Odia Wikipedian Dr. Subas Chandra Raut receives '2023 Cure Award'

ଜଣେ ଓଡ଼ିଆ ଉଇକିଆଳିଙ୍କୁ ମିଳିଲା “୨୦୨୩ କିଓର୍ ଆୱାର୍ଡ଼” । ସେ ହେଉଛନ୍ତି ଓଡ଼ିଆ ଉଇକିପିଡ଼ିଆର ଅନ୍ୟତମ ସକ୍ରିୟ ଉଇକିଆଳି ତଥା ଅବସରପ୍ରାପ୍ତ ଅସ୍ଥିଶଲ୍ୟ ବିଶେଷଜ୍ଞ ଡ. ସୁବାସ ଚନ୍ଦ୍ର ରାଉତ । ତାଙ୍କୁ ଉଇକି ପ୍ରୋଜେକ୍ଟ ମେଡ୍ ଫାଉଣ୍ଡେସନ୍ ତରଫରୁ ୨୦୨୩ ବର୍ଷ “କିଓର୍ ଆୱାର୍ଡ଼” ପ୍ରଦାନ କରାଯାଇଛି । ଉଇକିପିଡ଼ିଆ ସମୁଦାୟରେ ଚାଲିଥିବା ଏହି ଚିକିତ୍ସା ବିଜ୍ଞାନ ପ୍ରକଳ୍ପ ଅଧିନରେ ଓଡ଼ିଆ ଭାଷାରେ ସର୍ବାଧିକ ପ୍ରସଙ୍ଗ ଅନୁବାଦ କରାଯାଇଛି, ଯାହାକୁ ଏକା ଡ. ରାଉତ ହିଁ ଅନୁବାଦ କରିଛନ୍ତି । ଓଡ଼ିଆ ଉଇକିପିଡ଼ିଆରେ ୨୦୦୦ରୁ ଅଧିକ ପ୍ରସଙ୍ଗ ଲେଖିଥିବା ଡ. ରାଉତ ୩୬୮ଟି ଚିକିତ୍ସା ବିଜ୍ଞାନ ସମ୍ବନ୍ଧିତ ପ୍ରସଙ୍ଗ ଲେଖିଛନ୍ତି, ଯାହାକି ଏହି ପ୍ରକଳ୍ପ ଅଧିନରେ ଅନୁବାଦ ହୋଇଥିବା ସର୍ବାଧିକ ପ୍ରସଙ୍ଗ । ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଓଡ଼ିଆ ଉଇକିପିଡ଼ିଆରେ ସ୍ଥାନିତ ପ୍ରସଙ୍ଗ କେବଳ ଡ. ରାଉତଙ୍କ ପାଇଁ ହିଁ ସମ୍ଭବ ହୋଇପାରିଛି । ଏହି ପୁରସ୍କାର ପାଇଁ ତାଙ୍କୁ ସାଥୀ ଉଇକିଆଳିମାନେ ଶୁଭେଚ୍ଛା ଜଣେଇବା ସହିତ ସାଧୁବାଦ ଜ୍ଞାପନ କରିଛନ୍ତି ।

Spread the love