟୀ ମୂର୍ତ୍ତି କରାଯାଇ ପୂଜା କରାଯାଇଥାଏ। ଏହି ବ୍ଲଗରେ ଆସନ୍ତୁ ଜାଣିବା ଆମ ଓଡ଼ିଶାର ଶାରଦୀୟ ଦଶହରାର ପରମ୍ପରା।

ଷୋଡ଼ଶ ଉପଚାର

ଭାରତରେ ଦୁର୍ଗା ଦେବୀଙ୍କର ନବରାତ୍ରୀ ପୂଜା କରାଯାଉଥିଲେ ହେଁ ଓଡ଼ିଶାରେ ଷୋଡ଼ଶ ଦିବସ ପୂଜା କରାଯାଏ। ଏହି ଦୁର୍ଗୋତ୍ସବ ଆଶ୍ବିନ କୃଷ୍ଣପକ୍ଷ ଅଷ୍ଟମୀ ତିଥିରୁ ଆରମ୍ଭ ହୋଇ ଶୁକ୍ଲ ଅଷ୍ଟମୀ ତିଥି ପର୍ଯ୍ୟନ୍ତ ହୁଏ । ଏହା ସାଧାରଣତଃ ଶକ୍ତିପୀଠ ଅର୍ଥାତ୍ ଠାକୁରାଣୀଙ୍କ ମନ୍ଦିରରେ ପାଳିତ ହୋଇଥାଏ । ମୂଳାଷ୍ଟମୀରୁ ଠାକୁରାଣୀମାନଙ୍କର ବିଶେଷ ପୂଜାର୍ଚ୍ଚନା ଆରମ୍ଭ ହୋଇଥାଏ। ବିଶେଷ କରି ପୁରୀ ଶ୍ରୀମନ୍ଦିର ବିମଳାଙ୍କ ପୀଠରେ ମା’ଙ୍କ ଷୋଡ଼ଶ ଦିନାତ୍ମକ ପୂଜା ଉପଚାର ବିଧି କରାଯାଇଥାଏ। ସେହିପରି କେତେକାଂଶ ଗ୍ରାମମାନଙ୍କରେ ତିନିଦିନ, ଦୁଇ ଦିନ କିମ୍ବା ଗୋଟିଏ ଦିନ ଦେବୀଙ୍କୁ ଆରାଧନା କରାଯିବାର ପରମ୍ପରା ରହିଛି। ଏହି ସମୟରେ ମା’ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଏହା ବ୍ୟତୀତ ଏହି ଷୋଡ଼ଶ ଦିନ ଗ୍ରାମର ବିଭିନ୍ନ ବ୍ୟକ୍ତି ପାଳିକରି ପୂଜା କରନ୍ତି ଓ ଠାକୁରାଣୀଙ୍କ ନିକଟରେ ଜନ୍ତାଳ ବା ଭୋଗ କରନ୍ତି ।

ମା’ ଦୁର୍ଗାଙ୍କର ପୂଜାବିଧି

ଓଡ଼ିଶାର ବିଭିନ୍ନ ଶକ୍ତିପୀଠରେ ଷୋଡ଼ଶ ପୂଜା କିମ୍ବା ନବଦିନାତ୍ମକ ପୂଜା ହୁଏ । ଏହାସହ ମା’ଙ୍କର ମୃଣ୍ମୟୀ ମୂର୍ତ୍ତିଙ୍କ ପାଇଁ ବିଶେଷ ପୂଜାବିଧି ରହିଛି । ଦଶହରାର ପ୍ରଥମ ବିଧି ସ୍ବରୂପ ଜନ୍ମାଷ୍ଟମୀରେ ନଦୀରୁ ମାଟି ଅଣାଯାଇଥାଏ । ଏହା ପରେ ପବିତ୍ର ମହାଳୟା ଅବସରରେ ମା’ମୃଣ୍ମୟ ମୂର୍ତ୍ତିରେ ଖଡ଼ି ଚଢ଼ାଯାଏ । କିନ୍ତୁ ମହାଳୟା ଠାରୁ ହିଁ ପ୍ରକୃତ ଦୁର୍ଗାପୂଜା ଆରମ୍ଭ ହୁଏ, କାରଣ ଏହି ଦିନ ଠାରୁ ଦୁର୍ଗାପୂଜା ମଧ୍ୟରେ ୧୦ ଦିନ ସମୟ ରହିଥାଏ, ଯାହା ପୁରାଣ ଶାସ୍ତ୍ରରେ ଦଶହରା ବୋଲି କୁହାଯାଇଛି । ପ୍ରକୃତ ପୂଜାବିଧି ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ଦେଖିବାକୁ ମିଳେ ।   

