ସାମ୍ବାଦିକାରୁ ସମାଜସେବୀ

ବୃତ୍ତିରେ ସାମ୍ବାଦିକା ହୋଇଥିଲେ ମଧ୍ୟ ଲୋକଙ୍କ ସେବା ଓ ଶିକ୍ଷା ଦେବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ । ପରିବାର ଲୋକଙ୍କଠାରୁ ଆରମ୍ଭ କରି ଆଖପାଖର ଲୋକଙ୍କ ପାଇଁ ସେ ସାଜିଛନ୍ତି ସାଥୀ । ଝିଅମାନଙ୍କୁ ମାସିକ ଋତୁସ୍ରାବ ଏବଂ ସୁରକ୍ଷା ବିଷୟରେ ସଚେତନ କରି ନାରୀ ଜାତି ପାଇଁ ପାଲଟିଛନ୍ତି ପ୍ରେରଣା। ସେ ହେଉଛନ୍ତି ଓଡ଼ିଶାରେ ‘ପ୍ୟାଡ୍ ୱେମେନ୍’ ତଥା ‘ଟୁଇଟର ଗର୍ଲ’ ଭାବେ ପରିଚିତ ଢେଙ୍କାନାଳ ଜିଲ୍ଲା ଗଦିଁଆ ବ୍ଲକ ଦଧିସିଙ୍ଗା ଗାଁର ଝିଅ ଅଙ୍କିତା ସାହୁ।

ଜଣେ ନାରୀ ଯଦି ଦୃଢ଼ତାର ସହ କିଛି କରିବାକୁ ଚାହିଁବ, ତାକୁ ନା ସମାଜ ନା କୌଣସି ପ୍ରତିବନ୍ଧକ ଅଟକାଇ ପାରିବ ନାହିଁ । ଆଉ ନାରୀ ଚାହିଁଲେ ହିଁ ବଦଳିବେ ଲୋକେ ଓ ବଦଳିବ ପରିବେଶ । ତେଣୁ ସମାଜ ଓ ନାରୀଙ୍କ ପାଇଁ କିଛି ନିଆରା କରିବାର ପ୍ରୟାସରେ ଲାଗିପଡ଼ିଛନ୍ତି ସାମ୍ବାଦିକା ଅଙ୍କିତା ସାହୁ। ବିଶେଷ କରି ନାରୀଙ୍କ ମୌଳିକ ସମସ୍ୟାକୁ ଗୁରୁତ୍ବ ଦେଇ ସଚେତନ କରାଉଛନ୍ତି ।  

ମଧ୍ୟବିତ୍ତ ପରିବାରରେ ଜନ୍ମିତା ଅଙ୍କିତା ଢେଙ୍କାନାଳ ସ୍ବୟଂ ସହାୟକ ମହାବିଦ୍ୟାଳୟରୁ ସ୍ନାତକରେ ଉତ୍ତୀର୍ଣ୍ଣ ହେଲା ପରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନରୁ ସାମ୍ବାଦିକତା ଶିକ୍ଷା କଲେ । ଏହାପରେ କାର୍ଯ୍ୟରତ ସାମ୍ବାଦିକା ଭାବେ ଯେତେବେଳେ ଖବର ସଂଗ୍ରହ ପାଇଁ ଲୋକଙ୍କ ପାଖରେ ପହଞ୍ଚିଲେ, ସେତେବେଳେ ବୁଝିଲେ ଲୋକଙ୍କ ଅସଲ ସମସ୍ୟା । ଦେଖିଲେ ସେମାନଙ୍କ ସମସ୍ୟା କେବଳ କାଗଜ କଲମରେ ହିଁ ସୀମିତ ରହିଯାଉଛି । ତେଣୁ କେବଳ ସମ୍ବାଦପତ୍ରରେ ନଲେଖି, ସମସ୍ୟାର ସମାଧାନ ଦିଗରେ ବିଭିନ୍ନ କାର୍ଯ୍ୟ କରିବା ଆରମ୍ଭ କଲେ । ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଗୋଚର କରିବା ପାଇଁ ଆରମ୍ଭ କଲେ ଟୁଇଟ୍ । ସେ ଖବର କାଗଜରେ ପ୍ରକାଶିତ ପେପର୍ କଟିଂକୁ ସେ ଟୁଇଟ୍ ମାଧ୍ୟମରେ ସେୟାର କରି ଲୋକଙ୍କ ସମସ୍ୟା ସମାଧାନ ପାଇଁ ପ୍ରଶାସନର ଧ୍ୟାନ ଆକର୍ଷିତ କଲେ । ନିଜ ସାଙ୍ଗସାଥୀଙ୍କୁ ନେଇ ଗଠନ କଲେ “ଢେଙ୍କାନାଳ ଟୁଇଟର କ୍ଲବ” । ଏହାପରେ ଧୀରେ ଧୀରେ ସମାଜସେବାରେ ନିଜକୁ ନିୟୋଜିତ କରି ଲୋକଙ୍କ ସେବାକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରିଚାଲିଲେ।  

