The hockey world cup has been inaugurated

ଆକାଶରୁ ଓହ୍ଲାଇଲେ ବଲିଉଡ୍ ଷ୍ଟାର୍ ରଣବୀର ସିଂହ। ଲୋକପ୍ରିୟ ସଂଗୀତର ତାଳେତାଳେ ନିଜ ନୃତ୍ୟାଭିନୟର ଯାଦୁ ଦେଖାଇଲେ ଅଭିନେତ୍ରୀ ଦିଶା ପଟାନି। ଓଲିଉଡ୍ ଷ୍ଟାର୍‌ ସବ୍ୟସାଚୀ, ଅର୍ଚ୍ଚିତାଙ୍କ ନୃତ୍ୟ, ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌ର ରୋମଞ୍ଚଭରା ସୋ, ଅରୁଣା ମହାନ୍ତିଙ୍କ ନିର୍ଦ୍ଦେଶନାରେ ଓଡ଼ିଶୀ ନୃତ୍ୟ, ବ୍ଲାକ୍ ସ୍ବାନ୍ ଗ୍ରୁପ୍‌ର ନୃତ୍ୟ ଓ ସଂଗୀତ ସାଙ୍ଗକୁ ଆକର୍ଷଣୀୟ ଲେଜର୍ ସୋ, ଆତସବାଜୀ ପ୍ରଦର୍ଶନରେ ବୁଧବାର କମ୍ପିଲା ବାରବାଟୀ। ଏଭଳି ଏକ କାର୍ଯ୍ୟକ୍ରମ ଜରିଆରେ ବିଶ୍ବ କ୍ରୀଡ଼ା ଇତିହାସରେ ନିଜର ସ୍ବାକ୍ଷର ଛାଡ଼ିଛି ଓଡ଼ିଶା। ଲଗାତାର ଦ୍ବିତୀୟ ଥର ପାଇଁ ପୁରୁଷ ହକି ବିଶ୍ବ କପ୍ ଆୟୋଜନ କରିବାର ଶ୍ରେୟ ସହିତ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ସମାରୋହକୁ ଆରମ୍ଭ କରି ରାଜ୍ୟ, ରାଜ୍ୟ ବାହାର ତଥା ବିଦେଶର ଅତିଥି ମାନଙ୍କୁ ଚକିତ କରି ଦେଇଛି। କଟକର ବାରବାଟୀ ଷ୍ଟାଡିୟମରେ ବିଶ୍ବ କପ୍ ହକିର ଏଭଳି ଭବ୍ୟ ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ୩୫ ହଜାରରୁ ଅଧିକ ଦର୍ଶକ ଦୀର୍ଘ ୬ ଘଣ୍ଟାରୁ ଅଧିକ ସମୟ ଧରି ଉପଭୋଗ କରିଛନ୍ତି। ଉତ୍ସବରେ ସମ୍ମାନିତ ଅତିଥି ଭାବେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଯୋଗଦେଇ କହିଲେ ଯେ ହକି ପୁରୁଷ ବିଶ୍ବକପ୍‌ ଭାରତ ଆୟୋଜନ କରିବା ଆମ ପାଇଁ ଏକ ଗୌରବର ବିଷୟ। ଓଡ଼ିଶାରେ ଏହା ଦ୍ବିତୀୟଥର ପାଇଁ ଆୟୋଜନ ହୋଇଥିବା ବେଳେ ଏହାର ଏକ ସ୍ବତନ୍ତ୍ରତା ରହିଛି। କଟକରେ ଏଭଳି ଏକ ଭବ୍ୟ ସମାରୋହ ଆୟୋଜନ କରିଥିବାରୁ ଶ୍ରୀ ଠାକୁର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏ କ୍ଷେତ୍ରରେ ଅବଦାନ ଭାରତର ସହଯୋଗ ସଂଘୀୟ ବ୍ୟବସ୍ଥାର ପ୍ରମାଣ ବୋଲି ଶ୍ରୀ ଠାକୁର କହିଥିଲେ। ଶ୍ରୀ ଠାକୁର କହିଥିଲେ ଯେ ୧୯୨୮, ୧୯୩୨ ଓ ୧୯୩୬ ଅଲିମ୍ପିକ୍ସରେ ଲଗାତାର ୩ଥର ସ୍ବର୍ଣ୍ଣ ପଦକ ଜିତି ମେଜର ଧ୍ୟାନ ଚାନ୍ଦ ଯେଉଁ ଇତିହାସ ସୃଷ୍ଟି କରିଥିଲେ ବଲବୀର ସିଂହ (ସିନିଅର) ୧୯୪୮, ୧୯୫୨, ୧୯୫୬ ଅଲିମ୍ପିକ୍ସରେ ହାଟ୍ରିକ ସ୍ବର୍ଣ୍ଣ ପଦକ ଜିତି ଇତିହାସ ଦୋହରାଇଥିଲେ। ଦୀର୍ଘ ଦିନ ବ୍ୟବଧାନରେ ଅଲିମ୍ପିକ୍ସରେ ବ୍ରୋଞ୍ଜ୍ ପଦକ ଜିତିଛି ଭାରତ। ଏବଂ ହକିରେ ପୁଣି ଇତିହାସ ସୃଷ୍ଟି କରିବାକୁ ଯାଉଛି। ବିଶ୍ବରେ ବିଭିନ୍ନ ସ୍ଥାନରେ ହୋଇଥିବା ଭବ୍ୟ ସମାରୋହ ମଧ୍ୟରୁ ଆଜିର ଏହି ସମାରୋହ ଅନ୍ୟତମ ବୋଲି ଶ୍ରୀ ଠାକୁର କହିଥିଲେ।

