Toshali Craft

ସୁନେଲୀ ସନ୍ଧ୍ୟା ହେଉ କି ରଙ୍ଗୀନ ରାତି ରାଜ୍ୟର ରାଜଧାନୀ ଭୁବନେଶ୍ବର ସବୁବେଳେ ଚଳଚଞ୍ଚଳ । ବର୍ଷକ ବାରମାସ ରାଜଧୀନର ଛାତି ଉପରେ ଚାଲେ ମୌଜ, ମସ୍ତି ଓ ମନୋରଞ୍ଜନର ଆସର । ସେ ଶୀତୁଆ ସନ୍ଧ୍ୟାର ଶିଶିର ସରସ ହେଉ କି ଆଦିବାସୀ ମେଳା ଅବା ତୋଷାଳି । ଏପରିକି କେବେ କେବେ ଭୁବନେଶ୍ବରବାସୀଙ୍କୁ ଝୁମାଏ ହକି ଫିଭର୍ ଓ ଯାତ୍ରାମଞ୍ଚ । ଆଉ ରାଜଧାନୀବାସୀ ମଧ୍ୟ ଏଣ୍ଟରଟେନର ପାଇଥାନ୍ତି ନିଆରା ମଜା ।  ତେବେ ଆଜିର ବ୍ଲଗରେ ଆମେ ଆପଣଙ୍କୁ ନେଇଯିବୁ ଜନତା ମଇଦାନରେ ଚାଲିଥିବା 17ତମ ଜାତୀୟ ହସ୍ତଶିଳ୍ପ ମେଳା ‘ତୋଷାଳି’କୁ ।  

ଆଧୁନିକର ସ୍ପର୍ଶତା ମଧ୍ୟରେ ଓଡ଼ିଶାର ପାରମ୍ପରିକ କଳା ଓ ଶିଳ୍ପକୁ ବଞ୍ଚାଇ ରଖିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ସ୍ମାର୍ଟ ସିଟି ଭୁବନେଶ୍ବରରେ ଅନେକ ମେଳା ତଥା ପ୍ରଦର୍ଶନୀ ଆୟୋଜିତ ହୋଇଥାଏ । ଯଥା ଆଦିବାସୀ ମେଳା, ଶିଶିର ସରସ, ତୋଷାଳି ମେଳା, ରାଜ୍ୟ ହସ୍ତଶିଳ୍ପ ଓ ହସ୍ତତନ୍ତ ମେଳା, ମୃତ୍ତିକା ମେଳା ଏବଂ ଟେରାକୋଟା ମେଳା ପରି ଅନେକ କିଛି । ହେଲେ ଚଳିତ ବର୍ଷ ହକି ବିଶ୍ବକପକୁ ନେଇ ଆୟୋଜିତ ହୋଇଥିଲା ଶିଶିର ସରସ, ଡଟ୍ ଫେଷ୍ଟ୍ ଓ ନାଇଟ୍ ଫ୍ଲି ମେଳା । ପ୍ରାୟ 15 ଦିନ ଧରି ମନୋରଞ୍ଜନର ଖୁରାକ ଯୋଗାଇଥିଲା ଏହି ସବୁ ମେଳା । ତାପରେ କିଛିଦିନର ନିରବତା ପରେ ଫେବୃଆରୀ 1 ତାରିଖରୁ ଆରମ୍ଭ ହୋଇଛି ଜାତୀୟ ହସ୍ତଶିଳ୍ପ ମେଳା ‘ତୋଷାଳି’ର ସପ୍ତଦଶ ସଂସ୍କରଣ ।  

