Deva Nimantran of Nandpada Sitala Shashthi jatra ends in Sambalpur

ସମ୍ବଲପୁର ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରାର ଦେବ ନିମନ୍ତ୍ରଣ ବା ନୃସି˚ହ ନିଉତା କାର୍ଯ୍ୟକ୍ରମ ଶେଷ ହୋଇଛି । ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କର ବିବାହ ପାଇଁ ବିଷ୍ଣୁଙ୍କର ଅବତାର ଶ୍ରୀ ଶ୍ରୀ ନୃସିଂହ ମହାପ୍ରଭୁ ନିମନ୍ତ୍ରଣ କରିଛନ୍ତି । ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ନୃସିଂହ ମହାପ୍ରଭୁ ଏକ ସୁସଜ୍ଜିତ ରଥରେ ରଥାରୁଢ ହୋଇ ଅଞ୍ଚଳରେ ଥିବା ବିଭିନ୍ନ ମନ୍ଦିର ଗୁଡିକୁ ଯାଇ ସମସ୍ତ ଦେବତା ଓ ଦେବୀମାନଙ୍କୁ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ନିମନ୍ତେ ନିମନ୍ତ୍ରଣ ପ୍ରଦାନ କରିଛନ୍ତି। ଦେବାଦେବୀ ମାନଙ୍କୁ ଗୁଆ, ପଇତା, ହଳଦିଆ କପଡ଼ା, ନଡିଆ ଓ ମିଠେଇ ଦେଇ ମହାଦେବ ଓ ପାର୍ବତୀଙ୍କର ଲୌକିକ ବିବାହ ପାଇଁ ନିଉତା ଦେଇଛନ୍ତି । ନନ୍ଦପଡ଼ା ଛକରୁ ଏକ ଶୋଭାଯାତ୍ରାରେ ବାହାରି ନୃସି˚ହ ଭଗବାନ ନନ୍ଦପଡ଼ା, ହାଟପଡ଼ା, ମାରଵାଡ଼ିପଡ଼ା, ଦଲେଇପଡ଼ା, ମୁନ୍‌ସିପାଲ୍‌ଟି ଛକ, ଶକ୍ତିସଂଘ ଛକ, ବୈଦ୍ୟନାଥ ଛକ, କ˚ସାରିପଡ଼ା, ମହାନ୍ତିପଡ଼ା, ଦଧିବାମନ ଗଳି ଦେଇ ପ୍ରତ୍ୟାବର୍ତ୍ତନ କରିଥିଲେ। ନୃସି˚ହ ନିଉତା ଶୋଭାଯାତ୍ରାରେ ଘଣ୍ଟ, ଶଂଖ, ଦୁଲଦୁଲି ବାଜା, ଧମାଲ ବାଜା, ଶବର ନୃତ୍ୟ ଦଳ ସାମିଲ ହୋଇଥିଲେ। ରଥାରୁଢ଼ ନୃସି˚ହଙ୍କ ପଛରେ ଶୋଭା ପାଉଥିବା କାରୁକାର୍ଯ୍ୟପୂର୍ଣ୍ଣ ବିଶାଳ ପରଭା ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା। ସନତ ନନ୍ଦ, ଅରୁଣକାନ୍ତି ମିଶ୍ର, ଅବିନାଶ ମିଶ୍ର ପ୍ରମୁଖ ପ୍ରଭୁ ନୃସିଂହଙ୍କ ବେଶ କରିଥିଲେ। ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ପଡ଼ାବାସୀ ମଧ୍ୟ ସାମିଲ ହୋଇଥିଲେ।

Spread the love