17th National Handicraft fair toshali end yesterday

ଓଡ଼ିଆଙ୍କ ଜୀବନ-ଦର୍ଶନ, ଚିନ୍ତା-ଚେତନା, ଭାବ-ଭାବନା; ସବୁଠି ଅନନ୍ୟ କଳାତ୍ମକ ପରିପ୍ରକାଶ ରହିଛି। ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତ ବିଶେଷ ପରିଚୟ ଓ ପ୍ରତିଷ୍ଠା ସହ ଦେଶବିଦେଶରେ ଆଦର ରହିଛି। ଏହା ମାଧ୍ୟମରେ ଓଡ଼ିଶାର ସୂକ୍ଷ୍ମ କଳାରୂପ ପ୍ରସାରିତ ହୋଇଛି। ଯେଉଁ ହାତର ସ୍ପର୍ଶରେ ପଦାର୍ଥ, କଳାର ପୃଥିବୀ ପାଲଟି ଯାଉଛି, ସେ ହାତକୁ ସଶକ୍ତ କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ୍‌। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ସପ୍ତଦଶ ‘ତୋଷାଳି’ ଜାତୀୟ ହସ୍ତଶିଳ୍ପ ମେଳାର ଉଦ୍‌ଯାପନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ୍‌ ଏହା କହିଛନ୍ତି। ସେ ଆହୁରି କହିଥିଲେ, ଭାରତର ହସ୍ତଶିଳ୍ପର ବିଶାଳ ଗାରିମା ରହିଛି। ଏହାର ଠିକ୍‌ ଉପଯୋଗ କରିବା ହେଉଛି ଆଜିର ଆହ୍ୱାନ ଓ ଆବଶ୍ୟକତା। ମେସିନ୍‌ କ୍ରାଫ୍ଟ ସହ ଲଢ଼ିବାକୁ ଆମ ହସ୍ତଶିଳ୍ପ ସମର୍ଥ। ଏଥିପାଇଁ କେବଳ ଅନୁକୂଳ ପରିବେଶ ଦରକାର। ଶିଳ୍ପୀମାନେ ସଶକ୍ତ ହେବା ସହ ଆମ ଅର୍ଥନୀତି ମଧ୍ୟ ସୁଦୃଢ଼ ହେବ। କାରଣ ଏ କ୍ଷେତ୍ରରେ ବ୍ୟାପକ ନିଯୁକ୍ତିର ସୁଯୋଗ ରହିଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ କାର୍ଯ୍ୟକ୍ରମ ଓ ଯୋଜନା କରୁଛନ୍ତି। ଏହାର ଉପଯୋଗ କରିବାକୁ ପ୍ରଫେସର୍‌ ଲାଲ୍‌ କାରିଗରମାନଙ୍କୁ ଅନୁରୋଧ କରିଛନ୍ତି। ମେଳାରେ ୧୮କୋଟି ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ପ୍ରାୟ ୨୦ଲକ୍ଷ ଦର୍ଶକ ମେଳା ପରିଦର୍ଶନ କରିଥିଲେ। ଫେବ୍ରୁଆରି ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳାରେ ପ୍ରାୟ ୫୬୦ଟି ଷ୍ଟଲରେ ବିଭିନ୍ନ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶନ ତଥା ବିକ୍ରୟ ହୋଇଥିଲା। ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Spread the love