Sri Dharmendra Pradhan Extends Warm Wishes for Sambalpur's Renowned Sitalsasthi Yatra

କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡିଓ ଜାରି କରି ସମ୍ବଲପୁରୀ ଭାଷାରେ “ଶୀତଳଷଷ୍ଠୀ”ର ଶୁଭେଚ୍ଛା ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଶୀତଳଷଷ୍ଠୀ ହେଉଛି ଓଡ଼ିଶାର ଅନନ୍ୟ ସାଂସ୍କୃତିକ ଐତିହ୍ୟର ଭବ୍ୟ ସ୍ୱରୂପ । ଦେବଦମ୍ପତି ପ୍ରଭୁ ଶିବ ଆଉ ମାଆ ପାର୍ବତୀଙ୍କର ବିବାହ ଲୋକ-ପରମ୍ପରା ଅନୁସାରେ କରିବା ପରେ ଭଗବାନଙ୍କ ଆଶୀର୍ବାଦ ନେବାର ମହାନ ପର୍ବ ହେଉଛି ଶୀତଳଷଷ୍ଠୀ । ଏହା ଲୋକସଂସ୍କୃତି ଓ ଭାଇଚାରାକୁ ବ୍ୟାପକ କରିବାର ପର୍ବ । ସେ କହିଛନ୍ତି, ଶୀତଳଷଷ୍ଠୀ ହେଉଛି ବର୍ଷା ପାଇଁ ଭଗବାନଙ୍କ ପାଖରେ ଆଶୀର୍ବାଦ ଭିକ୍ଷା କରିବାର ପବିତ୍ର ଅବସର । ଶୀତଳଷଷ୍ଠୀ ବେଳେ ସମସ୍ତେ ମିଳିମିଶି ଆମ ସମାଜରେ ଭାଇଚାରା ବଢାଇବା ଏବଂ ଭଲ ବର୍ଷା ପାଇଁ ଦେବଦମ୍ପତିଙ୍କ ନିକଟରେ ଗୁହାରି କରିବା । ଭଗବାନ ଶିବ ଏବଂ ମା’ ପାର୍ବତୀଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ପ୍ରଗତି ଆଣିଦେବା ନେଇ କେନ୍ଦ୍ରମନ୍ତ୍ରୀ କାମନା କରିଛନ୍ତି ।

Spread the love