sabitri brata

ଓଡ଼ିଶାର ସଂସ୍କୃତି ଓ ପରମ୍ପରା ବ୍ୟାପକ, ବଳିଷ୍ଠ ଓ ରୁଦ୍ଧିମନ୍ତ। ଓଡ଼ିଆଙ୍କ ଜନ୍ମ-ଜୀବନ ସହିତ ଯାନି-ଯାତ୍ରା, ବ୍ରତ, ପର୍ବପର୍ବାଣୀ ଓତଃପ୍ରୋତ ଭାବେ ଜଡ଼ିତ । ବାରମାସର ତେର ପର୍ବକୁ ପରିବାରର ପ୍ରତିଟି ସଦସ୍ୟ ମିଳିମିଶି ପାଳନ କରିଥାନ୍ତି। ଏହାଦ୍ବାରା ପରସ୍ପର ମଧ୍ୟରେ ବଢ଼ିଥାଏ ଆତ୍ମୀୟତା, ବିଶ୍ବାସ ଏବଂ ଭଲ ପାଇବା ।  ହେଲେ ଏହି ପର୍ବପର୍ବାଣୀରେ ବେଶ୍ ଗୁରୁତ୍ବପୂର୍ଣ୍ଣ ଥାଏ ନାରୀଙ୍କ ଭୂମିକା । ଘରର ଶାନ୍ତି ସହ ସମସ୍ତଙ୍କ ସ୍ବାସ୍ଥ୍ୟ ଓ ଉନ୍ନତି କାମନା ପାଇଁ ପ୍ରତିଟି ଓଷାବ୍ରତକୁ ଅତି ନିଷ୍ଠାର ସହ ପାଳନ କରିଥାନ୍ତି । ତେବେ ନାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଅନେକ ପର୍ବ ମଧ୍ୟରେ ଜ୍ୟେଷ୍ଠ ମାସର ଅମାବାସ୍ୟା ତିଥିରେ ପଡ଼ୁଥିବା ସାବିତ୍ରୀ ବ୍ରତର ଅନେକ ମହତ୍ତ୍ବ ରହିଛି । ଆସନ୍ତୁ ଆଜିର ଏହି ବ୍ଲଗରେ ଜାଣିବା ସାବିତ୍ରୀ ଅମାବାସ୍ୟାର ରୀତିନୀତି, ପୌରାଣିକ କଥା ଏବଂ ଗୁରୁତ୍ବ।

ସାବିତ୍ରୀ କଥା

ଆମ ଓଡ଼ିଆ ପର୍ବପର୍ବାଣୀରେ ସାବିତ୍ର ବ୍ରତ ଏକ ମହାନ ପରମ୍ପରା ଭାବେ ଆମ ସାମାଜିକ ଜୀବନର ଏକ ଅଂଶ ପାଲଟିଛି । ମହାଭାରତର ବନପର୍ବରେ ବର୍ଣ୍ଣିତ ହୋଇଛି ସାବିତ୍ରୀଙ୍କ ସତିତ୍ବ ଓ ନିଷ୍ଠାର କାହାଣୀ । ସାବିତ୍ରୀ ଥିଲେ ମଦ୍ର ଦେଶର ରାଜା ଅଶ୍ବପତିଙ୍କ ପୁତ୍ରୀ । ସାବିତ୍ରୀ ବିବାହଯୋଗ୍ୟ ହେଲା ପରେ ରାଜା ଅଶ୍ବପତି ନିଜ କନ୍ୟାକୁ ଯୋଗ୍ୟ ବର ସନ୍ଧାନ ନିମନ୍ତେ ବିଶ୍ବ ଭ୍ରମଣ ପାଇଁ ପରାମର୍ଶ ଦେଇଥିଲେ । ଏହି ପରିଭ୍ରମଣ ଅବସରରେ ସାବିତ୍ରୀ ସତ୍ୟବାନଙ୍କୁ ଭେଟି ବିବାହ କରିଥିଲେ । ତେବେ ସତ୍ୟବାନଙ୍କ ଆୟୁ ଅଳ୍ପ ଜାଣି ସୁଦ୍ଧା ସାବିତ୍ରୀ ନିଜ ପତ୍ନୀ ଧର୍ମ, ସେବା ଓ କର୍ମରେ କେବେ ହେଳା ନକରି ସର୍ବଦା ସ୍ବାମୀ, ଶାଶୂଶଶ୍ବରକୁ ଖୁସିରେ ରଖିବାର ପ୍ରୟାସ କରିଚାଲିଥିଲେ । ତେଣୁ ଯେତେବେଳେ ମୃତ୍ୟୁର ଦେବତା ସ୍ବୟଂ ଯମରାଜ ସତ୍ୟବାନଙ୍କୁ ନେବା ପାଇଁ ଆସିଥିଲେ ସାବିତ୍ରୀ ସ୍ତୁତି କରି ଯମରାଜଙ୍କ ପଛେ ପଛେ ଚାଲିଥିଲେ। ଏଥିରେ ଯମରାଜ ସନ୍ତୁଷ୍ଟ ହୋଇ ସାବିତ୍ରୀଙ୍କୁ ଗୋଟେ ପରେ ଗୋଟେ ବର ପ୍ରଦାନ କଲେ । ସାବିତ୍ରୀ ଶେଷ ବରରେ ନିଜ ବୁଦ୍ଧିମତାର ପରିଚୟ ଦେଇ ଯମରାଜଙ୍କଠାରୁ ସ୍ବାମୀ ସତ୍ୟବାନଙ୍କ ଜୀବନଦାନ ମାଗିଥିଲେ । ସେହିଦିନଠାରୁ ସାବିତ୍ରୀଙ୍କ ପବିତ୍ର ଗାଥା ସମସ୍ତ ସଂସାର ପାଇଁ ପତିବ୍ରତା ନାରୀତ୍ୱର ଏକ ଉଦାହରଣ ପାଲଟିଗଲା । ଏହି ସ୍ମୃତିରେ ଓଡ଼ିଆଣୀ ସଧବା ମହିଳାମାନେ ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ସାବିତ୍ରୀ ବ୍ରତ ପାଳନ କରି ନିଜ ସ୍ବାମୀଙ୍କ ଦୀର୍ଘ ଜୀବନ ମନାସି ଥାଆନ୍ତି । ଏହି ବ୍ରତ ଦମ୍ପତିଙ୍କ ମଧ୍ୟରେ ପ୍ରେମ ଓ ସମର୍ପଣ ଭାବକୁ ଦୃଢ଼ୀଭୂତ କରିଥାଏ । କେବଳ ମହାଭାରତରେ ନୁହେଁ ଋଷିକବି ଶ୍ରୀଅରବିନ୍ଦ ‘ସାବିତ୍ରୀ’ ମହାକାବ୍ୟରେ ସାବିତ୍ରୀ ଅମାବାସ୍ୟାର ଗୁଢ ରହସ୍ୟକୁ ଦର୍ଶାଇଛନ୍ତି।

