Odia boy Shubhashish Nayak contributes to the Chandrayaan-3 mission.

ଚର୍ଚ୍ଚାରେ ଓଡ଼ିଆ ପୁଅ ଶୁଭାଶିଷ ନାୟକ। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ତଥା ଇସ୍ରୋର ‘ଚନ୍ଦ୍ରଯାନ-୩’ ଅଭିଯାନରେ ସାମିଲ ହୋଇ ଲୋକଲୋଚନକୁ ଆସିଛନ୍ତି ଶୁଭାଶିଷ ନାୟକ। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଳକ ମୁକୁନ୍ଦପୁର ଗ୍ରାମରେ। ୨୮ ବର୍ଷୀୟ ଶୁଭାଶିଷ ଦୋହଳିସ୍ଥିତ ବିବି ମଡେଲ୍‌ ହାଇସ୍କୁଲରୁ ୨୦୦୯ରେ ମାଟ୍ରିକ ପାସ୍‌ କରିଥିଲେ। ଜଣେ ଟେକ୍‌ନିସିଆନ୍ ହେବା ଲକ୍ଷ୍ୟରେ ପ୍ରଥମେ ୩ ବର୍ଷ ଆଇଟିଆଇ, ଜଗତପୁର ଶିକ୍ଷାନୁଷ୍ଠାନରୁ ପାଠପଢ଼ିଥିଲେ । ଏହାପରେ ସିଟିଟିସିରେ ତିନି ବର୍ଷ ପଢିଥିଲେ। ପରେ ଇସ୍ରୋରେ ନିଯୁକ୍ତି ପାଇବାରେ ସଫଳ ହୋଇଥିଲେ। ୨୦୧୮ ମସିହାରୁ ସେ ଇସ୍ରୋରେ କାର୍ଯ୍ୟରତ ଅଛନ୍ତି।

ଗତକାଲି ଚନ୍ଦ୍ରପୃଷ୍ଠକୁ ଉତ୍‌କ୍ଷେପଣ ହୋଇଥିବା ଏଲ୍‌ଭିଏମ୍-୩ ଫ୍ୟାଟ୍‌ବୟ ନିର୍ମାଣରେ ନିୟୋଜିତ ଥିବା ଟେକ୍‌ନିସିଆନ୍ ଟିମ୍‌ରେ ସେ ସାମିଲ ହୋଇଥିଲେ। ଚନ୍ଦ୍ରଯାନ-୩ର ସଫଳ ଉତ୍‌କ୍ଷେପଣ ଓ ଏହାର ନିର୍ମାଣ ଟିମରେ ଶୁଭାଶିଷଙ୍କ ଯୋଗଦାନ ରହିଥିବା ଜଣାପଡ଼ିବା ପରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କ ପରିବାରକୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଶୁଭାଶିଷଙ୍କ ବାପା ମଳୟ ନାୟକ ଜଣେ ବ୍ୟବସାୟୀ। ଚାନ୍ଦୋଳ ବଜାରରେ ତାଙ୍କର ପୂଜା ସାମଗ୍ରୀ ଦୋକାନ ରହିଛି। ମା ନିର୍ମଳା ନାୟକ ଜଣେ ଗୃହିଣୀ। ଶୁଭାଶିଷଙ୍କର ଜଣେ ସାନ ଭଉଣୀ ମଧ୍ୟ ଅଛନ୍ତି। ପରିବାରର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ନିଜର ଏକାଗ୍ରତା ଓ ଦୃଢ଼ ଇଚ୍ଛାଶକ୍ତି କାରଣରୁ ଶୁଭାଶିଷ ଯେଉଁ ଜାଗାରେ ପହଞ୍ଚିଛନ୍ତି, ତାହା ଆମ ଓଡ଼ିଶା ଓ ଦେଶ ପାଇଁ ଗର୍ବର ବିଷୟ ।

Spread the love