ଟୁଇଟର ଗର୍ଲ ଭାବେ ଜଣାଶୁଣା ହେବା ପରେ ଅଙ୍କିତା ସାହୁ ଧୀରେ ଧୀରେ ତାଙ୍କର ସେବା ମନୋବୃତ୍ତିର ପରିଧିକୁ ବଢ଼ାଇଲେ । ଜଣେ ନାରୀଟିଏ ହୋଇଥିବାରୁ ନାରୀଙ୍କ ମୌଳିକ ସମସ୍ୟା ସମାଧାନ ପାଇଁ ଅଧିକ ଗୁରୁତ୍ବ ଦେଲେ । ତେବେ ମାସିକ ଋତୁସ୍ରାବ ପରି ପ୍ରସଙ୍ଗ ଆଜି ବି ସମାଜରେ ଅନାଲୋଚିତ ହୋଇଥିବା ବେଳେ ଅଙ୍କିତା ଏହା ଉପରେ ସମସ୍ତଙ୍କୁ ଜାଗୃତ କରିବାରେ ଲାଗିଛନ୍ତି । ଖାସ୍ କରି ଏସମୟରେ ସ୍ବଚ୍ଛତା ନିହାତି ଜରୁରୀ ବୋଲି ସମସ୍ତଙ୍କୁ କରାଉଛନ୍ତି ସଚେତନ । ତେଣୁ ପ୍ରତି ମାସରେ ଗାଁ ଗହଳି ଓ ଅଧ୍ୟୁଷିତ ଅଞ୍ଚଳକୁ ଯାଇ ଘରେ ଘରେ କିଶୋରୀ, ଯୁବତୀ ଏବଂ ମହିଳାଙ୍କୁ ବାଣ୍ଟୁଛନ୍ତି ସାନିଟାରୀ ନାପକିନ୍ ଓ ଏହାର ବ୍ୟବହାର ଉପରେ ଗୁରୁତ୍ବ ଦେବା ପାଇଁ ଶିକ୍ଷା ଦେଉଛନ୍ତି । ବହୁ ବର୍ଷ ଧରି ଗାଁ ଗାଁରେ ସାନିଟାରୀ ନାପକିନ୍ ବାଣ୍ଟୁଥିବାରୁ ଅଙ୍କିତା ସାରା ରାଜ୍ୟରେ ପ୍ୟାଡ୍ ୱେମେନ୍ ଭାବେ ପରିଚିତ । କେବଳ ସେତିକି ନୁହେଁ ଅଙ୍କିତା କରୋନା ମହାମାରୀ ସମୟରେ ଅର୍ଥ ଅଭାବରୁ ପଢ଼ିପାରୁନଥିବା ଗରିବ ପିଲାଙ୍କୁ ଯୋଗାଇଛନ୍ତି ସ୍ମାର୍ଟ ଫୋନ୍ । ଏଥିସହ ବନ୍ୟାପ୍ରପୀଡ଼ିତ ଅଞ୍ଚଳକୁ ଯାଇ ବିପନ୍ନଙ୍କ ଦୁଃଖ ଦେଇ ସହାୟତାର ହାତ ବଢ଼ାଇଛନ୍ତି । ବହୁ ବନ୍ୟାଞ୍ଚଳକୁ ଯାଇ ସେଠାରେ ସାନିଟାରୀ ପ୍ୟାଡ୍ ଓ ଖାଦ୍ୟ ସହ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ବାଣ୍ଟିବା ପରି ମହତ କାର୍ଯ୍ୟ କରିଛନ୍ତି । ଏପରିକି ଆଦିବାସୀ ଅଞ୍ଚଳକୁ ଯାଇ ବାଲ୍ୟ ବିବାହ କାର୍ଯ୍ୟକୁ ବନ୍ଦ କରିବା ପାଇଁ ସେଠାକାର ଲୋକଙ୍କୁ ବୁଝାଉଛନ୍ତି ଏବଂ ସେହି ଝିଅମାନଙ୍କ ଶିକ୍ଷା ପାଇଁ ମଧ୍ୟ ବ୍ୟବସ୍ଥା କରୁଛନ୍ତି ।  

ମହିଳାଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟ ଉପରେ କାର୍ଯ୍ୟ କରୁଥିବା ସାମ୍ବାଦିକା ଅଙ୍କିତା ସାହୁ ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ନିକଟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ପ୍ରୟାସ ସମ୍ମାନ 2022 ସହ ଧରିତ୍ରୀ ସମ୍ମାନ ଓ ମୁଁ ବି ସ୍ବୟଂ ସମ୍ପୂର୍ଣ୍ମା ପରି ଅନେକ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି । ସମାଜସେବାକୁ ଅଙ୍କିତା ଯେତିକି ଭଲ ପାଆନ୍ତି, ସେତିକି ମଧ୍ୟ ପିଲାଟିବେଳୁ ପେଣ୍ଟିଂ, କ୍ରାଫ୍ଟ ପ୍ରତି ବିଶେଷ ରୁଚି ରହିଛି । ସମୟ ପାଇଲେ ସେ ରଙ୍ଗତୂଳୀ, ପେନସିଲ୍ ଧରି କାଠ ଚାମଚ ହେଉ କି ବର୍ଜ୍ୟବସ୍ତୁରେ କଳାକୃତି କରିବାକୁ ଭଲ ପାଆନ୍ତି । ଏହାସହ ଏହି ଚିତ୍ର ମାଧ୍ୟମରେ ସମାଜକୁ ଦିଅନ୍ତି ବାର୍ତ୍ତା ଓ କରାଇଥାନ୍ତି ସଚେତନ।

ସମାଜରେ ଅବହେଳିତ ଲୋକଙ୍କ ସେବା ଏବଂ ନାରୀଙ୍କ ସମସ୍ୟାକୁ ଭଲ ଭାବରେ ବୁଝି ସମାଧାନ କରିବା ପାଇଁ ସେ ସର୍ବଦା ତତ୍ପର ରହିଥାନ୍ତି ବୋଲି ଅଙ୍କିତା କହିଛନ୍ତି । ଆଗକୁ ମଧ୍ୟ ନାରୀ ସଶକ୍ତିକରଣକୁ ନେଇ ଅନେକ କାର୍ଯ୍ୟ କରିବାର ସେ ଲକ୍ଷ୍ୟ ରଖିଛନ୍ତି । ନିଜ ସଉକ ପୁରା କରିବା ପରିବର୍ତ୍ତେ ସମାଜ ପ୍ରତି କିଛି କରିବାର ପ୍ରୟାସ ଆଜି ତାଙ୍କୁ ସମସ୍ତଙ୍କଠୁ କରିଛି ଭିନ୍ନ । ଅଙ୍କିତାଙ୍କ ଆତ୍ମବିଶ୍ବାସ ହିଁ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ଆମର ବିଶ୍ବାସ । ଓଡ଼ିଶାର ରୀତିନୀତି, ପରମ୍ପରା, କଳାସଂସ୍କୃତି ଓ ପ୍ରତିଭାସମ୍ପନ୍ନ ବ୍ୟକ୍ତିତ୍ବଙ୍କ ସମ୍ପର୍କରେ ଅଧିକ ତଥ୍ୟ ଜାଣିବାକୁ ଚାହୁଁଥିଲେ, ଆମ ‘ନିୟୁ ଦିଲ୍ଲୀ ଓଡ଼ିଆ ସମାଜ’ ୱେବସାଇଟକୁ ଭିଜିଟ୍ କରନ୍ତୁ ଏବଂ ନୂଆ ନୂଆ ବ୍ଲଗ୍ ପଢ଼ନ୍ତୁ ।

Spread the love