Srinivas Ugata to receive Sahitya Bharathi Honour

ବିଶିଷ୍ଟ କବି, କଥାକାର, ପ୍ରାବନ୍ଧିକ, ଅନୁବାଦକ ତଥା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ଡକ୍ଟର ଶ୍ରୀନିବାସ ଉଦ୍‌ଗାତା ଚଳିତବର୍ଷ ଗଙ୍ଗାଧର ରଥ ଫାଉଣ୍ଡେସନର ସର୍ବୋଚ୍ଚ ସମ୍ମାନ ‘ସାହିତ୍ୟ ଭାରତୀ ସମ୍ମାନ’ ପାଇବାକୁ ମନୋନୀତ ହୋଇଛନ୍ତି । ଜୀବନବ୍ୟାପୀ ସାରସ୍ବତ ସାଧନା ପାଇଁ ଡକ୍ଟର ଉଦ୍‌ଗାତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । କେନ୍ଦ୍ର ସାହିତ୍ୟ ଅକାଦେମିର ଅନୁବାଦ ପୁରସ୍କାର, ଇମ୍ଫାର ଶାରଳା ପୁରସ୍କାର, କୋଲକାତାର ବିଦ୍ୟାସାଗର ସମ୍ମାନ ଲାଭ କରିଥିବା ଡକ୍ଟର ଉଦ୍‌ଗାତା ଏପର୍ଯ୍ୟନ୍ତ ୩୨୩ ଖଣ୍ଡ ପୁସ୍ତକ ରଚନା କରିଛନ୍ତି । ଆସନ୍ତା ୧୯ ତାରିଖ ରବିବାର ସଂଧ୍ୟା ୬ଟା ୩୦ରେ କଳାବିକାଶ କେନ୍ଦ୍ର ପ୍ରେକ୍ଷାଳୟଠାରେ ଆୟୋଜିତ ସାରସ୍ବତ ସମାରୋହରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ସମ୍ମାନସ୍ବରୂପ ୧ ଲକ୍ଷ ଟଙ୍କା, କୋଣାର୍କ ମନ୍ଦିରର ରୌପ୍ୟ ପ୍ରତିରୂପ ପ୍ରଦାନ କରାଯିବ । ହାଇକୋର୍ଟର ବିଚାରପତି ଡକ୍ଟର ଜଷ୍ଟିସ୍ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ କବି ଅପର୍ଣ୍ଣା ମହାନ୍ତି ଅତିଥି ଭାବେ ଯୋଗଦେଇ ଶ୍ରୀ ଉଦ୍‌ଗାତାଙ୍କ ସମେତ ଅନ୍ୟ ପ୍ରତିଭାମାନଙ୍କୁ ସମ୍ମାନିତ କରିବେ। ଫାଉଣ୍ଡେସନର ପ୍ରତି‌ଷ୍ଠାତାଙ୍କ ନାମରେ ସ୍ଥାପିତ ‘ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ’ ଏବର୍ଷ ବିଶିଷ୍ଟ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଡକ୍ଟର ଶ୍ୟାମାମଣୀ ଦେବୀଙ୍କୁ ପ୍ରଦାନ କରାଯିବ।

Spread the love