A couple sent a message of awareness by planting 45 trees on their 50th wedding anniversary.

ବିବାହ ବାର୍ଷିକୀରେ ବୃକ୍ଷରୋପଣ। ଏମିତି ଏକ ମହତ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ୫୦ବର୍ଷର ଦାମ୍ପତ୍ୟ ଜୀବନ ଅତିବାହିତ କରିଥିବା ବେତନଟୀ ବ୍ଲକ ଅଧୀନ କଦଳିଆ ଗ୍ରାମର ଆଦର୍ଶ ଦମ୍ପତି ଅକ୍ଷୟ କୁମାର ପାଣିଗ୍ରାହୀ ଓ ପାର୍ବତୀ ପାଣିଗ୍ରାହୀ। ବୈଶିଙ୍ଗା-ରୁପ୍ସା ରାସ୍ତାର କଦଳିଆ ଛକଠାରୁ କଦଳିଆ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ୱରେ ନିମ, ଚମ୍ପା, ବଉଳ ଓ ପିଜୁଳି ଭଳି ୪୫ଟି ଗଛ ଲଗାଇଥିଲେ ଦମ୍ପତି।

ଦମ୍ପତିଙ୍କ କହିବାନୁଯାଇ ବର୍ତ୍ତମାନର ପରିବେଶର ପ୍ରଦୂଷଣ ଭୟାନକ ଭାବେ ବଢିବାରେ ଲାଗିଛି। ଏହାର ଏକମାତ୍ର ବିକଳ୍ପ ହେଉଛି ବୃକ୍ଷ ରୋପଣ। ଏଥୂପ୍ରତି ସଚେତନତା ସୃଷ୍ଟି କରିବାପାଇଁ ଆଜିର ୫୦ତମ ବିବାହ ବାର୍ଷିକୀକୁ ଏଭଳି ଭାବେ ପାଳନ କରିଛନ୍ତି ଏବଂ ପ୍ରତ୍ୟେକ ବ୍ୟକ୍ତି ଗୋଟାଏ ବର୍ଷରେ ନିଜର ଜନ୍ମଦିନ, ବିବାହ ବାର୍ଷିକୀ କିମ୍ବା କୌଣସି ଶୁଭ ଅବସରରେ ଅତିକମରେ ଗୋଟାଏ ଗଛ ଲଗାଇବାକୁ ପରାମର୍ଶ ଦେବା ସହିତ ଏହା ଫଳରେ ପରିବେଶ ସନ୍ତୁଳନ ହେବା ସହ ଆଗାମୀ ପିଢ଼ି ପାଇଁ ଏକ ସୁନ୍ଦର ଭବିଷ୍ୟତର ପରିକଳ୍ପନା କରାଯାଇପାରିବ ବୋଲି ମତ ପ୍ରକାଶ କରିଥିଲେ। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ପାଣିଗ୍ରାହୀ ଦମ୍ପତିଙ୍କ ପୁଅ ଓ ଝିଅ ଯୋଗଦେଇ ସକ୍ରିୟ ସହଯୋଗ କରିଥିବାବେଳେ ପରିବାରର ଅନ୍ୟାନ୍ୟ ସଦସ୍ୟଙ୍କ ସମେତ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ ଏବଂ ଦମ୍ପତିଙ୍କ ୫୦ତମ ବିବାହ ବାର୍ଷିକୀକୁ ବୃକ୍ଷରୋପଣ ରୂପକ ମହତ କାର୍ଯ୍ୟକ୍ରମର ଆୟୋଜନ କରି ପାଳନ କରିଥିବାରୁ ନିଜକୁ ଧନ୍ୟ ମନେକରିଥିଲେ।

Spread the love