ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ନୂଆ ଦାୟିତ୍ୱ ଗ୍ରହଣ କରିବାର ପ୍ରଥମ ଦିନରୁ ହିଁ କାମ ଆରମ୍ଭ କରିଦେଇଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ବୈଷୟିକ ଅନୁଷ୍ଠାନ ଆଇଆଇଏସସି ବେଙ୍ଗାଲୁରୁ, ଆଇଆଇଟି ବମ୍ବେ, ଆଇଆଇଟି ମାଡ୍ରାସ, ଆଇଆଇଟି କାନପୁରର ନିର୍ଦେଶକମାନଙ୍କ ସହ ସାକ୍ଷାତକାର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ଯୋଗଦେଇଥିଲେ ଧର୍ମେନ୍ଦ୍ର। ଭର୍ଚୁଆଲରେ ଅନୁଷ୍ଠିତ ଏହି ବୈଠକରେ ନୂଆ ଜାତୀୟ ଶିକ୍ଷା ନୀତି ଉପରେ ଗୁରୁତ୍ୱାରୋପ କରିଥିଲେ ଧର୍ମେନ୍ଦ୍ର।