Independece Day

ସଂଗ୍ରାମ ବିନା ମୁକ୍ତି ତଥା ସ୍ବାଧୀନତା ସମ୍ଭବ ନଥିଲା । ଆଜି ଯେଉଁ ସ୍ବାଧୀନତାର ସ୍ବାଦକୁ ପ୍ରତ୍ୟେକ ଭାରତୀୟ ଅନୁଭବ କରୁଛନ୍ତି, ତାହା ବର୍ଷ ବର୍ଷର ସଂଗ୍ରାମ । କାରଣ ସ୍ବାଧୀନତା ହେଉଛି ଦେଶ ଓ ଜାତିର ଅମୂଲ୍ୟ ସମ୍ପଦ। ଏହାକୁ ପାଇବା ପାଇଁ କେତେକ ଯେ କଷ୍ଟ କରାଯାଇଛି, ତାହା ସମସ୍ତଙ୍କୁ ଜଣା । ମହାତ୍ମାଗାନ୍ଧୀଙ୍କ ଡାକରାରେ ସମସ୍ତ ଦେଶବାସୀ ଯେତେବେଳେ ସ୍ବାଧୀନତାର ଆନ୍ଦୋଳନରେ ଝାସ ଦେଇଥିଲେ, ତାହାର ବହୁ ବର୍ଷ ପୂର୍ବରୁ ଓଡ଼ିଶାରେ ଆରମ୍ଭ ହୋଇଯାଇଥିଲା ଇଂରେଜଙ୍କ ବିରୋଧରେ ପ୍ରଥମ ସ୍ବାଧୀନତା ସଂଗ୍ରାମ ଏବଂ ଏହି ମୁକ୍ତିର ଆନ୍ଦୋଳନରେ ଓଡ଼ିଶାର ଅବଦାନ ଅତି ଗୁରୁତ୍ବପୂର୍ଣ୍ଣ ।

ପାଇକ ବିଦ୍ରୋହ     

ସର୍ବଭାରତୀୟ ସ୍ତରରେ ଗୋରା ସରକାରଙ୍କ କବଳରୁ ମୁକ୍ତିର ଆନ୍ଦୋଳନ 1857 ମସିହାର ସିପାହୀ ବିଦ୍ରୋହରୁ ଆରମ୍ଭ ହୋଇଥିଲା । କିନ୍ତୁ ଏହାର 50 ବର୍ଷ ପୂର୍ବରୁ ହିଁ ଓଡ଼ିଶାରେ ସ୍ବାଧୀନତା ଆନ୍ଦୋଳନ ଆରମ୍ଭ ହୋଇଯାଇଥିଲା। ଇଂରେଜ ସରକାରର ମନମୁଖୀ ଶାସନରେ ଉତ୍ତ୍ୟକ୍ତ ହୋଇ 1817 ମସିହାରେ ଭାରତର ପ୍ରଥମ ସ୍ବାଧୀନତା ଆନ୍ଦୋଳନ ଭାବେ ମୁଣ୍ଡ ଟେକିଥିଲା ଓଡ଼ିଶାର “ପାଇକ ବିଦ୍ରୋହ” ବା “ଖୋର୍ଦ୍ଧା ବିଦ୍ରୋହ”। ଏହାର ନେତୃତ୍ବ ନେଇଥିଲେ ବକ୍ସି ଜଗବନ୍ଧୁ।  କିନ୍ତୁ ଏହାର ପୁରୋଧା ଥିଲେ ଜୟୀ ରାଜଗୁରୁ, ଯାହାଙ୍କୁ ଇଂରେଜ ସରକାର ଅତି ନିର୍ମମ ଭାବେ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ ଏବଂ ପାଲଟିଥିଲେ ଭାରତର ପ୍ରଥମ ଶହିଦ । ଏହାପରେ ଇଂରେଜ ସରକାରଙ୍କ ଚକ୍ରାନ୍ତରେ ଶିକାର ହୋଇଥିବା ବକ୍ସି ଜଗବନ୍ଧୁ ଅସନ୍ତୋଷ ପାଇକମାନଙ୍କୁ ନେଇ “ପାଇକ ବିଦ୍ରୋହ” ସଂଗଠିତ କରିଥିଲେ। ଖୋର୍ଦ୍ଧାରୁ ଆରମ୍ଭ ହୋଇଥିବା ବିଦ୍ରୋହର ନିଆଁ ବାଣପୁର, ପିପିଲି ଓ ଗୋପ ସହ ଉପକୂଳବର୍ତ୍ତୀ ଅଞ୍ଚଳକୁ ବ୍ୟାପୀଥିଲା । ବକ୍ସି ଜଗବନ୍ଧୁ ଇଂରେଜମାନଙ୍କ ନିକଟରେ ଆତ୍ମସମର୍ପଣ କରିବା ପରେ ଧୀରେ ଧୀରେ ପାଇକ ବିଦ୍ରୋହ ଥମିଥିଲା।