ପୂଜା ବିଧି

ବିଶେଷ କରି ଓଡ଼ିଆ ଘରର ସଧବା ନାରୀ ତା’ର ଶଙ୍ଖା ଏବଂ ସିନ୍ଦୁରକୁ ବଜ୍ର ରଖିବା ପାଇଁ କରିଥାଏ ଏହି ପବିତ୍ର ସାବିତ୍ରୀ ବ୍ରତର ଉପାସନା । ଏହି ଦିନ ସଧବା ନାରୀମାନେ ପ୍ରତ୍ୟୁଷରୁ ସ୍ନାନ କରି ନୂଆ ବସ୍ତ୍ର ପରିଧାନ କରିବା ସହ ନୂଆ ଶଙ୍ଖା, ଚୁଡ଼ି ଏବଂ ଅଳଙ୍କାର ସହ ପାଦରେ ଅଳତା ଲଗାଇ ନିଜକୁ ସଜେଇଥାନ୍ତି । ଏହାପରେ ଅନେକ ଫଳମୂଳ ସହ ନୂଆ ଶାଢ଼ି, ଶଙ୍ଖା, ସିନ୍ଦୁର, ନାଲି ବ୍ରତ, ସିନ୍ଦୁର, ଦୀପଧୂପ, ବରକୋଳି ପତ୍ର ଓ ଆଇନା ଆଦିକୁ ଥାଳିରେ ସଜାଇ ପୂଜା ପାଇଁ ପ୍ରସ୍ତୁତି କରିଥାନ୍ତି । ଆମ ଓଡ଼ିଶାରେ ସାବିତ୍ରୀ ଓଷାକୁ ବିଭିନ୍ନ ଢଙ୍ଗରେ ପାଳନ କରାଯାଏ । କେତେକ ସ୍ଥାନରେ ସ୍ତ୍ରୀଲୋକମାନେ ଏକତ୍ରିତ ହୋଇ ତୁଳସୀ ଚଉରା ମୂଳେ ପୂଜା କରିଥାନ୍ତି । ଆଉ କେତେକ ସ୍ଥାନରେ ମହିଳାମାନେ ଦେବୀ ମନ୍ଦିରକୁ ଯାଇ ବ୍ରାହ୍ମଣଙ୍କଠାରୁ ପୂଜା କରାଇଥାନ୍ତି। ଶିଳପୁଆରେ ମଧ୍ୟ କେହି କେହି ସାବିତ୍ରୀ ବ୍ରତ ପୂଜା କରିଥାନ୍ତି। ଏକ ଶିଳପୁଆକୁ ପଞ୍ଚାମୃତ ଜଳରେ ସ୍ନାନ କରାଇ, ନୂତନ ବସ୍ତ୍ର ଅଳଙ୍କାରରେ ସଜାଇ ଦେବୀ ସାବିତ୍ରୀ ରୂପେ ସ୍ଥାପନ କରି ପୂଜାର୍ଚ୍ଚନା କରିଥାନ୍ତି ।  ପୂଜା ହୋଇଥିବା ଶାଢ଼ି, ସିନ୍ଦୁର, ଶଙ୍ଖା ଓ ବ୍ରତକୁ ପିନ୍ଧି ସ୍ବାମୀଙ୍କୁ ଫୁଲ, ଚନ୍ଦନ ଓ ଆଳତି କରି ପୂଜା କରନ୍ତି ଏବଂ ଶେଷରେ ସ୍ବାମୀଙ୍କ ଚରଣ ଛୁଇଁ ପ୍ରଣାମ କରି ସାତ ଜୀବନର ସାଥୀ ସହ ସ୍ବାମୀଙ୍କ ଦୀର୍ଘାୟୁ ଜୀବନର କାମନା ଓ ପରିବାରର ମଙ୍ଗଳ ପାଇଁ ପ୍ରାର୍ଥନା କରିଥାନ୍ତି।

