Today navaratra sixth day

ଆଜି ମହାଷଷ୍ଠୀ । ଜଗତଜନନୀ ମାଆ ଦୁର୍ଗାଙ୍କ ଆଗମନ ପାଇଁ ଚଳଚଞ୍ଚଳ ଧରାପୃଷ୍ଠ । ଦୁଇ ବର୍ଷ ପରେ ଜାକଜମକରେ ମାଆଙ୍କ ପୂଜା ଆୟୋଜନ ହେଉଥିବାରୁ ସବୁଠି ଉତ୍ସାହର ପରିବେଶ । ଆଜି ବିଭିନ୍ନ ଶକ୍ତି ପୀଠରେ ମାଆଙ୍କ ସପ୍ତମୀ ପୂଜା ହେଉଥିବା ବେଳେ ମଣ୍ଡପରେ ଷଷ୍ଠୀ ପୂଜା ହେଉଛି । ସଂନ୍ଧ୍ୟାରେ ବିଲ୍ୱବରଣ ପରେ ମାଆଙ୍କୁ ଆବାହନ କରାଯାଇ ମଣ୍ଡପରେ ପୂଜା କରାଯିବ । ଏଥିଲାଗି ପୂଜା ମଣ୍ଡପରେ ବ୍ୟାପକ ଆୟୋଜନ କରାଯାଇଛି । ସୁନା, ଚାନ୍ଦି ମେଢ଼ରେ ମାଆଙ୍କ ମୃଣ୍ମୟ ମୂର୍ତ୍ତି ସଜ୍ଜା ଯାଇଛି । ସେହିପରି ନବରାତ୍ରର ଷଷ୍ଠୀରେ ଦୁର୍ଗାଙ୍କ କନ୍ୟା ସ୍ବରୂପ ମାତା କାତ୍ୟାୟନୀ ପୂଜା ପାଆନ୍ତି । କାତ୍ୟାମୁନିଙ୍କ କନ୍ୟା ଭାବେ ଜାତ ହୋଇଥିବାରୁ ସେ କାତ୍ୟାୟନୀ । ସେ ସ୍ନେହ ଶ୍ରଦ୍ଧାର ପ୍ରତୀକ । ତାଙ୍କୁ ପୂଜା କଲେ ସହଜରେ ଧର୍ମ, ଅର୍ଥ, କାମ, ମୋକ୍ଷ ଫଳ ପ୍ରାପ୍ତି ହୁଏ । ପୁଣି ରୋଗ, ଶୋକ, ସନ୍ତାପ ବିନିଷ୍ଟ ହୁଏ ।

Spread the love