ପାଇକ ବିଦ୍ରୋହ ପରେ ପରେ ଦକ୍ଷିଣ ଓଡ଼ିଶାରେ ଆଦିବାସୀଙ୍କ ମଧ୍ୟରେ ଅସନ୍ତୋଷର ନିଆଁ ଜଳି ଉଠିଲା। କନ୍ଧ, ଭୂୟାଁ, କୋହ୍ଲ ଓ ସାନ୍ତାଳ ସମ୍ପ୍ରଦାୟର ଆଦିବାସୀମାନେ ଇଂରେଜ ସରକାରଙ୍କ କୁଶାସନ ବିରୋଧରେ ଲଢେଇ କରିଥିଲେ, ଯାହା ଇତିହାସରେ ଚିରସ୍ମରଣୀୟ ହୋଇରହିଯାଇଛି। 1856 ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଇଂରେଜ ବିରୋଧୀ ଲଢେଇ ଚାଲିଥିବା ବେଳେ ସର୍ବଭାରତୀୟସ୍ତରରେ ଓଡ଼ିଆମାନେ 1857 ମସିହାର ସିପାହୀ ବିଦ୍ରୋହରେ ଅଂଶଗ୍ରହଣ କରିଥିଲେ ।

ଅସହଯୋଗ ଆନ୍ଦୋଳନ

ଗୋରା ସରକାରଙ୍କୁ କୌଣସି ପ୍ରକାର ଏବଂ କୌଣସି କ୍ଷେତ୍ରରେ ସହଯୋଗ ନ କରିବା ହିଁ “ଅସହଯୋଗ ଆନ୍ଦୋଳନ”ର ମୂଳକଥା । ସମଗ୍ର ଭାରତରେ ଅସହଯୋଗ ଆନ୍ଦୋଳନ ଚାଲିଥିବା ବେଳେ ଓଡ଼ିଶା ଏହି ମହାସ୍ରୋତରୁ ବାଦ୍ ପଡ଼ିନଥିଲା। 1920 ମସିହାରେ ନାଗପୁରଠାରେ ଅନୁଷ୍ଠିତ ଜାତୀୟ କଂଗ୍ରେସର ବାର୍ଷିକ ଅଧିବେଶନରୁ ଗୋପବନ୍ଧୁ ଦାସଙ୍କ ଓଡ଼ିଶା ପ୍ରତ୍ୟାବର୍ତ୍ତନ ଏବଂ ଗାନ୍ଧିଜୀଙ୍କର ଓଡ଼ିଶା ଆଗମନ ଆନ୍ଦୋଳନକୁ ଆହୁରି ତୀବ୍ରତର କରିଥିଲା। ଗୋପବନ୍ଧୁ ଦାସଙ୍କ ସମେତ ଗୋପବନ୍ଧୁ ଚୌଧୁରୀ, ଭାଗୀରଥି ମହାପାତ୍ର, ନିରଞ୍ଜନ ପଟ୍ଟନାୟକ, ଯଦୁମଣି ମଙ୍ଗରାଜ, ହରେକୃଷ୍ଣ ମହାତବ ଓ ରମା ଦେବୀ ଆନ୍ଦୋଳନକୁ ସଫଳ କରାଇଥିଲେ। ଏହି ସମୟରେ ଅନେକ ଛାତ୍ରଛାତ୍ରୀ ସ୍କୁଲ ଓ କଲେଜ ଛାଡ଼ି ଥିଲେ ଏବଂ  ଅନେକ ବିଶିଷ୍ଟ ବ୍ୟକ୍ତିତ୍ବ ମଧ୍ୟ ଚାକିରୀ ତ୍ୟାଗ କରିଥିଲେ।  ସେହିପରି ସାଧାରଣ ଓଡ଼ିଆ ଜନତା ମଧ୍ୟ ବିଦେଶୀ ବସ୍ତ୍ରକୁ ବର୍ଜନ କରିବା ସହ ଖଦୀର ବ୍ୟବହାର ଓ ଚରଖାର ପ୍ରଚଳନ ପାଇଁ ଆଗକୁ ଆସିଥିଲେ ଏବଂ ଏହି କ୍ରମରେ ବହୁ ସ୍ଥାନରେ କଂଗ୍ରେସ ଆଶ୍ରମ ସ୍ଥାପନ କରାଯାଇଥିଲା।  ଏହି ଆନ୍ଦୋଳନ ସମୟରେ ବହୁ ଲୋକ ଜେଲ୍ ବରଣ କଲେ ଏବଂ ଗୋପବନ୍ଧୁ ଦାସ ଜେଲ ଭିତରେ ରହିବା ପରେ ଆନ୍ଦୋଳନ ଧିମେଇ ଆସିଲା । କିନ୍ତୁ ଏହି ଆନ୍ଦୋଳନର ପ୍ରଭାବସ୍ବରୂପ ପରବର୍ତ୍ତୀ ଆନ୍ଦୋଳନ ପାଇଁ ନିଜକୁ ପ୍ରସ୍ତୁତ କରିସାରିଥିଲେ।