ରାଜ୍ୟ ତଥା ଦେଶର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପକୁ ପ୍ରଚାରପ୍ରସାର ଏବଂ କାରିଗର ଓ ବୁଣାକାରଙ୍କ ଦ୍ବାରା ଉତ୍ପାଦିତ ସାମଗ୍ରୀର ବିକ୍ରିବଟାକୁ ନେଇ ଚଳିତ ତୋଷାଳି ମେଳାରେ 560 ଜଣ କାରିଗର ଓ ବୁଣାକାର ଅଂଶଗ୍ରହଣ କରିଛନ୍ତି । ଭାରତ ସରକାରଙ୍କ ଜାତୀୟ ହସ୍ତଶିଳ୍ପ ମେଳା ଯୋଜନା ଅନ୍ତର୍ଭୁକ୍ତ 250 ଜଣ କାରିଗରଙ୍କ ହସ୍ତଶିଳ୍ପ ଏବଂ ବିକାଶ ଆୟୁକ୍ତ ଦ୍ବାରା ଦେଶର ବିଭିନ୍ନ ରାଜ୍ୟର ପ୍ରାୟ 50 ଜଣ ବୁଣାକାରଙ୍କ ହସ୍ତତନ୍ତ ଷ୍ଟଲରେ ସ୍ଥାନିତ କରାଯାଇଛି । ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ 150 ଜଣ କାରିଗର ଏବଂ 110 ଜଣ ବୁଣାକାରଙ୍କ ଉତ୍ପାଦିତ ସାମଗ୍ରୀକୁ ପ୍ରଦର୍ଶିତ କରାଯାଇଛି ।

ଆମ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ହସ୍ତତନ୍ତ ଶିଳ୍ପୀଙ୍କ ହାତବୁଣା ଶାଢ଼ିକୁ ନାରୀମାନେ ବେଶ ପସନ୍ଦ କରୁଛନ୍ତି । ଟଙ୍କା 500ରୁ ଆରମ୍ଭ ହୋଇ 3 ହଜାରରୁ ଅଧିକ ଟଙ୍କାର ଶାଢ଼ି ମଧ୍ୟ ବିକ୍ରି ହେଉଛି । ସେହିପରି ସମ୍ବଲପୁର ଶାଢ଼ି, କୁର୍ତ୍ତୀ, ପୁରୁଷ ସାର୍ଟ ଏବଂ କୁର୍ତ୍ତାର ଭିନ୍ନ ଚାହିଦା ରହିଛି । ଚଳିତ ବର୍ଷର କେତୋଟି ଷ୍ଟଲ୍ ପାରମ୍ପରିକ ପୋଷାକରେ ଫାଇନ୍ ଆର୍ଟ କାର୍ଯ୍ୟ ହୋଇଥିବା ଦେଖିବାକୁ ମିଳିଥିଲା । ଚିତ୍ରଶିଳ୍ପୀମାନେ ମାଣିଆବନ୍ଧ, ବରଗଡ଼, ନୟାଗଡ଼ ଆଦି ସ୍ଥାନରୁ ହସ୍ତତନ୍ତ କପଡ଼ା ଆଣି ଡ୍ରେସ୍ ପ୍ରସ୍ତୁତ କରିବା ସହ ଶାଢ଼ିରେ ବିଭିନ୍ନ ପାରମ୍ପରିକ କଥାକୁ ସ୍ଥାନିତ କରିଛନ୍ତି । ସେହିପରି ପୁରୁଷଙ୍କ ପାଇଁ ହସ୍ତତନ୍ତର କୁର୍ତ୍ତା ଓ ସାର୍ଟ ବିକ୍ରି ହେଉଥିବା ବେଳେ ବାଉଁଶର ଗୃହ ଉପକରଣ, ସାଜସଜ୍ଜା ସାମଗ୍ରୀ, କତାରେ ପ୍ରସ୍ତୁତ ଖେଳଣା, ଘରସାଜସଜ୍ଜାକୁ ନେବା ପାଇଁ ଲୋକଙ୍କ ମଧ୍ୟ ଆଗ୍ରହ ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ଟିଫିନ୍ ବ୍ୟାଗ୍, ଝୁଲା, ପିତ୍ତଳ ସମାଗ୍ରୀ, ପାପୋଛ, ସୋଫା କଭର୍‍ କିଣିବାକୁ ଲୋକେ ଜମାରୁ ଭୁଲୁନାହାନ୍ତି ।    

