The general council of the sahitya akademi is reconstituted

ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ବୈଠକରେ ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ପୁନର୍ଗଠିତ ହୋଇଛି। ଏଥିରେ ସମଗ୍ର ଦେଶର ବିଭିନ୍ନ ରାଜ୍ୟରୁ ମୋଟ ୯୮ ଜଣ ସଦସ୍ୟ ରହିଥିବା ବେଳେ ଓଡ଼ିଶାରୁ ମନୋନୀତ ହୋଇଛନ୍ତି ତିନି ବିଶିଷ୍ଟ ଲେଖକ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର, ପ୍ରଫେସର ବିଜୟ କୁମାର ଶତପଥୀ ଏବଂ ଡକ୍ଟର ଗୌରହରି ଦାସ। ନୂଆ ସାଧାରଣ ପରିଷଦ ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଏହା ପୂର୍ବରୁ ଡକ୍ଟର ଦାସ ୨୦୧୩ରୁ ୨୦୧୭ ପର୍ଯ୍ୟନ୍ତ ସାଧାରଣ ପରିଷଦ ସଦସ୍ୟ ଏବଂ ପ୍ରଫେସର ଶତପଥୀ ୨୦୧୮ରୁ ୨୦୨୨ ଯା‌ଏଁ ଅକାଦେମିର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଥିଲେ। ଗତ ସାଧାରଣ ପରିଷଦରେ ଓଡ଼ିଆ ଭାଷାର ପ୍ରତିନିଧିତ୍ବ କରୁଥିଲେ ପ୍ରଫେସର ବିଜୟାନନ୍ଦ ସିଂହ ଏବଂ ବିଶିଷ୍ଟ କବି ଅମରେଶ ପଟ୍ଟନାୟକ। ସେହିପରି ସଂସ୍କୃତରେ ପ୍ରଫେସର ହରେକୃଷ୍ଣ ଶତପଥୀ ଏବଂ ସାନ୍ତାଳୀ ଭାଷାରେ ଚୈତନ୍ୟ ମାଝୀ ଏଥର ସାଧାରଣ ପରିଷଦ ସଦସ୍ୟ ହୋଇଛନ୍ତି। ପୁନର୍ଗଠିତ ସାଧାରଣ ପରିଷଦର ପ୍ରଥମ ବୈଠକ ଆସନ୍ତା ମାର୍ଚ୍ଚ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ବୋଲି ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓ ଜଣାଇଛନ୍ତି।

Spread the love