ଆଇନ ଅମାନ୍ୟ ଆନ୍ଦୋଳନ

ଗାନ୍ଧିଜୀ ସମଗ୍ର ଦେଶରେ 1930 ମସିହାରେ ଆଇନ ଅମାନ୍ୟ ଆନ୍ଦୋଳନର ଡାକରା ଦେଲେ। ଗାନ୍ଧିଜୀଙ୍କର ଦାଣ୍ଡିଯାତ୍ରାର ପ୍ରତିଧ୍ବନି ଭାରତର ବିଭିନ୍ନ ରାଜ୍ୟରେ ଶୁଣାଯାଇଥିଲା। ଓଡ଼ିଶା ଏକ ଉପକୂଳବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଲବଣ ସତ୍ୟାଗ୍ରହ ଦ୍ବାରା ବିଶେଷ ଭାବରେ ପ୍ରଭାବିତ ହୋଇଥିଲା । ସେହି ବର୍ଷ ଏପ୍ରିଲ 6 ତାରିଖ ଦିନ ଗୋପବନ୍ଧୁ ଚୌଧୁରୀ ଓ ଆଚାର୍ଯ୍ୟ ହରିହର ଦାସଙ୍କ ନେତତ୍ବରେ 21 ଜଣ ସତ୍ୟାଗ୍ରହୀ କଟକର ସ୍ବରାଜ ଆଶ୍ରମଠାରୁ ଇଞ୍ଚୁଡ଼ି ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । କିନ୍ତୁ ଚାନ୍ଦୋଳରେ ଗୋପବନ୍ଧୁ ଚୌଧୁରୀଙ୍କୁ ଗିରଫ କରାଯିବା ପରେ ଆଚାର୍ଯ୍ୟ ହରିହର ଦାସଙ୍କ ନେତତ୍ବରେ ଇଞ୍ଚୁଡ଼ିଠାରେ ଏପ୍ରିଲ 13 ତାରିଖରେ ଲବଣ ଆଇନ ଭଙ୍ଗ କରି ଲୁଣ ପ୍ରସ୍ତୁତ କରାଯାଇଥିଲା । ତେବେ ସଙ୍ଗେ ସଙ୍ଗେ ପୋଲିସ ଆଚାର୍ଯ୍ୟ ହରିହର ଦାସଙ୍କୁ ଗିରଫ କରିବା ପରେ ଆଖପାଖ ଗ୍ରାମରୁ ଶହ ଶହ ସଂଖ୍ୟାରେ ସତ୍ୟାଗ୍ରହୀମାନେ  ଯୋଗଦେଇଥିଲେ । ଏହା ପରେ ଏପ୍ରିଲ 20ରେ ରମା ଦେବୀ ଏବଂ ମାଳତୀ ଚୌଧୁରୀଙ୍କ ନେତୃତ୍ବରେ ଶହ ଶହ ମହିଳା ଇଞ୍ଚୁଡ଼ିଠାରେ ଲବଣ ସତ୍ୟାଗ୍ରହରେ ଯୋଗ ଦେଇଥିଲେ । ଇଞ୍ଚୁଡ଼ିରେ ଲବଣ ସତ୍ୟାଗ୍ରହର ସଫଳ ହେବା ପରେ ଓଡ଼ିଶାର କୁଜଙ୍ଗ, କୁହୁଡ଼ି, ହୁମା, ଜାମକୁଣ୍ଡା, ଇରମ ଚୁଡାମଣି, କାକଟପୁର, ଅସ୍ତରଙ୍ଗ, ଗୋପାଳପୁର ପରି ଅନ୍ୟାନ୍ୟ ସ୍ଥାନରେ ଶହ ଶହ ସଂଗ୍ରାମୀଙ୍କ ଦ୍ବାରା ଲୁଣ ପ୍ରସ୍ତୁତ କରାଯାଇଥିଲା । ଏଥିପାଇଁ ଶହ ଶହ, ହଜାର ହଜାର ଲୋକ ଜେଲ ବରଣ କଲେ । ତେବେ ଲବଣ ଆଇନ ଭଙ୍ଗ ସହ ଚୌକିଦାରୀ କରର ବିରୋଧ, ବିଦେଶୀ ବସ୍ତ୍ର ବର୍ଜନ ଏବଂ ନିଶା ନିବାରଣ କାର୍ଯ୍ୟରେ ମହିଳାଙ୍କଠାରୁ ଆରମ୍ଭ କରି ଛୋଟ ଛୋଟ ପିଲାମାନେ ଯୋଗଦେଇଥିଲେ। ତେବେ ଓଡ଼ିଶାରେ ଆଇନ ଅମାନ୍ୟ ଅନ୍ଦୋଳନ ବହୁ ସଫଳତା ଲାଭ କରିଥିଲା।  ଏହାଦ୍ବାରା ସାଧାରଣ ଜନତା ଇଂରେଜ ଶାସନର କୁଫଳ ସମ୍ପର୍କରେ ଅବଗତ ହୋଇଥିଲେ  ଏବଂ ସ୍ବାଧୀନତା ହାସଲ ପାଇଁ ଜନତା ଉତ୍ସାହିତ ହୋଇଥିଲେ।