ବିଲ୍ବବରଣ

 ମା’ଙ୍କୁ ସ୍ବାଗତ କରିବାକୁ ଯାଇ ଷଷ୍ଠୀ ପୂଜାରେ ବେଲବରଣି କରାଯାଏ । ବେଲ ଗଛ ପାଖରେ ଏହି ପୂଜା ସମ୍ପନ୍ନ କରାଯାଏ। ଆଶ୍ବିନ ଶୁକ୍ଲ ଷଷ୍ଠୀର ରାତ୍ରିରେ ଦେବୀଙ୍କ ଆବାହନ ପାଇଁ ବିଲ୍ବ ବୃକ୍ଷ ଦେବୀଙ୍କ ନିକଟରେ ‘ଶ୍ରୀବୃକ୍ଷେ ବୋଧୟାମି ତ୍ବାଂ ଯାବତ୍ ପୂଜାଂ କରୋମ୍ୟହମ୍’ ମନ୍ତ୍ର ଆବୃତ୍ତି କରାଯାଇଥାଏ । ଶେଷରେ ରାତ୍ରୀ କାଳରେ ମା’ ଙ୍କ ଚକ୍ଷୁଦାନ ସମ୍ପନ୍ନ ହୁଏ । ଏହା ମା’ଙ୍କ ବିଶେଷ ପୂଜାବିଧି । ଶାସ୍ତ୍ରମତେ ଏଥିରେ କୌଣସି ଅବହେଳା ହେଲେ ଅନିଷ୍ଟ ଘଟିବା ସୁନିଶ୍ଚିତ ବୋଲି ଅନେକ ଲୋକକଥା ରହିଛି।

ନବପତ୍ରିକା ପୂଜା

ସପ୍ତମୀରେ ନବପତ୍ରିକା ପୂଜା କରାଯିବାର ବିଧି ରହିଛି । ଏହି ନବପତ୍ରିକାର ଅର୍ଥ ହେଉଛି କଦଳୀ, ସାରୁ, ହରିଦ୍ରା, ଜୟନ୍ତୀ, ବେଲ, ଡାଳିମ୍ବ, ଅଶୋକ, ପାନ ଓ ଧାନ ଆଦି ନଅଟି ଗଛକୁ ବୁଝାଏ । ପତ୍ର ସହ ଶାଖାଯୁକ୍ତ ଏହି ନଅଗୋଟି ଗଛକୁ ଜୋଡ଼ାବେଲ ସହ ଅପରାଜିତା ଲତାରେ ବାନ୍ଧି ଲାଲ ଶାଢ଼ୀ ଦ୍ବାରା ପୂଜା କରିବାର ପରମ୍ପରା ରହିଛି । ଏହି ବିଧିରେ ‘ଓଁ ନବପତ୍ରିକା ବାସିନୌ ନବ ଦୁର୍ଗାୟେ ନମଃ’ ମନ୍ତ୍ରରେ ମା’ଙ୍କୁ ଆବାହନ କରାଯାଏ । ତେବେ ଏହି ନବପତ୍ରିକା ପୂଜା ଦ୍ବାରା ଶସ୍ୟ ଭଲ ହୁଏ ବୋଲି ବିଶ୍ବାସ ରହିଛି ।

ସନ୍ଧିପୂଜା

ନବପତ୍ରିକା ପୂଜା ପରି ସନ୍ଧିପୂଜା ଦୁର୍ଗାପୂଜାର ଏକ ବିଶେଷ ବିଧି। ଅଷ୍ଟମୀ ଓ ନବମୀ ତିଥିରେ ସଂଯୋଗ କାଳରେ ଏହି ସନ୍ଧିପୂଜା ଅନୁଷ୍ଠିତ ହୁଏ । କୁହାଯାଏ ଯେ ଏହି ସମୟରେ ଦେବୀଙ୍କ ସାକ୍ଷାତ ଆବିର୍ଭାବ ହୋଇଥାଏ । ଏହି ଦିନ ମା’ଙ୍କ ପାଖରେ ବଳି ଦିଆଯାଏ। ପୂର୍ବରୁ ଜୀବମାନଙ୍କୁ ବଳି ଦିଆଯାଉଥିଲା । ଆଜିକାଲି ଲାଉ, ପାଣିକଖାରୁ ଓ ବୋଇତିକଖାରୁ ବଳି ଦିଆଯାଉଛି। ଓଡ଼ିଶାରେ ଏହିଦିନ ମହିଳାମାନେ ଅଷ୍ଟମୀ ବ୍ରତ ରଖିଥାନ୍ତି । ଶାଢ଼ୀ, ଫେଣୀ ଇତ୍ୟାଦି ଆଣି ମା’ ଙ୍କ ପାଖରେ ଭୋଗ କରିସାରିବା ପରେ ନୂଆ ବସ୍ତ୍ର ପରିଧାନ କରିଥାନ୍ତି ଏବଂ ପରିବାରଙ୍କ ପାଇଁ ଉପବାସ କରିଥାନ୍ତି।

କୁମାରୀ ପୂଜା

ଦୁର୍ଗାପୂଜାର ଅନ୍ୟ ଏକ ବିଶିଷ୍ଟ ପରମ୍ପରା ହେଉଛି କୁମାରୀପୂଜା। ପୁରାଣ ଅନୁଯାୟୀ ଦେବତାମାନଙ୍କ ସ୍ତୁତିରେ ସନ୍ତୁଷ୍ଟ ହୋଇ ମା’ ଦୁର୍ଗା ଦେବଗଣଙ୍କ ସମ୍ମୁଖରେ ଆବିର୍ଭୂତ ହୋଇଥିବାରୁ ଦୁର୍ଗାପୂଜାରେ କନ୍ୟ ପୂଜନର ବିଶେଷ ମହତ୍ତ୍ବ ରହିଛି । ସପ୍ତମୀ, ଅଷ୍ଟମୀ ଓ ନବମୀ ପୂଜା ଶେଷରେ କୁମାରୀ କନ୍ୟାଙ୍କୁ ନବବସ୍ତ୍ର ପରିଧାନ କରାଇ ତାକୁ ଦେବୀ ଜ୍ଞାନରେ ପୂଜା କରାଯାଏ । ଦେବୀ ପୂଜା ପରେ ବିଭିନ୍ନ ଉପଚାରରେ କୁମାରୀମାନଙ୍କୁ ଭୋଜନ ଦେଇ ତୃପ୍ତ କରିବାକୁ ପଡ଼ିଥାଏ। ସେହିପରି ନବମୀ ପୂଜାରେ ମା’ଙ୍କ ପୀଠରେ ମାଛ ଭୋଗ ହେଇଥାଏ ।

