The special ‘Pahili Bhoga Niti’ at Puri Srimandir started today on the occasion of Dhanu Sankranti.

ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଏହି ଦିନ ସୂର୍ଯ୍ୟ ଧନୁ ରାଶିରେ ପ୍ରବେଶ କରିଥାନ୍ତି। ଧନୁ ରାଶି ଦେବଗୁରୁ ବୃହସ୍ପତିଙ୍କ ରାଶି ହୋଇଥିବାରୁ ଏଥିିରେ ସୂର୍ଯ୍ୟଙ୍କ ପ୍ରବେଶ ବିଶେଷ ପ୍ରଭାବ ଆଣିଥାଏ। କୃଷିପ୍ରଧାନ ରାଜ୍ୟ ଓଡ଼ିଶା ପାଇଁ ପୌଷ ମାସ ହେଉଛି ସମୃଦ୍ଧିର ମାସ। ଏହି ସମୟରେ ଚାଷୀଘରକୁ ଅମଳ ହୋଇଥିବା ଖାଦ୍ୟଶସ୍ୟ ଆସିଥାଏ। ପୁଷ ମାସରେ ଧାନ ଅମଳ ପରେ ‘ଉଖୁଡ଼ା’ ବା ‘ମୁଆଁ’ ର ପ୍ରସ୍ତୁତି ଓଡ଼ିଆ ଚଳଣିର ଏକ ବିଶେଷତ୍ୱ । ମୁଆଁ ଭୋଗ ପାଇଁ ଧନୁ ସଂକ୍ରାନ୍ତି ବେଶ ପ୍ରସିଦ୍ଧ । ଧନୁ ସଂକ୍ରାନ୍ତି ଦିନ ମୁଆଁକୁ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କଠୁ ଆରମ୍ଭ କରି ବିଭିନ୍ନ ଦେବଦେବୀଙ୍କ ପାଖରେ ଲାଗି କରାଯାଏ। ଦେଶୀ ଘିଅ, ଗୁଡ଼/ଚିନି ସିରା, ଲିଆ, ନଡ଼ିଆପାତି, କାଜୁ ବାଦାମ, ଅଳେଇଚ, ଲବଙ୍ଗ ଆଦି ଦେଇ ପ୍ରସ୍ତୁତ ହୁଏ ଧନୁ ମୁଆଁ ।

ସେହିଭଳି ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପହିଲି ଭୋଗନୀତି ଅନୁଷ୍ଠିତ ହୁଏ। ଠାକୁରମାନଙ୍କ ନିକଟରେ ଅନ୍ୟ ମାସ ଅପେକ୍ଷା ଏହି ସମୟରେ ଅତି ସକାଳୁ ସକାଳୁ ଭୋଗ ଲାଗି କରାଯାଏ। ଲୋକକଥା ଅନୁଯାୟୀ, ଧନୁ ସଂକ୍ରାନ୍ତିରେ ମହାଲକ୍ଷ୍ମୀ ଶ୍ରୀମନ୍ଦିର ଛାଡ଼ି ମାସକ ଲାଗି ତାଙ୍କ ବାପଘରକୁ ଯାଆନ୍ତି। ତେଣୁ ଏହି ସମୟରେ ମା’ ଯଶୋଦା ଖାଦ୍ୟ ପ୍ରସ୍ତୁତ କରି ତାଙ୍କ ପୁଅଝିଅ (ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା)ଙ୍କୁ ସକାଳୁ ସହଳ ସହଳ ଖାଇବାକୁ ଦିଅନ୍ତି। ମହାପ୍ରଭୁଙ୍କ ନିକଟରେ ପରମ୍ପରାକ୍ରମେ ଏହି ପହିଲି ଭୋଗ ହୋଇଥାଏ । ତେବେ ଆଜି ପହିଲି ଭୋଗରେ ବିରି, ଗହମଚୂନା ଘୃତ ପାଗ ହୋଇଥିବା ପିଠା ଓ ଧନୁମୂଆଁ ମହାପ୍ରଭୁଙ୍କ ନିକଟରେ ଲାଗି ହୋଇଛି। ପହିଲି ଭୋଗ ଧନୁ ସଂକ୍ରାନ୍ତି ଅର୍ଥାତ୍‌ ଡିସେମ୍ବର ୧୬ ତାରିଖରୁ ଆରମ୍ଭ ହୋଇ ଜାନୁୟାରୀ ୧୪ ପର୍ଯ୍ୟନ୍ତ ଚାଲିବ ।

Spread the love