Odia Scientist Ajit Kumar Mohanty appointed chairman of Atomic Energy Commission

ସର୍ବଭାରତୀୟ ସ୍ତରରେ ଓଡ଼ିଆଙ୍କ କମାଲ। ଆଉ ଜଣେ ଓଡ଼ିଆଙ୍କୁ ମିଳିଛି ଗୁରୁଦାୟିତ୍ବ। ସେ ହେଲେ ମୟୂରଭଞ୍ଜ ମାଟିର ପୁଅ ତଥା ଭାରତର ବିଶିଷ୍ଟ ପରମାଣୁ ବୈଜ୍ଞାନିକ ଡ.ଅଜିତ କୁମାର ମହାନ୍ତି। ଦେଶର ସବୁଠାରୁ ବଡ଼ ପରମାଣୁ ଗବେଷଣା କେନ୍ଦ୍ର ମୁମ୍ବାଇସ୍ଥିତ ‘ଭାବା ଆଟମିକ୍ ରିସର୍ଚ୍ଚ ସେଣ୍ଟର’ (ବାର୍କ)ରେ ବର୍ତ୍ତମାନ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଡ.ମହାନ୍ତିଙ୍କୁ ଭାରତ ସରକାର ଆଣବିକ ଶକ୍ତି କମିସନ୍‌ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। କେବଳ ସେତିକି ନୁହେଁ, କମିସନ୍‌ର ଅଧ୍ୟକ୍ଷ ସହ ଡ. ମହାନ୍ତି ଆଣବିକ ଶକ୍ତି ବିଭାଗର ସଚିବ ଭାବେ ମଧ୍ୟ କାର୍ଯ୍ୟ କରିବେ ବୋଲି ଜଣାପଡିଛି। ଏଭଳି ସମ୍ମାନଜନକ ଦାୟିତ୍ବ ଗ୍ରହଣ କରିବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ। ୨୦୨୫ ମସିହା ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ ବୋଲି କେନ୍ଦ୍ର କ୍ୟାବିନେଟ୍ ନିଯୁକ୍ତି ସଂକ୍ରାନ୍ତ କମିଟି ଅନୁମୋଦନ ଦେଇଛି।

୧୯୫୯ ମସିହାରେ ଜନ୍ମଲାଭ କରିଥିବା ଡ. ମହାନ୍ତିଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ୍‌ ଆରପଟା ପଞ୍ଚାୟତ ଖିରିପଦା ଗ୍ରାମରେ। ଛାତ୍ରାବସ୍ଥାରୁ ଅତ୍ୟନ୍ତ ମେଧାବୀ ଥିବା ଡ. ମହାନ୍ତି ନିଜର ଅଧ୍ୟବସାୟ ଓ କଠିନ ପରିଶ୍ରମ ବଳରେ ଅନେକସଫଳତାର ଅଧିକାରୀ ହୋଇଛନ୍ତି। ପରମାଣୁ ଶକ୍ତି ସଂପର୍କରେ ଗଭୀର ଜ୍ଞାନ, ଉଚ୍ଚତର ଗବେଷଣା ଓ ନିବନ୍ଧ ପାଇଁ ତାଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଜଣେ ପ୍ରତିଷ୍ଠିତ ଆଣବିକ ବିଜ୍ଞାନୀ ଭାବେ ଗଣାଯାଏ। ନିଜର ୩୮ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଡ. ମହାନ୍ତି ଅନେକ ଗୁରୁତ୍ବପୂର୍ଣ୍ଣ ପଦରେ କାମ କରିବା ସହ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସମ୍ମାନିତ ମଧ୍ୟ ହୋଇଛନ୍ତି।

Spread the love