କାର୍ଯ୍ୟକ୍ରମେ‌ର ଅନ୍ତର୍ଜାତୀୟ ହକି ଫେଡେରେସନ୍‌ର ସଭାପତି ମହମ୍ମଦ ତୟବ ଇକ୍ରାମ ଯୋଗ ଦେଇ ଏଭଳି ସମାରୋହର ଆୟୋଜନର ପ୍ରଶଂସା କରିବା ସହିତ ଓଡ଼ିଶା ହକିର ମାଟି ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତୀ ବେହେରା, ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ ଯୋଗ ଦେଇଥିଲେ।
ଉଦ୍‌ଘାଟନୀ ଉତ୍ସବରେ ବଲିଉଡ କଳାକାର ରଣବୀର ସିଂହ, ଅଭ‌ିନେତ୍ରୀ ଦିଶା ପଟାନି, ନକାଶ ଅଜିଜ, ଓଲିଉଡ କଳାକାର ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ୩୫ ହଜାରରୁ ଅଧିକ ଦର୍ଶକ ଉପଭୋଗ କରିଥିଲେ। ରଣବୀର ଆକଶମାର୍ଗରୁ ମଞ୍ଚକୁ ଓହ୍ଲାଇ ଶିହରଣ ସୃଷ୍ଟି କରିଥିଲେ। କାର୍ଯ୍ୟକ୍ରମରେ ପ୍ରୀତମ, ନୀତି ମୋହନ, ବେନି ଦୟାଲ, ଋତୁରାଜ ମହାନ୍ତି, ସ୍ନିତି ମିଶ୍ର, ଲିସା ମିଶ୍ର, ବ୍ଲାକସ୍ବାନ୍‌ ଗ୍ରୁପ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ। ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟାଙ୍ଗନା ଅରୁଣା ମହାନ୍ତିଙ୍କ ନିର୍ଦ୍ଦେଶନାରେ ସହଯୋଗୀଙ୍କ ଓଡ଼ିଶୀ ନୃତ୍ୟ ବେଶ୍ ଆକର୍ଷଣୀୟ ହୋଇଥିଲା। ଆକର୍ଷଣୀୟ ଆତସବାଜୀ, ଲେଜର ସୋ ଦର୍ଶକଙ୍କୁ ଅଭିଭୂତ କରିଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ବିଜୁ ପଟ୍ଟନାୟକଙ୍କୁ ବିଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସ୍ମୃତିଚାରଣ କରାଯାଇଥିଲା। ଏହା ସହିତ ହକିର ଶହେ ବର୍ଷର ଇତିହାସ ସଂପର୍କରେ ବୃତ୍ତଚିତ୍ର ପ୍ରଦର୍ଶନ କରାଯାଇଥିଲା।

Spread the love