Sampurna Sahira in India book of records

ଅଢ଼େଇ ବର୍ଷର ଶିଶୁକନ୍ୟା ସମ୍ପୂର୍ଣ୍ଣା ସାହିରା ମହାନ୍ତ ମାତ୍ର ୨ ମିନିଟ୍‌ ୧୭ ସେକେଣ୍ଡରେ ୩୦ଟି ଜିଲ୍ଲା ଓ ୧୭ଟି ଜାତୀୟ ପ୍ରତୀକର ନାମ କହି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍‌ ଶୀର୍ଷାପାଳ ଗ୍ରାମର ନୀଳକଣ୍ଠ ଓ ଦମୟନ୍ତୀ ମହାନ୍ତଙ୍କ ଝିଅ ହେଉଛନ୍ତି ସମ୍ପୂର୍ଣ୍ଣା ସାହିରା । ବାପା ପଞ୍ଚାୟତିରାଜ ବିଭାଗର ବରିଷ୍ଠ କିରାଣି ଥିବାବେଳେ ମା’ ଜଣେ ଗୃହିଣୀ । ଝିଅକୁ ଯେତେବେଳେ ବର୍ଷେ ପୂରିଲା, ସେବେଠୁ ତାର ଧୀଶକ୍ତି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଥିଲେ । ଏତେ କମ୍ ବୟସରେ ସବୁକଥା ମନେ ରଖିପାରୁଥିବାରୁ ତାକୁ ବିଭିନ୍ନ କଥା ଶିଖାଉଥିଲେ ବାପା, ମା । ଗତମାସ ୨୬ ତାରିଖରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ ପକ୍ଷରୁ ଅନ୍‌ଲାଇନ୍‌ରେ ହୋଇଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ପାଇଥିଲେ ସମ୍ପୂର୍ଣ୍ଣା ସାହିରା । କୁନିଝିଅର ଏହି ସଫଳତା ପାଇଁ ସଂସ୍ଥାର ଚିଫ୍‌ ଏଡିଟର ବିଶ୍ୱରୂପ ରାୟ ଚୌଧୁରୀ ତାଙ୍କୁ ମାନପତ୍ର ଓ ମେଡାଲ୍‌ ପ୍ରଦାନ କରିଛନ୍ତି ।

Spread the love