Today is Niladri Bije and Rasagola Dibasa; Today, Lord Jagannath will offer rasagolas to please his upset wife, Maa Laxmi.

ଆଜି ପବିତ୍ର ନୀଳାଦ୍ରି ବିଜେ ଏବଂ ରସଗୋଲା ଦିବସ । ନୀଳାଦ୍ରି ବିଜେ ବେଳେ ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ତାଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ ଶ୍ରୀଜଗନ୍ନାଥ । ତେବେ ମହାପ୍ରଭୁଙ୍କ ରଥଯାତ୍ରାର ଅନ୍ତିମ ଚରଣରେ ମହାଲକ୍ଷ୍ମୀଙ୍କ ଅଭିମାନ ଓ ରସଗୋଲା ଦେଇ ମା’ଙ୍କୁ ତୋଷ କରିବାର ଲୀଳା ରସଗୋଲାଠୁ ବି ଆହୁରି ମିଠା। ଶ୍ରୀଜଗନ୍ନାଥ ସଂସ୍କୃତିରେ ରସଗୋଲା ଭୋଗର ମାହାତ୍ମ୍ୟ ରହିଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ରଥଯାତ୍ରାରେ ବଡ଼ ଭାଇ ଶ୍ରୀବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରାଙ୍କୁ ନେଇ ଜନ୍ମବେଦି ଅଭିମୁଖେ ଯାଇଥିଲେ ହେଁ ମହାଲକ୍ଷ୍ମୀଙ୍କୁ ସାଥିରେ ନନେବାରୁ ମା’ ଲକ୍ଷ୍ମୀ ଅଭିମାନ କରିଥିଲେ। ଏହି ଅଭିମାନକୁ ଭଞ୍ଜନ କରିବା ପାଇଁ ରସଗୋଲା ଭୋଗର ଉତ୍ପତି ହୋଇଥିବା ଗବେଷକଙ୍କ ମତରୁ ଜଣାଯାଏ।

ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ମହାପ୍ରଭୁ ରସଗୋଲା ଦେଇ ତୋଷ କରିବାର ପରମ୍ପରା ଆଧାରରେ ନୀଳାଦ୍ରି ବିଜେ ଦିନ ପାଳିତ ହେଉଛି ରସଗୋଲା ଦିବସ। ମହାପ୍ରଭୁ ପହଣ୍ଡି ବିଜେରେ ଭିତର କାଠ ସମ୍ମୁଖ ଭଣ୍ଡାର ଘର ଠାରେ ପହଞ୍ଚିବା ପରେ ରୁକ୍ମିଣୀ ବିବାହ କାଳର ଗଇଁଠାଳ ଫିଟେ ଓ ବନ୍ଦାପନା, ରସଗୋଲା ଭୋଗ, ଇତ୍ୟାଦି ଭିତରଚ୍ଛ ମହାପାତ୍ରଙ୍କ ଦ୍ବାରା ସମାହିତ ହୁଏ। ପରେ ଘସା, ବିଡ଼ିଆ ମଣୋହି ସରିଲେ ମହାପ୍ରଭୁ ରତ୍ନ ସିଂହାସନକୁ ବିଜେ କରିଥାନ୍ତି। ଭିତରଚ୍ଛ ମହାପାତ୍ର ନିଜ ଘରେ ଅତ୍ୟନ୍ତ ଶୁଦ୍ଧପୂତ ଭାବେ ଏହି ରସଗୋଲା ତିଆରି କରି ଆଣନ୍ତି। କଥିତ ଅଛି ମହାପ୍ରଭୁ ମହାଲକ୍ଷ୍ମୀ ଦେବୀଙ୍କୁ ରସଗୋଲା ଖୁଆଇ ତାଙ୍କର ମାନଭଞ୍ଜନ କରିଥିଲେ। ଅପରପକ୍ଷେ ଏହି ଦିନ ସହରର ବିଭିନ୍ନ ବ୍ୟକ୍ତିବିଶେଷ, ମଠ, ସେବକମାନେ ମହାପ୍ରଭୁଙ୍କ ପହଣ୍ଡି ବିଜେ ପୂର୍ବରୁ ରଥ ଉପରେ ରସଗୋଲା, ଛେନା ତାଡ଼ିଆ ଆଦି ଭୋଗ କରିଥାଆନ୍ତି। ଭେଟ ମଣ୍ଡପରେ ଭିତରଛ ମହାପାତ୍ରଙ୍କ ଘରୁ ଆସିଥିବା ରସଗୋଲା ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ଦେବୀ ଲକ୍ଷ୍ମୀଙ୍କୁ ନିବେଦିତ ହୁଏ। ଏହି ଅବସରରେ ବହୁ ଭକ୍ତ ରଥାରୂଢ଼ ବିଗ୍ରହଙ୍କୁ ରସଗୋଲା ଭୋଗ ନିବେଦନ କରିବାର ପରମ୍ପରା ରହିଛି। ତେବେ ରସଗୋଲା ଆରାଧ୍ୟ ମହାପ୍ରଭୁଙ୍କ ପରମ୍ପରା ସହ ସଂଶ୍ଳିଷ୍ଟ। ରସଗୋଲା ଯେ ଓଡ଼ିଶାର ଏହାଠୁ ଆଉ ଅଧିକ ବଳିଷ୍ଠ ପ୍ରମାଣ ଆଉ କିଛି ବି ହୋଇନପାରେ। ୨୦୧୫ ମସିହାରୁ ରସଗୋଲା ଦିବସ ପାଳନ ହୋଇ ଆସୁଛି ଏବଂ ୨୦୧୯ ମସିହା ଜୁଲାଇ ୨୯ରେ ‘ଓଡ଼ିଶା ରସଗୋଲା’କୁ ଜିଆଇ ଟ୍ୟାଗ୍‌ ମଧ୍ୟ ମିଳିଛି। ତେଣୁ ଆମ ଖାଦ୍ୟ ସଂସ୍କୃତିକୁ ପ୍ରଚାର ପ୍ରସାର କରିବାରେ ପ୍ରତ୍ୟେକ ଓଡ଼ିଆଙ୍କ ସମ୍ପୃକ୍ତି ଓ ଭାଗିଦାରୀ ନିତାନ୍ତ ଆବଶ୍ୟକ।

Spread the love