ବିଜୟା ଦଶମୀ

ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ତିଥି ହେଉଛି ଦଶହରା ତଥା ବିଜୟା ଦଶମୀ। ଏହି ଦଶମୀ ଦିନ ମହାସମାରୋହରେ ମୃଣ୍ଣୟୀ ଦେବୀ ପ୍ରତିମା ଓ ଘଟ ବିସର୍ଜନ କରାଯାଏ । ଏଥିସହ ଘଟ ବିସର୍ଜନ ପରେ ଅପରାଜିତା ପୂଜାବିଧି ପରମ୍ପରା ଦେଖିବାକୁ ମିଳେ । ଅର୍ଥାତ ଅପରାଜିତା ଫୁଲରେ ମା’ଙ୍କୁ ମେଲାଣି ଦେବା ସମୟରେ ମହିଳାମାନେ ନିଜ କନ୍ୟାକୁ ବିଦା କଲା ପରି କାନ୍ଦବୋବାଳି ପକାଇଥାନ୍ତି ଏବଂ କେତେକ ସ୍ଥାନରେ ମହିଳାମାନେ ସିନ୍ଦୁର ଖେଳିଥାନ୍ତି। ବିବାହିତ ନାରୀମାନେ ପରସ୍ପରକୁ ସିନ୍ଦୁର ଲଗାଇ ମା’ଙ୍କୁ ବିଦାୟୀ ଦେଇଥାନ୍ତି । ସେହିପରି ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ ଦଶହରା ଦିନ ମା’ ଦୁର୍ଗାଙ୍କ ପାଖରେ କୃଷି ଉପକରଣ ସହ ନିଜ କୌଳିକ ବୃତ୍ତିର ସରଞ୍ଜମାକୁ ପୂଜା କରିଥାନ୍ତି । ଆଉ ପ୍ରତି ଗାଡ଼ି, ସାଇକେଲ ସହ ଯାନ୍ତ୍ରିକ ସାମଗ୍ରୀକୁ ପୂଜା କରାଯାଏ।  ଦଶହରା ଦିନ ଗୁରୁବାର ପଡ଼ିଲେ ଗୃହିଣୀମାନେ ପରିବାରର ଶୁଭ ମଙ୍ଗଳ କାମନା କରି ସୁଦଶାବ୍ରତ ପାଳନ କରି ଲକ୍ଷ୍ମୀଙ୍କୁ ପୂଜା କରିଥାନ୍ତି। ସେହିପରି ଭାଦ୍ରବ ମାସ ଶୁକ୍ଳ ଷଷ୍ଠୀଠାରୁ ଆରମ୍ଭ ହୋଇଥିବା ସୋମନାଥ ବ୍ରତର ଉଦଯାପନ ପର୍ବ ମଧ୍ୟ ଦଶହରା ତିଥିରେ ପାଳିତ ହୋଇଥାଏ।

 ଦୁର୍ଗାପୂଜା ହେଉଛି ଆଦିଶକ୍ତିଙ୍କ ଆରାଧନର ଏକ ମହାନ ପରମ୍ପରା। ଓଡ଼ିଶାରେ ଦୁର୍ଗାପୂଜାକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଏ । ସେହିପରି ଆଦିବାସୀ ଲୋକଙ୍କର ମଧ୍ୟ ସ୍ବତନ୍ତ୍ର ରୀତିକାନ୍ତି ରହିଛି । ବିବିଧି କାରଣରୁ ଦଶହରା ପର୍ବ ପାଳନ କରାଯାଉଥିବାରୁ ଏହା ଏକ ମହାନ ପାର୍ବଣରେ ପରିଣତ ହୋଇଛି। ଏହା ଏକ ଆନନ୍ଦ ଓ ଉତ୍ସାହର ପର୍ବ। ଆସନ୍ତୁ ଆମେ ସମସ୍ତେ ମିଳିମିଶି ପ୍ରଦୂଷଣ ମୁକ୍ତ ଦୁର୍ଗାପୂଜା ପାଳନ କରିବା ଏବଂ ଆମର ମହାନ ଉତ୍କଳୀୟ ସଂସ୍କୃତି ଓ ପରମ୍ପରା ଯେପରି କ୍ଷୟ ନହୁଏ, ସେପ୍ରତି ଧ୍ୟାନ ଦେବା।

Spread the love