The surprising geo-heritage of the Jurassic era of Sundergarh's Kanika joined the 90 geo-heritages of the country.

ସୁନ୍ଦରଗଡ଼ରେ ମିଳିଛି ନିମ୍ନ ଓ ମଧ୍ୟ ଜୁରାସିକ୍‌ ଯୁଗର ଭୂ-ଐତିହ୍ୟ । ଏହାର ବୟସ ହେବ ପ୍ରାୟ ୧୮୪ରୁ ୧୬୦ ନିୟୁତ ବର୍ଷ । ଭାରତୀୟ ଭୂତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଜିଲ୍ଲାର ହେମଗିର ବ୍ଲକ୍‌ କନିକା ବ୍ରାହ୍ମଣୀଗାଁ ନିକଟସ୍ଥ ଲୋକମୁଖରେ ପରିଚିତ ଛେଙ୍ଗାପାହାଡ଼କୁ ଭୂ-ଐତିହ୍ୟ ମାନ୍ୟତା ଦେଇ ଏହି ତଥ୍ୟ ପ୍ରକାଶ କରିଛି। ସଂସ୍ଥାର ସର୍ବେକ୍ଷଣ ପରେ ଏହି ପୁରାତନ ଐତିହ୍ୟଟି ଦେଶର ୯୦ଟି ବିରଳ ଭୂ-ଐତିହ୍ୟରେ ସାମିଲ୍‌ ହୋଇଛି। ଏହି ବିସ୍ମୟକର ଭୂ-ଐତିହ୍ୟ ସୁନ୍ଦରଗଡ଼ ପାଇଁ ଗୌରବ ଆଣିଦେଇଛି।

ହେମଗିର ବ୍ଲକ୍‌ ଗର୍ଜନଯୋର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ବିଶାଳକାୟ ପାହାଡ଼ ଶିଖରରେ ରହିଛି ଚାନ୍ଦୁଆ ବା ତୋରଣ ସଦୃଶ ପଥରର ଆକର୍ଷଣୀୟ ଆକୃତି। ଯାହାର ଉଚ୍ଚତା ୧୨ ମିଟର ଓ ବ୍ୟାସାର୍ଦ୍ଧ ୩୦ ମିଟର। ହେମଗିର-କନିକା ମୁଖ୍ୟରାସ୍ତାରୁ ପ୍ରାୟ ୫ କିଲୋମିଟର ପାଦଚଲା ଜଙ୍ଗଲରାସ୍ତାରେ ଗଲେ ପଡ଼େ ଏହି ପାହାଡ଼। ତୋରଣ ସଦୃଶ ଏହି ପଥରବକ୍ଷରେ ରହିଛି ଭୂତତ୍ତ୍ବର ଅନେକ ନୂଆ ନୂଆ ତଥ୍ୟ। ପାହାଡ଼କଣାରୁ ଜଙ୍ଗଲର ଉଭୟପଟ ଅତି ସହଜରେ ଦୃଶ୍ୟମାନ ହୋଇଥାଏ। ଏଠାକୁ ପହଞ୍ଚିବା ମାତ୍ରେ ସବୁଜ ଜଙ୍ଗଲର ଶୀତଳପବନ ସାଙ୍ଗକୁ ଅତି ଉଚ୍ଚରୁ ସବୁଜ ବନାନୀର ମନଲୋଭା ଦୃଶ୍ୟ ଅବଲୋକନ କରିହେବ।

ଭାରତୀୟ ଭୂତତ୍ତ୍ବ ସର୍ବେକ୍ଷଣ ସଂସ୍ଥାର ସର୍ବେକ୍ଷଣ ସମୟରେ ଜଣାପଡ଼ିଥିଲା ସେହି ଯୁଗରେ ଏହି ପୂରା ଅଞ୍ଚଳ ଜଳମଗ୍ନ ଥିଲା। ଏହି ଛେଙ୍ଗାପାହାଡ଼ ମଧ୍ୟଦେଇ ପ୍ରଖରସ୍ରୋତ ପ୍ରବାହିତ ହେବା ଯୋଗୁ ଏହାର ଆକୃତି ଏଭଳି ହୋଇଥିବା ଏବଂ ପରବର୍ତ୍ତୀ ସମୟରେ ଏହାର ବିବର୍ତ୍ତନ ହୋଇ ଏହାର ରୂପରେଖ ଏପରି ହୋଇଥିବା ଅନୁମାନ କରିଛି ସର୍ବେକ୍ଷଣ ସଂସ୍ଥା। ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ଖଣିଜସମ୍ପଦ ଥିବା ଅଞ୍ଚଳରେ ଭୂତତ୍ତ୍ବ- ଐତିହ୍ୟ ଏବଂ ଭୂତତ୍ତ୍ବ ଧ୍ବଂସାବଶେଷର ସର୍ବେକ୍ଷଣ ସହ ଏଗୁଡ଼ିକର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ତଥା ଏହାର ଅଧ୍ୟୟନ, ଗବେଷଣା, ପ୍ରାକୃତିକ କୀର୍ତ୍ତି ଓ ସାଂସ୍କୃତିକ ଗୌରବ ଭାବେ ଲୋକଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ୨୦୧୭ରୁ ଇବ୍‌ ଭ୍ୟାଲିରେ ସଂସ୍ଥା ଏହାର ସର୍ବେକ୍ଷଣ ଆରମ୍ଭ କରି ବ୍ରାହ୍ମଣୀଗାଁ ପାଖରେ ଥିବା ଛେଙ୍ଗାପାହାଡ଼ରେ ଜୁରାସିକ୍‌ ଯୁଗର ଭୂତତ୍ତ୍ବ-ଐତିହ୍ୟର ସନ୍ଧାନ ପାଇଥିଲା। ଏବେ ଏହାର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଗୁରୁତ୍ବପୂର୍ଣ୍ଣ ଥିବାବେଳେ ଏଥପାଇଁ ସର୍ବେକ୍ଷଣ ସଂସ୍ଥା ଓ ବନବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା।

Spread the love