'The book Exam Warriors will be inspirational for everyone' says Dharmendra Pradhan

୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଏଗଜାମ୍‌ ୱାରିୟର୍ସ’ର ଓଡ଼ିଆ ସଂସ୍କରଣ ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କ ମାତାପିତା ଓ ଶିକ୍ଷକଙ୍କ ପାଇଁ ମଧ୍ୟ ଏକ ପ୍ରେରଣାଦାୟକ ପୁସ୍ତକ ହେବ ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି। ଏହି ପୁସ୍ତକ ପରୀକ୍ଷା ଚାପକୁ କମ୍ କରିବାରେ ଫଳପ୍ରଦ ହେବ। ଏ ଗଜାମ୍ ୱାରିୟର୍ସକୁ ପଢ଼ି ଛାତ୍ରଛାତ୍ରୀମାନେ ଅଧିକ ଆତ୍ମବିଶ୍ୱାସର ସହ ପରୀକ୍ଷାକୁ ଉତ୍ସବ ଭାବେ ପାଳନ କରିବେ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଲିଖିତ ପୁସ୍ତକ ଏଗଜାମ୍‌ ୱାରିୟର୍ସର ନୂତନ ଓ ପରିବର୍ଦ୍ଧିତ ସଂସ୍କରଣ ଓଡ଼ିଆ ଓ ଇଂରାଜୀ ସମେତ ୧୩ଟି ଭାରତୀୟ ଭାଷାରେ ପ୍ରକାଶ ପାଇଛି। ବିବିଧ କାର୍ଯ୍ୟବିଧି ଓ ଯୋଗାଶନ ସହିତ ଅନ୍ତରଙ୍ଗ ଏକ କଥୋପକଥନ ଶୈଳୀରେ ଉପସ୍ଥାପିତ ଏହି ସଚିତ୍ର ପୁସ୍ତକ ପରୀକ୍ଷାରେ ସଫଳତା ଅର୍ଜନରେ ଓ ଜୀବନ ଆହ୍ୱାନକୁ ସମ୍ମୁଖୀନ ହେବାରେ ଏକ ସାଥୀ ସଦୃଶ। ଅପରପକ୍ଷେ ଜାନୁଆରି ୨୭ରେ ପ୍ରଧାନମନ୍ତ୍ରୀ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ।

Spread the love