ହସ୍ତଶିଳ୍ପ ଓ ହସ୍ତତନ୍ତର ମହାକୁମ୍ଭ ତୋଷାଳିରେ ବାହାର ରାଜ୍ୟର ବିଭିନ୍ନ ଷ୍ଟଲ୍ ଗୁଡ଼ିକୁ ଦେଖିବା ପାଇଁ ମଧ୍ୟ ଭିଡ଼ ଲାଗୁଛି । ଖାସ୍ କରି ମେଳା ବୁଲିବାକୁ ଆସୁଥିବା ପ୍ରତିଟି ଲୋକେ କିଛି ନକିଣିଲେ ବି ଗୋଟିଏ ଲେଖାଏଁ ଜୟପୁରୀ ବେଡ୍ ସିଟ୍ ନେଇ ଘରକୁ ଫେରୁଛନ୍ତି । ସେହିପରି ପଞ୍ଜାବୀ କୁର୍ତ୍ତୀ ଓ ଓଢଣୀ, ଉତ୍ତରାଖଣ୍ଡର ପାରମ୍ପରିକ ହସ୍ତଶିଳ୍ପ ସାମଗ୍ରୀ ଏବଂ ତାମିଲନାଡୁରୁ ଆସିଥିବା ହାତବୁଣା ଲୁଗା, ଗାମୁଛାକୁ ଯିଏ ଦେଖୁଛି ସେହି ଷ୍ଟଲ୍ ସାମ୍ନାରେ ଅଟକି ଯାଇଛୁ ।

ଚଳିତ ବର୍ଷ ତୋଷାଳି ମେଳାରେ ‘ଥିମ୍ ପାଭିଲିୟନ୍’ ନିର୍ମାଣ କରାଯାଇଛି । ଏଥିରେ ରାଜ୍ୟର ପାରମ୍ପରିକ ତଥା ପ୍ରଚଳିତ ହସ୍ତତନ୍ତକୁ ପ୍ରଦର୍ଶନ କରାଯାଇଛି । ଏହାକୁ ସୁନ୍ଦର ଭାବେ ସଜ୍ଜା ଯାଇଥିବାରୁ ଲୋକମାନେ ସେଲଫି ଓ ଫଟୋଉଠାର ମଜା ନେଉଛନ୍ତି । ଏହାସହ ଏହି ପାଭିଲିୟନର ସମ୍ମୁଖରେ ରହିଛି ସେଲଫି ପଏଣ୍ଟ, ଯେଉଁଠି ପୁରା ପରିବାର ସହ ସମ୍ବଲପୁରୀ ଲୁକରେ ନେଇପାରିବେ ସେଲଫି କିମ୍ବା ଫଟୋ ଉଠାଇପାରିବେ ।  

ହସ୍ତତନ୍ତ ଓ ହସ୍ତଶିଳ୍ପର ସମ୍ଭାର ନେଇ ଆସିଥିବା ତୋଷାଳି ମେଳାରେ କେବଳ କିଣାବିକା ହୁଏ ନାହିଁ । ଏଠାରେ ଭୁବନେଶ୍ବର ସ୍ଥିତ ସିଡାକ୍ ଟ୍ରେନିଂ ସେଣ୍ଟରରୁ ଷ୍ଟାଫମାନେ ଆସି ନିଖୁଣ କାରିଗରୀକୁ ପ୍ରଦର୍ଶନ କରିଛନ୍ତି । ଚାନ୍ଦୁଆ, ତାଳପତ୍ର, ପଟ୍ଟଚିତ୍ର., କାଠ, ପଥର, ମାଟି, ମାର୍ବଲ୍ସ ଏବଂ କତାରେ କିପରି ଭାବେ ସୁନ୍ଦର ସୁନ୍ଦର ସାମଗ୍ରୀ ତିଆରି କରୁଛନ୍ତି, ତାହା ମଧ୍ୟ ଆପଣ ଦେଖିପାରିବେ । ଏଥିସହ ହସ୍ତତନ୍ତ ଶିଳ୍ପ ବିଭାଗ ପକ୍ଷରୁ କେତେକ ଷ୍ଟଲରେ ହଜିଯାଇଥିବା ହସ୍ତଶିଳ୍ପ ଓ ହସ୍ତତନ୍ତର ବସ୍ତ୍ରକୁ ପ୍ରଦର୍ଶିତ କରାଯାଇଛି ।

