Jharsuguda's Mirror Theatre set a world record by showcasing Sambalpuri drama 'Kaenjuri' for more than 48 hours.

ନାଟକ ପ୍ରଦର୍ଶନରେ ବିଶ୍ବ ଦରବାରରେ ରେକର୍ଡ କରି ଓଡ଼ିଶାର ନାଁ ରଖିଛି ଝାରସୁଗୁଡ଼ା ଜିଲ୍ଲା ବେଲପାହାଡର ମିରର ଥିଏଟର l ଗୁମାଡେରା ମାଳିପଡ଼ାସ୍ଥିତ ମିରର ଥିଏଟର ମଞ୍ଚରେ ବିନା ବ୍ରେକରେ ଲଗାତାର ଭାବରେ ୪୮ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ସମ୍ବଲପୁରୀ ନାଟକ ‘କାଏନଯୁରୀ’ ପ୍ରଦର୍ଶନ କରି ବିଶ୍ବ ରେକର୍ଡରେ ସ୍ଥାନ ହାସଲ କରିଛି l ବିଶ୍ୱର ସବୁଠୁ ଲମ୍ବା ନାଟକ ପ୍ରଦର୍ଶନ କରି (ଆଇଇଏ) ଇଣ୍ଟରନ୍ୟlସନାଲ ଏକ୍ସସେଲେନ୍ସ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇ କୃତିତ୍ବ ଲାଭ କରିଛି । ବିଶ୍ବ ରେକର୍ଡ ଲକ୍ଷ୍ୟରେ ନାଟକଟି ଗତ ଡିସେମ୍ବର ୧ ତାରିଖ ସନ୍ଧ୍ୟା ୭ ଟା ୪୫ ମିନିଟରୁ ଆରମ୍ଭ ହୋଇ ଡିସେମ୍ବର ୩ ତାରିଖ ସନ୍ଧ୍ୟା ୯ ଟା ୩୩ରେ ସମାପ୍ତ ହୋଇଥିଲା l ତେବେ ଲଗାତାର ଭାବରେ ୪୯ ଘଣ୍ଟା ୪୮ ମିନିଟ ୧୨ସେକେଣ୍ଡର ନାଟକ ପ୍ରଦର୍ଶନ କରି ବିଶ୍ବ ଦରବାରରେ ନାଁ କରିଛି ମିରର ଥିଏଟର l ସବୁଠୁ ଲମ୍ବା ଅବଧିର ନାଟକ ପ୍ରଦର୍ଶନ ପାଇଁ ଆଇଇଏ ବୁକ ଅଫ ୱାର୍ଲଡ ରେକର୍ଡ ସଂସ୍ଥା ପକ୍ଷରୁ ମିରର ଥିଏଟରକୁ ମାନପତ୍ର ଏବଂ ମେଡାଲ ଦେଇ ସମ୍ମାନିତ କରାଯାଇଛି l ବିଶ୍ବ ରେକର୍ଡର ଅଧିକାରୀ ହୋଇଥିବା ଏହି ସମ୍ବଲପୁରୀ ନାଟକ କାଏନଯୁରୀରେ ଲାଲ ପାଏନ, ଦୂର ଆକାଶେ, ଗାଁ, ଟ୍ରାଫିକ ପୋଷ୍ଟ, ବେକାର, ହନୁମାନ ପଇସା, ଗୁଗୁଲ ମ୍ୟାପ, ଗୁରୁ ଚେଲା, ଚେହେରା, ମୂର୍ତ୍ତି, କାଠର ଚୌକି, ତୋର କିରିଆ, ପାଚେନ ପରି ଶହେ ଗୋଟି ନାଟକ କୁ ବିନା ବ୍ରେକରେ ଗୋଟିଏ ପରେ ଗୋଟିଏ ପ୍ରଦର୍ଶିତ ହୋଇଛି l ୨୦୦ ରୁ ଅଧିକ କଳାକାର ଏହି ନାଟକରେ ଥିବା ବେଳେ ଦେଢ଼ ମାସର ଛୋଟ ଶିଶୁ ଠାରୁ ଆରମ୍ଭ କରି ୭୫ ବର୍ଷର ବରିଷ୍ଠ ନାଗରିକ ମଧ୍ୟ ଏହି ନାଟକରେ ଅଭିନୟ କରିଛନ୍ତି ।

ତେବେ ଏହି ସଫଳତା ନାଟକ କ୍ଷେତ୍ରରେ ଜଡ଼ିତ ସମସ୍ତଙ୍କୁ ଉତ୍ସାହିତ କରିବ ଏବଂ ଆଗାମୀ ପିଢ଼ିର କଳାକାରଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି ମିରର ଥିଏଟର ନିର୍ଦ୍ଦେଶକ ସୁବାଷ ପ୍ରଧାନ କହିଛନ୍ତି । ଥିଏଟର କଳା ଲୋପ ପାଉଥିବା ବେଳେ ମିରର ଥିଏଟରର ଏହି ଉଦ୍ୟମକୁ ସମଗ୍ର ଓଡ଼ିଶାବାସୀ ପ୍ରଶଂସା କରୁଥିବାବେଳେ ଥିଏଟର କରୁଥିବା ପ୍ରତ୍ୟେକ କଳାକାରଙ୍କ ପାଇଁ ଏହା ପ୍ରେରଣାର ଉତ୍ସ ସାଜିଛି ।

Spread the love