Story-Telling Festival ‘BhuFeSto 2023’ is ove

ରାଜଧାନୀର ୪ଟି ପାର୍କରେ ଚାରି ଦିନ ଧରି ଚାଲୁଥିବା ସର୍ବବୃହତ୍ ଅନ୍ତର୍ଜାତୀୟ ଓରାଲ୍ ଷ୍ଟୋରି ଟେଲିଙ୍ଗ ଫେଷ୍ଟିଭାଲ ‘ଭୁବନେଶ୍ୱର ଫେଷ୍ଟିଭାଲ ଅଫ୍ ଷ୍ଟୋରି ଟେଲିଂ’ (ଭୂ-ଫେଷ୍ଟୋ) ‌ଶେଷ ହୋଇଛି। ଶେଷ ସଂଧ୍ୟାରେ ଆଇଜି ପାର୍କ ମଂଚରେ ଖ୍ୟାତନାମା ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ନନ୍ଦିତା ଦାସ କାହାଣୀ କହିବା ସହ ନିଜର ଅନୁଭୂତି ବାଣ୍ଟିଛନ୍ତି। ପ୍ରଥମେ ସେ ‘ଗିଭିଙ୍ଗ ଟ୍ରି’ ଶୀର୍ଷକ ଏକ ଗପ ଶୁଣାଇଥିଲେ। ଏହାପରେ ‘ବକୁଳ ଫାଉଣ୍ଡେସନ’ର ପ୍ରତିଷ୍ଠାତା ତଥା ଫେଷ୍ଟିଭାଲ୍‌ର ନିର୍ଦ୍ଦେଶକ ସୁଜିତ୍‌ ମହାପାତ୍ର ଓ ନନ୍ଦିତା ଦାସଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ସେ କହିଲେ, ଆମ ଆଖି ଆଗରେ ଥିବା ପ୍ରତ୍ୟେକ ଗୋଟିଏ ଗୋଟିଏ କାହାଣୀର ପୃଷ୍ଠଭୂମି। ସବୁ ସମୟରେ ଗପର ଏକ ସ୍ବାତନ୍ତ୍ର୍ୟ ରହିଛି। ଗପ ପଢ଼ିବା ଦ୍ବାରା ମଣିଷର କଳ୍ପନା ଶକ୍ତି ବଢ଼ିଥାଏ। ମନରେ ନୂଆନୂଆ ଭାବନା ସୃଷ୍ଟି ହୋଇଥାଏ। ଆଗ କାଳରେ ଅଜା, ଆଈ ଗପ ଶୁଣାଉଥିଲେ। ପିଢ଼ି ପରେ ପିଢ଼ି ସେହି ଗପ କାହା ନା କାହା ମାଧ୍ୟମରେ ଶୁଣିବାକୁ ମିଳେ। କିନ୍ତୁ ତା’ର ମୂଳ କଥା ବଦଳି ଯାଇଥାଏ। ଏବେ ବାପା-ମା’ମାନେ ପିଲାମାନଙ୍କୁ ବାଡ଼ି ଧରି ଶାସନ କରିବା ପରିବର୍ତ୍ତେ ସେମାନଙ୍କୁ ଅଲଗା ଅଲଗା ଢ଼ଙ୍ଗରେ ପାଠ ସହ ସାଠ ଶିଖାଇବାକୁ ଚେଷ୍ଟା କରନ୍ତୁ। ତାଙ୍କର କଳ୍ପନା ଶକ୍ତିକୁ ବଢ଼ାଇବାକୁ ଚେଷ୍ଟା କରନ୍ତୁ। ଗପ କୁହନ୍ତୁ, ଶୁଣାନ୍ତୁ ଓ ଲେଖିବାକୁ ପ୍ରୋତ୍ସାହିତ କରନ୍ତୁ। ନୂଆ ପ୍ରତିଭାକୁ ସୁଯୋଗ ଦେବା ସହ ସହଯୋଗର ହାତ ବଢ଼ାଇବାକୁ ସେ ଆହ୍ବାନ ଦେଇଥିଲେ।

ସୂଚନାଯୋଗ୍ୟ, ଭୂଫେଷ୍ଟୋ ୧୪ରୁ ଆରମ୍ଭ ହୋଇ ପ୍ରତିଦିନ ଅପରାହ୍ଣ ସାଢ଼େ ୨ଟାରୁ ସନ୍ଧ୍ୟା ସାଢ଼େ ୭ଟା ପର୍ଯ୍ୟନ୍ତ କଳାଭୂମି, ଆଇଜି ପାର୍କ, ବୁଦ୍ଧ ଜୟନ୍ତୀ ପାର୍କ ଓ ଏପିଜେ ଅବ୍‌ଦୁଲ କଲାମ ପାର୍କରେ ଆୟୋଜିତ ହୋଇଥିଲା।

Spread the love