   ସାବିତ୍ରୀ ବ୍ରତରେ ଦେବୀ ସାବିତ୍ରୀ, ଲକ୍ଷ୍ମୀନାରାୟଣ, ଯମଦେବତା ଓ ସତ୍ୟବାନଙ୍କୁ ପୂଜା କରିବାର ପରମ୍ପରା ରହିଛି । ଏହି ପର୍ବରେ ବିଶେଷ କରି ବିଭିନ୍ନ ପ୍ରକାର ଫଳମୂଳ ଯେପରି ପାଚିଲା ଆମ୍ବ, ପାଚିଲା ପଣସ, ସପୁରି, ତାଳସଜ, ନଡ଼ିଆ, କଦଳୀ, ଲିଚୁ, ଜାମୁକୋଳି ଭୋଗ କରାଯାଇଥାଏ । ତେବେ ପୂଜା ଶେଷ ହେବାପରେ ଭୋଗକୁ ଖାଇ ନିର୍ଜଳା ଉପବାସ ଭାଙ୍ଗିଥାନ୍ତି । ଦିନସାରା କେବଳ ଫଳାହାର ସହ ପଣା ପିଇ ରହିଥାନ୍ତି । ସମ୍ପୂର୍ଣ୍ଣ ସାତ୍ତ୍ବିକ ଭାବେ ଦିନଟିକୁ କଟାଇଥାନ୍ତି ଏବଂ ରାତ୍ରିରେ ନଖାଇବାର ପରମ୍ପରା ରହିଛି ।  ତେବେ ଏହି ବ୍ରତର ମହତ୍ତ୍ବ ହେଉଛି ଯେଉଁ ନାରୀ ଏହି ବ୍ରତ କରେ, ସେ ଆଜୀବନ ସଧବା ଏବଂ ପୁତ୍ରବତୀ ହୋଇ ମୃତ୍ୟୁ ପରେ ବୈକୁଣ୍ଠ ପ୍ରାପ୍ତି କରେ।

ସାବିତ୍ରୀ ମନ୍ଦିର

ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର ବେଢ଼ାର ଦକ୍ଷିଣ ପଶ୍ଚିମ କୋଣରେ ଦେବୀ ସାବିତ୍ରୀ ମନ୍ଦିର ଅବସ୍ଥିତ । ଏହି ମନ୍ଦିରର ନିର୍ମାଣ ଷଷ୍ଠ ଶତାବ୍ଦୀରେ କରାଯାଇଛି ବୋଲି ଅନୁମାନ କରାଯାଏ । ଦେବୀ ସାବିତ୍ରୀ ଦ୍ବିଭୂଜା ରୂପେ ଏଠି ପୂଜା ପାଇଥାନ୍ତି । ଦକ୍ଷିଣ ହସ୍ତ ବରଦା ମୁଦ୍ରା ଏବଂ ବାମ ହସ୍ତରେ ଏକ ପଦ୍ମ ଫୁଲ ଧାରଣ କରିଛନ୍ତି । ତେବେ ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ପରିକ୍ରମାରେ ଅଷ୍ଟମୂର୍ତ୍ତି ଦର୍ଶନ ବହୁତ ଗୁରୁତ୍ବପୂର୍ଣ୍ଣ । ଏହି ପରିକ୍ରମାରେ ଦେବୀ ସାବିତ୍ରୀଙ୍କ ସ୍ଥାନ ସପ୍ତମ । ତେଣୁ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଆସୁଥିବା ପ୍ରତିଟି ଶ୍ରଦ୍ଧାଳୁ ଦେବୀ ସାବିତ୍ରୀଙ୍କ ଆଗରେ ମୁଣ୍ଡ ନୁଆଇଁଥାନ୍ତି, ଯାହାଦ୍ବାରା ପରିବାରର ମଙ୍ଗଳ ଏବଂ ମନୋକାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ବାସ ରହିଛି । ତେବେ ଦେବୀ ସାବିତ୍ରୀଙ୍କ ମୁଖ୍ୟ ପର୍ବ ମଧ୍ୟରେ ସାବିତ୍ରୀ ଅମାବାସ୍ୟା ଅନ୍ୟତମ । ଏହି ଦିନ ମା’ଙ୍କ ନିକଟରେ ସଧବା ନାରୀଙ୍କ ଭିଡ଼ ଜମିବା ସହ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଏ ।

