The historic balijatra of cuttack has ended

ଶେଷ ହେଲା କଟକର ଐତିହାସିକ ବାଲିଯାତ୍ରା । ଶେଷ ଦିବସରେ ମୁଖ୍ୟ ଅତିଥି ଭାବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗଦେଇ ବାଲିଯାତ୍ରାକୁ ଉଦ୍‌ଯାପିତ କରିଥିଲେ । ପ୍ରଥମେ ମହାନଦୀ ଆଳତି କରିବା ପରେ ବୈଷ୍ଣବ ପାଣି ମଞ୍ଚରେ ଐତିହାସିକ ବାଲିଯାତ୍ରାର ଗାଥା ବଖାଣିଥିଲେ ରାଜ୍ୟପାଳ। ୨ ହଜାରରୁ ଅଧିକ ବ୍ୟବସାୟୀ, ପ୍ରତିଦିନ ଲକ୍ଷଲକ୍ଷ ଲୋକଙ୍କ ଗହଳିଚହଳି ଏବଂ କୋଟିକୋଟି ଟଙ୍କାର କାରବାର ଭିତରେ ଶେଷ ହୋଇଛି କଟକର ଐତିହାସିକ ବାଲିଯାତ୍ରା । ପ୍ରଥମଥର ଲାଗି ରାଜ୍ୟସ୍ତରୀୟ ମହୋତ୍ସବ ଭାବେ ପାଳନ ହେଉଥିବା ପୂର୍ବ ଭାରତର ଏହି ସର୍ବବୃହତ୍‌ ମୁକ୍ତାକାଶ ବାଣିଜ୍ୟିକ ସାଂସ୍କୃତିକ ମେଳା ଏଥର ବିଭିନ୍ନ କ୍ଷେତ୍ରରେ ରେକର୍ଡ ସ୍ଥାପନ କରିଛି । ବାଲିଯାତ୍ରାର ଗୌରବୋଜ୍ଜ୍ୱଳ ଇତିହାସରେ ଏଥର ‘ଗିନିଜ୍‌ ବିଶ୍ୱ ରେକର୍ଡ’ର ନୂଆ ସ୍ୱର୍ଣ୍ଣିମ ପୃଷ୍ଠା ବି ଯୋଡ଼ି ହୋଇଛି । ୨୦୧୯ ତୁଳନାରେ ଦୁଇ ଗୁଣା ଲୋକେ ଏବର୍ଷ ବାଲିଯାତ୍ରା ବୁଲିଛନ୍ତି, ଦୁଇ ଗୁଣା କିଣାବିକା ବି ହୋଇଛି । ପ୍ରଶାସନିକ ଆକଳନ କହୁଛି, ୭୦ ଲକ୍ଷରୁ ଅଧିକ ଲୋକ ଏଥର ମେଳାକୁ ଆସିଛନ୍ତି । ପାଖାପାଖି ୨ ଶହ କୋଟି ଛୁଇଁଯାଇଛି ବ୍ୟବସାୟ, କାରବାର । ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବାକୁ କାଗଜ ଡଙ୍ଗା ତିଆରିରେ ଗିଜିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡ, ସର୍ବବୃହତ ବାଲୁକାକଳା, ବଲିଉଡ୍‌ ଷ୍ଟାର୍‌ ନାଇଟ୍‌, ସବୁଦିନ ସକାଳୁ ସକାଳୁ ପଥୋତ୍ସବ ଓ ଯୋଗ, ୧୦ ଦିନ ଧରି ମହାନଦୀର ନୀଳ ଜଳରାଶିରେ ଜଳକ୍ରୀଡ଼ା । ଏସବୁ ଏଥର ପାଲଟିଥିଲା ବାଲିଯାତ୍ରାର ବୈଶିଷ୍ଟ୍ୟ । କେବଳ ଏତିକି ନୁହେଁ କଟକର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ‘କଟକ ଇନ୍‌ କଟକ’ ପ୍ୟାଭିଲିୟନ୍‌ ଏଥର ମୁଖ୍ୟ ଆକର୍ଷଣ ସାଜିଥିଲା । ବାଲିଯାତ୍ରାର ଏହି ନିର୍ଦ୍ଦିଷ୍ଟ ଅଞ୍ଚଳରେ ରେକର୍ଡ ସଂଖ୍ୟାରେ ଦର୍ଶକ ଏକଜୁଟ୍‌ ହୋଇ ରହିବା ଏବଂ ସମୟ ବିତାଇବା ଯୋଗୁଁ ଏହା ମେଳାର ସର୍ବକାଳୀନ ଶ୍ରେଷ୍ଠ ଆକର୍ଷଣ ବୋଲି କୁହାଯାଉଛି । ଏମିତି ଅନେକ ନୂଆ ବୈଶିଷ୍ଟ୍ୟ ସବୁକୁ ନେଇ ବାଲିଯାତ୍ରା-୨୦୨୨ସଫଳ ଭାବେ ସମାପନ ହେବା ସହ ଜାତୀୟ ମାନ୍ୟତା ହାସଲ ପାଇଁ ଦୃଢ଼ ଦାବି ମଧ୍ୟ ସାବ୍ୟସ୍ତ କରିଛି । ଅନ୍ୟପଟେ ବାଲିଯାତ୍ରା ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆର ବାଲିରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ବର୍ଣ୍ଣନା କରି ଏହାକୁ ବିଶ୍ବ ମାନଚିତ୍ରରେ ସ୍ଥାନ ଦେଇଛନ୍ତି।

Spread the love