ଭାରତ ଛାଡ଼ ଆନ୍ଦୋଳନ

ବ୍ରିଟିଶ ଶାସନ ବିରୋଧରେ ଭାରତ ଛାଡ଼ ଆନ୍ଦୋଳନ ଥିଲା ମହାତ୍ମାଗାନ୍ଧୀଙ୍କ ଶେଷ ସଂଗ୍ରାମ। 1942 ମସିହାରେ ଇଂରେଜମାନଙ୍କୁ ଭାରତ ଛାଡ଼ି ଚାଲିଯିବା ପାଇଁ ଦାବି କରିଥିଲେ ଭାରତୀୟମାନେ। ଏହି ଗଣ ବିପ୍ଳବରେ ଓଡ଼ିଶା ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲା। ମାଳତୀ ଚୌଧୁରୀ ଓ ସୁରେନ୍ଦ୍ରନାଥ ଦ୍ବିବେଦୀ ଅଗଷ୍ଟ 11 ତାରିଖରେ ମୁମ୍ବାଇ କଂଗ୍ରେସ ଅଧିବେଶନରୁ ଫେରିବା ପରେ ଓଡ଼ିଶାରେ ଭାରତ ଛାଡ଼ ଆନ୍ଦୋଳନ ତୀବ୍ରତର ହୋଇଥିଲା । ଆନ୍ଦୋଳନର ପ୍ରାରମ୍ଭରେ ବହୁ ନେତୃବର୍ଗ ଗିରଫ ହୋଇଥିଲେ ମଧ୍ୟ ଆନ୍ଦୋଳନ ଥମିବା ବଦଳରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ସତ୍ୟାଗ୍ରହୀମାନେ ଆହୁରି ଜୋରଦାର କରିଥିଲେ । ଫଳରେ ଜେଲ ଦଣ୍ଡ, ଗୁଳିଚାଳନା, ଲାଠିମାଡ଼, ସମୂହ ଜୋରମନା ଏବଂ ନାନା ପ୍ରକାରର ଅତ୍ୟାଚାର ଇଂରେଜଙ୍କର ନିତିଦିନିଆ କାର୍ଯ୍ୟ ହୋଇଯାଇଥିଲା। ଆନ୍ଦୋଳନର ବ୍ୟାପକତା କଟକ, ଯାଜପୁର, ବାଲେଶ୍ବର, ଭଦ୍ରକ, ବାସୁଦେବପୁର, ନିମାପଡ଼ା, ବୈପାରିଗୁଡ଼ା, କୋରାପୁଟ, ଢେଙ୍କାନାଳ ଆଦି ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଭାରତ ଛାଡ଼ ଆନ୍ଦୋଳନରେ ଆଦିବାସୀମାନେ ଅଦ୍ଭୁତ ବୀରତ୍ବ ଦେଖାଇଥିଲେ। ସେମାନଙ୍କର ନେତା ଲକ୍ଷ୍ମଣ ନାୟକଙ୍କୁ ମିଥ୍ୟା ମାମଲାରେ ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଇଥିଲା। ସେହିପରି ଓଡ଼ିଶାର 26ଟି ଗଡ଼ଜାତ ରାଜ୍ୟ ମଧ୍ୟରୁ ଢେଙ୍କାନାଳ, ତାଳଚେର ଓ ନୟାଗଡ଼ରେ ଏହି ଆନ୍ଦୋଳନ ହିଂସାତ୍ମକ ରୂପ ଧାରଣ କରିଥିଲା।

ଦୀର୍ଘ ବର୍ଷର ମୁକ୍ତିର ଯାତ୍ରାରେ ଓଡ଼ିଶାର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏହି ସ୍ବାଧୀନତାର ସଂଗ୍ରାମରେ ଓଡ଼ିଶା ପୂର୍ଣ୍ଣପ୍ରାଣରେ ଝାସ ଦେବାରେ ଗୌରବ ଅର୍ଜନ କରିଥିଲା । ଦେଶ, ଜାତି ଓ ସମାଜ ପାଇଁ ଦେଇଥିବା ଓଡ଼ିଶାର ଅଗଣିତ ନରନାରୀଙ୍କ ବଳିଦାନକୁ ଆଜି ବି ସମଗ୍ର ଦେଶ ଚିରସ୍ମରଣୀୟ କରି ରଖିପାରିଛି। ବର୍ଷ ବର୍ଷ ଧରି ଚାଲିଥିବା ସଂଗ୍ରାମ ତଥା ବିପ୍ଲବରେ ଓଡ଼ିଶାର ଅବଦାନକୁ ଆମେ ଏହି ବ୍ଲଗରେ ସଂକ୍ଷେପରେ ଜଣାଇବାକୁ ପ୍ରୟାସ କରିଛୁ।  

Spread the love