ଜ୍ୟେଷ୍ଠ ମାସର ଏହି ପବିତ୍ର ପର୍ବ ଦିନ ଓଡ଼ିଶାର ପୁରପଲ୍ଲୀ ଉତ୍ସବ ମୂଖରିତ ହୋଇ ଉଠେ । ବେଶ୍ କିଛି ଦିନ ଆଗରୁ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ । ଓଡ଼ିଆ ଘରେ ସାବିତ୍ରୀ ପାଇଁ ବିବାହିତ ନାରୀମାନଙ୍କ ବାପଘରୁ ଭାର ଆସିବାର ପରମ୍ପରା ରହିଛି । ତେଣୁ ସାବିତ୍ରୀ ବ୍ରତ ପୂର୍ବରୁ ଏହି ଭାରରେ ଆସିଥାଏ ନୂତନ ଶାଢ଼ୀଠାରୁ ଆରମ୍ଭ କରି ଶଙ୍ଖା, ସିନ୍ଦୁର ଓ ଫଳମୂଳ । ଆଉ ଏହାକୁ ହିଁ ନେଇ ସଧବା ନାରୀଟିଏ ପୂଜା କରିଥାଏ । ଏହି ସାବିତ୍ରୀ ଓଷା ହେଉଛି ପ୍ରତିଟି ନାରୀରର ଏକ ବିଶ୍ବାସ, ଉପାସନା ଓ ଉପବାସ, ଭକ୍ତି ଓ ପ୍ରେମର ପର୍ବ। ବିଶେଷ କରି ସାବିତ୍ରୀ ଅମାବାସ୍ୟା ଦୃଢ଼ ଇଚ୍ଛା ଶକ୍ତି ଏବଂ ସାଧନା ବଳରେ ସବୁ କାର୍ଯ୍ୟରେ ସିଦ୍ଧି ମିଳି ପାରେ ବୋଲି ନାରୀମାନଙ୍କୁ ଶିକ୍ଷା ଦେଇଥାଏ ।

ଧୀରେ ଧୀରେ ବଦଳି ଚାଲିଛି ଯୁଗ ଏବଂ ବଦଳିଛି ଲୋକଙ୍କ ଜୀବନଶୈଳୀ ଓ ମାନସିକତା । ଆଉ ବିଭିନ୍ନ ପର୍ବପର୍ବାଣୀକୁ ପାଳିବାର ଢଙ୍ଗକୁ ନିଜ ହିସାବରେ ବଦଳାଇ ଚାଲିଛନ୍ତି ଆଧୁନିକତାରେ ଲିପ୍ତ ମଣିଷ । କିନ୍ତୁ ଉକ୍ତ ପର୍ବପର୍ବାଣୀରେ ନିହିତ ରହସ୍ୟ ଓ ତତ୍ତ୍ବ ଆଜି ବି ସମାନ । ତେଣୁ ଆମେ ଓଡ଼ିଆ ଯେଉଁଠି ବି ରହିବା ନିଜ ମାଟି ଓ ନିଜ ଉତ୍କଳୀୟ ସଂସ୍କୃତିକୁ ଯେମିତି ନଭୁଲିଯିବା ତାହା ହେଉଛି ଆମ ଆଲେଖ୍ୟର ଉଦ୍ଦେଶ୍ୟ । ଆଗକୁ ବି ଆମେ ଏପରି ଓଡ଼ିଶାର ପର୍ବପର୍ବାଣୀକୁ ନେଇ ଆସିବୁ ଅନେକ ବ୍ଲଗ । ତେବେ ଆମର ଏହି ବ୍ଲଗଟି କେମିତି ଲାଗିଲା, ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆପଣଙ୍କ ମତାମତ ଆମକୁ ଆଗକୁ ନେବାରେ ସାହାଯ୍ୟ କରବି ।

Spread the love