World poetry festival organized by sahitya akademi

ବିଶ୍ବ କବିତା ଦିବସ ଉପଲକ୍ଷେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ନୂଆଦିଲ୍ଲୀସ୍ଥିତ ରବୀନ୍ଦ୍ର ଭବନ ସଭାଗୃହରେ ସର୍ବଭାରତୀୟ କବିତା ମହୋତ୍ସବ ଆୟୋଜିତ ହୋଇଯାଇଛି। ଦିବସବ୍ୟାପୀ ଚାଲିଥିବା ଏହି କାର୍ଯ୍ୟକ୍ରମକୁ ପ୍ରଖ୍ୟାତ ହିନ୍ଦୀ ସାହିତ୍ୟିକ ଡ. ପ୍ରୟାଗ ଶୁକ୍ଳା ଉଦ୍‌ଘାଟନ କରିଥିଲେ। ଏକାଡେମୀର ସଭାପତି ଡ. ମାଧବ କୌଶିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୨୪ଟି ଭାରତୀୟ ଭାଷାର ଜଣେ ଜଣେ ପ୍ରତିନିଧି ଯୋଗ‌ଦେଇ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଏକାଡେମୀର ସଚିବ ଡ. ଭି. ଶ୍ରୀନିବାସ ରାଓ ସ୍ବାଗତ ଭାଷଣ ଦେଇଥିବା ବେଳେ ଉପସଭାପତି କୁମୁଦ ଶର୍ମା ଧନ୍ୟବାଦ ଦେଇଥିଲେ। ଓଡ଼ିଶାରୁ ବିଶିଷ୍ଟ କବି ତଥା ‘ସମ୍ବାଦ ସାହିତ୍ୟଘର’ର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ଓଡ଼ିଆ ଭାଷା ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ। ସେ ନିଜ ରଚିତ କିଛି ଓଡ଼ିଆ, ଇଂରାଜୀ ଓ ହିନ୍ଦୀ କବିତା ପାଠ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Spread the love