kartik month special niamada jatra of subarnapur observed

ଯନ୍ତ୍ର ମନ୍ତ୍ର ଓ ତନ୍ତ୍ରର ପୀଠ ସୁବର୍ଣ୍ଣପୁର । ଏଠାରେ ତନ୍ତ୍ର ପଦ୍ଧତିରେ ଦେବଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ନିଆଁମଡ଼ା ପର୍ବ ଏଠାକାର ମୁଖ୍ୟ ପର୍ବ । ସୁବର୍ଣ୍ଣପୁରର ଖଦାଲପଡାର ନିଆଁମଡା ଯାତ୍ରାରେ ଅଙ୍ଗାରରେ ଚାଲିବା ଦେଖିବାକୁ ମିଳିଥାଏ । ନିଆଁ ଉପରେ ବରୁଆମାନେ ଚାଲିବା ପରେ ଶହ ଶହ ଶ୍ରଦ୍ଧାଳୁ ନିର୍ଭୟରେ ଚାଲିଥାନ୍ତି ଏହି ନିଆଁ ଉପରେ । କରୋନା କଟକଣା ଯୋଗୁଁ ଦୁଇ ବର୍ଷ ଧରି ବନ୍ଦ ରହିଥିବା ଏହି ନିଆଁମଡ଼ା ଯାତ୍ରା ଚଳିତ ବର୍ଷ ବଡ଼ ଧୂମଧାମରେ ପାଳନ କରାଯାଇଛି । ମାଁ ଠାକୁରାଣୀ ସୁବର୍ଣ୍ଣପୁର ସହରର ଖଦାଲପଡାର ଅଧିଷ୍ଠାତ୍ରୀ ଦେବୀ । ରାଜା ରାଜୁଡା ଅମଳରୁ ଏହି ଦେବୀ ପୀଠରେ ପାଳିତ ହୋଇଆସୁଛି କଇଁଫୁଲ ବା ନିଆଁମଡା ଯାତ୍ରା । କାର୍ତ୍ତିକ ପ୍ରତିପ୍ରଦା ତିଥିରେ ଆରମ୍ଭ ହୋଇ ତିନିଧରି ଚାଲୁଥିବା ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ନିଆଁମଡା । ପୂଜାପାଠ ପରେ ପ୍ରାଚୀନ ଲୋକବାଦ୍ୟ ଧୂନକେଲି ଓ ଢୋଲ ନିଶାନ, ମହୁରି ତାଳେ ତାଳେ ଉଦଣ୍ଡ ନୃତ୍ୟ କରିଥାନ୍ତି ବରୁଆମାନେ । ଠାକୁରାଣୀ ପୀଠରୁ ନାଚି ନାଚି ବରୁଆମାନେ ଆସିଥାନ୍ତି ନିଆଁମଡା ପଡିଆକୁ । ବରୁଆମାନେ ଜ୍ବଳନ୍ତା ଅଙ୍ଗାର ଉପରେ ଚାଲିବାପରେ ଶ୍ରଦ୍ଧାଳୁ ଏହି ଅଙ୍ଗାର ଉପରେ ଚାଲିବାର ପରମ୍ପରା ରହିଛି । ବରୁଆ ଚାଲୁଥିବା ଏହି ଅଙ୍ଗାର ଉପରେ ଚାଲିଲେ ନିଜର ମନସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । ଏହାସହ ରୋଗ ଦୁଃଖରୁ ରକ୍ଷା ପାଇବାର ବିଶ୍ୱାସ ରହିଥିବାରୁ ଏହି ଯାତ୍ରାରେ ଲୋକଙ୍କ ସମାଗମ ହୋଇଥାଏ ।

Spread the love