ପ୍ରତି ସନ୍ଧ୍ୟାରେ ତୋଷାଳି ମେଳାରେ ସାଂସ୍କୃତିକ କର୍ଯ୍ୟକ୍ରମ ପରିବେଷଣ ହେଉଛି । ଏଥିରେ ରାଜ୍ୟର ପ୍ରତିଷ୍ଠିତ ଗାୟକ ଓ ଗାୟିକା ଗୀତ ପରିବେଷଣ କରି ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇଥାନ୍ତି ଏବଂ ମେଳା ବୁଲିବାକୁ ଆସୁଥିବା ଲୋକମାନେ ମଧ୍ୟ ଗୀତର ତାଳେ ତାଳେ ଝୁମିଥାନ୍ତି । କିଣାବିକା ଓ ମନୋରଞ୍ଜନ ସହ ଦେଶୀ ଖାଦ୍ୟର ପସରା ମେଲାଇଛି ତୋଷାଳି । ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ମେଳାର ମୁଖ୍ୟ ଆକର୍ଷଣ ସାଜିଛି 25ଟି ଫୁଡ୍ ଷ୍ଟଲ୍ । ଆମ ରାଜ୍ୟର ସ୍ପେସାଲ୍ ମିଲେଟ୍ ଷ୍ଟଲ୍‌, ବାରିପଦା ମୁଢି ମାଂସ, ନିମାପଡ଼ା ମିଠା ଏବଂ ଓଡ଼ିଶାର ପାରମ୍ପରିକ ପିଠାମିଠା ଷ୍ଟଲ୍ ରେ ଯେତିକି ଭିଡ଼ ଗୁଜୁରାଟୀ, ରାଜସ୍ଥାନୀ, ପଞ୍ଜାବୀ ଓ ଦିଲ୍ଲୀର ପାରମ୍ପରିକ ଖାଦ୍ୟ ଖାଇବାକୁ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ବେଶ୍ ଆଗ୍ରହ । କେବଳ ସେତିକି ନୁହେଁ ଛୋଟ ଛୋଟ ପିଲାଙ୍କ ପାଇଁ ଚିଲଡ୍ରେନସ୍ ପ୍ଲେ ଜୋନରେ ବିଭିନ୍ନ ପ୍ରକାର ଦୋଳି ଓ ଖେଳର ବ୍ୟବସ୍ଥା କରାଯାଇଛି ।

ଦୀର୍ଘ 12 ଦିନ ଧରି ଭୁବନେଶ୍ବରର ଜନତା ମଇଦାନରେ ଚାଲିଥିବା ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଓଡ଼ିଶାର କୁଶଳୀ ହାତର ପ୍ରକୃତ ପରିଚୟ ପାଲଟିଛି । କ୍ଷୁଦ୍ର ବ୍ୟବସାୟୀଠାରୁ ଆରମ୍ଭ କରି ହସ୍ତଶିଳ୍ପ ଓ ହସ୍ତତନ୍ତର କାରିଗରଙ୍କୁ ସ୍ବାବଲମ୍ବୀ କରାଇଛି । ତେବେ ଆମେ ବି ଆମ ପାରମ୍ପରିକ ତଥା କୌଳିକ ଶିଳ୍ପ ଓ କଳାକୁ ନଭୁଲି ଆପଣାଇବା ଏବଂ ଏହାର ପ୍ରଚାରପ୍ରସାର ଦିଗରେ ପଦକ୍ଷେପ ନେବା । ତେବେ ଆସନ୍ତୁ ଘରକୁ କିଛି ହାତ ତିଆରି ଘରକରଣା ସାମଗ୍ରୀ ନିଅନ୍ତୁ ଏବଂ ହସ୍ତଶିଳ୍ପୀ ଓ କାରିଗରଙ୍କୁ ପ୍ରୋତ୍ସାହିତ କରି ସହଯୋଗର ହାତ ବଢ଼ାନ୍ତୁ ।

Spread the love